Indus Valley Times

ଗଜପତି: ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ “ବିଶ୍ଵ ଦୃଷ୍ଟି ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ “ବିଶ୍ଵ ଦୃଷ୍ଟି ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ

October 13
19:01 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି ୧୩/୧୦: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ଵ ଦୃଷ୍ଟି ଦିବସ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ନେତୃତ୍ୱରେ ସ୍ଥାନୀୟ ମୀନକେତନ କଲେଜର ଛାତ୍ରଛାତ୍ରୀ , ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର , ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ଏକ ଜନସଚେତନତା ଶୋଭାଯାତ୍ରା ବାହାରିଥିଲା ।
ଏହି ସଚେତନତା ଶୋଭାଯାତ୍ରାକୁ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ମାନେ ସାମିଲ ରହି ଚକ୍ଷୁର ସୁରକ୍ଷା ଓ ଯତ୍ନ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନତା ମୂଳକ ବାର୍ତ୍ତା ଦେଇଥିଲେ ।
ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଏମଓ: ଡ଼ାଃ ପତିତପାବନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଡ଼ାଃ ଅନଙ୍ଗ ସୁଦନ ଭୂୟାଁ , ପିଏଚଇଓ: ମମତା ପାଢ଼ୀ ଏବଂ ବିପିମ୍: ଶ୍ରୀ ଏମ: ଖଗେଶ୍ବର ପ୍ରମୁଖ ମଞ୍ଚାସିନ ରହି ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାର ଦିନକୁ ଏହି ଦୃଷ୍ଟି ଦିବସ ଭାବେ ପାଳନ କରାଯାଇ ଆସୁଅଛି କହି କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।
ଅନ୍ୟପକ୍ଷରେ ଚକ୍ଷୁର ଯତ୍ନ ଓ ସୁରକ୍ଷା ସମ୍ପର୍କିତ ଉପରେ ବିଭିନ୍ନ ସଚେତନତା ମୁଳକ ଉପାଦେୟ ତଥ୍ୟ ପ୍ରଦାନ କରି ଚକ୍ଷୁର କୌଣସି କିଛି ସମସ୍ୟା ଦେଖା ଦେଲେ ସେଥିପ୍ରତି କୌଣସି ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରାଇବା , ଚକ୍ଷୁର ସତେଜ ଓ ସୁଦୃଷ୍ଟି ଶକ୍ତି ପାଇଁ ଶାଗ , ସବୁଜ ପନିପରିବା ଓ ଭିଟାମିନ ‘କ’ ଯୁକ୍ତ ଖାଦ୍ୟ ଖାଇବା ଏବଂ ଦୃଷ୍ଟିଶକ୍ତି କାହିଁକି ଓ କିଭଳି ହ୍ରାସ ହୋଇଥାଏ ଏବଂ ସାବଧାନତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଏଚଏଲ୍ଏଫପିପିଟି: ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ ଶଙ୍କର ପାଢ଼ୀ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ ପରିଚାଳନା ଓ ସହଯୋଗ କରିଥିଲେ ଏବଂ ଶେଷରେ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ୍ ଶ୍ରୀ ଏମ: ଖଗେଶ୍ବର ରାଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031