Indus Valley Times

ଗଜପତି: ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କିତ ସଚେତନତା ଶିବିର କାର୍ଯ୍ୟକ୍ରମ

 Breaking News

ଗଜପତି: ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କିତ ସଚେତନତା ଶିବିର କାର୍ଯ୍ୟକ୍ରମ

January 12
19:38 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୧: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ର ଗଙ୍ଗାବାଡ ଗ୍ରାମ ଠାରେ ଓଡିଶା ସରକାରଙ୍କ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ମହେନ୍ଦ୍ର ବାନାଞ୍ଚଳ ପକ୍ଷରୁ \” ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କିତ ଏକ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।।
ଏହି ଅବସରରେ ଆୟୋଜିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଆଚାର‌୍ୟ୍ୟ ଏବଂ ବନପାଳ ଶ୍ରୀ ନିଧି ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଜଙ୍ଗଲ ସୁରକ୍ଷାର ଗୁରୁତ୍ଵ ଓ ଆବଶ୍ୟକତା ଉପରେ କହି ବନ୍ୟଜନ୍ତୁଙ୍କ ସୁରକ୍ଷା ସମେତ ଜଙ୍ଗଲରେ ଥିବା ବୃକ୍ଷରାଜୀଙ୍କ ସୁରକ୍ଷା ପାଇଁ ଜଙ୍ଗଲରେ ନିଆଁ ନ ଲଗାଇବା ଉପରେ ଉପସ୍ଥିତ ଗ୍ରାମବାସୀଙ୍କୁ ସଚେତନ କରିଥିଲେ ।
ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ପରିବେଶ ସନ୍ତୁଳନ ଉପରେ ଘୋର ପ୍ରଭାବ ପଡିଥାଏ , ତେଣୁ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବା ମାତ୍ରେ ଆମେ ମିଳିମିଶି ତାକୁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ପରିବେଶ ସୁରକ୍ଷା ଦିଗରେ ସହାୟକ ହେବାପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବନରକ୍ଷୀ ଶ୍ରୀମତୀ ଭବାନୀ ମହାନ୍ତି ଏବଂ ବନରକ୍ଷୀ କାଦମ୍ବଲା ଗୌତମୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଗଙ୍ଗାବାଡ ପଞ୍ଚାୟତ ସରପଞ୍ଚଙ୍କ ସମେତ ସମିତିସଭ୍ୟ , ନାଏବ ସରପଞ୍ଚ , ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ ବହୁ ସଂଖ୍ୟାରେ ଅଙ୍ଗନବାଡି ଓ ଆଶା କର୍ମୀ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031