Indus Valley Times

ଗଜପତି: ଜବାହର ନବୋଦୟ ବିଦ୍ୟାଳୟ ଆଲୁମିନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ ଉପରେ ସଚେତନତା ୱାକାଥାନ ଓ ପ୍ରାକ୍ ବୈଠକ କାର୍ଯ୍ୟକ୍ରମ

 Breaking News

ଗଜପତି: ଜବାହର ନବୋଦୟ ବିଦ୍ୟାଳୟ ଆଲୁମିନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ ଉପରେ ସଚେତନତା ୱାକାଥାନ ଓ ପ୍ରାକ୍ ବୈଠକ କାର୍ଯ୍ୟକ୍ରମ

October 30
20:19 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୧୦: ପାରଳାଖେମୁଣ୍ଡି ଠାରେ ନବୋଦୟ ଆଲୁମିନ ସଂଘ ଓଡ଼ିଶା ଓ ଜବାହର ନବୋଦୟ ଆଲୁମିନ ,ଗଜପତି ଜିଲ୍ଲା ମିଳିତ ଆନୁକୁଲ୍ୟରେ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ୍ ଉପରେ ଏକ ସଚେତନତା ୱାକାଥନ୍ ତଥା ଶୋଭାଯାତ୍ରା ଏବଂ ସ୍ୱଚ୍ଛ ସମୃଦ୍ଧ ସବୁଜ ଓଡ଼ିଶା ସମ୍ପର୍କିତ ପ୍ରାକ୍ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।
ଏହି ଅବସରରେ ଉଭୟ ଆଲୁମିନ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସମେତ ଓଡ଼ିଶାର ୧୭ ଗୋଟି ଜିଲ୍ଲା ଅଞ୍ଚଳର ଆଲୁମିନ ସଂଘ ଓ ଜବାହର ନବୋଦୟ ବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଓ ଆଲୁମିନ ମାନେ ସ୍ଥାନୀୟ ପ୍ୟାଲେସ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ପରିବେଶ ଉପରେ ପଡ଼ୁଥିବା ପ୍ରଭାବ ଲେଖା ସଂପର୍କିତ ପ୍ଲା କାର୍ଡ ମାନ ଧରି ଏବଂ ବିଭିନ୍ନ ସ୍ଲୋଗାନ ଦେଇ ସମଗ୍ର ସହର ପରିକ୍ରମା କରି ଜନ ସଚେତନତା କରିଥିଲେ ।
ପ୍ୟାଲେସ ଷ୍ଟ୍ରିଟ ଠାରେ ଛାତ୍ରଛାତ୍ରୀ ମାନେ ଏ ସମ୍ପର୍କିତ ଏକ ଚିତ୍ତାକର୍ଷକ ପଥପ୍ରାନ୍ତ ନାଟକ ଓ ନାଚଗୀତ ପରିବେଷଣ ମାଧ୍ୟମରେ ଜନସଚେତନ କରିଥିଲେ ।
ପରେ ସ୍ଥାନୀୟ ଆରସେଟି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଓଡିଶା ନବୋଦୟ ଆଲୁମିନ ସଂଘ ପକ୍ଷରୁ ସ୍ୱଚ୍ଛ ସବୁଜ ସମୃଦ୍ଧ ଓଡ଼ିଶା ଉପରେ ଏକ ପ୍ରାକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ସଂଘର ରାଜ୍ୟ ସଭାପତି ଇଞ୍ଜିନିୟର ଶ୍ରୀ ସଞ୍ଜୟ କୁମାର ନାୟକଙ୍କ ସଭାପତିତ୍ବରେ ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନି ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ସମାଜ ପରିବେଶ ଉପରେ କିଭଳି କୁ ପ୍ରଭାବ ପଡିଥାଏ ଏବଂ ଏ ଦିଗରେ ନବୋଦୟ ଆଲୁମିନ ସଂଘ କର୍ମକର୍ତ୍ତାଙ୍କ ଭୂମିକା କିଭଳି ଆହୁରି ଅଧିକ ଜାରି ରହିବ ଵ୍ୟାନ କରିବା ସଚେତନତା ଦିଗରେ ସେ ସମ୍ପର୍କରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ , ପାରଳାଖେମୁଣ୍ଡି ଜବାହର ନବୋଦୟ ବିଦ୍ୟାଳୟ ପ୍ରିନିସିପାଲ ଶ୍ରୀ ପ୍ରଦୀପ ପଣ୍ଡା , ଜାଗୋ ର ଉପ ସଭାପତି ଶ୍ରୀ ମନୋଜ ପଟନାୟକ , ସାଧାରଣ ସମ୍ପାଦିକା କରିସ୍ମା ପାଣିଗ୍ରାହୀ ଏବଂ ଆଲୁମିନ ଶ୍ରୀ ଅନିଲ ମିଶ୍ର ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ନବୋଦୟ ଆଲୁମିନ ସଂଘ (ନାଓ)ର ଶ୍ରୀ ତପନ ପଟନାୟକ , ଯୁଗ୍ମ ସମ୍ପାଦକ ଶ୍ରୀ ଅନିଲ ପଟନାୟକ , ଶ୍ରୀ ପୁଣ୍ୟତୋଷ ମୁଣ୍ଡ , ଶ୍ରୀ ସଂପଦ ନାୟକ ଏବଂ ଗଜପତି ଜିଲ୍ଲା ନବୋଦୟ ଆଲୁମିନ ସଂଘ (ଜାଗୋ) ର ଶ୍ରୀ ଅମିତ୍ ଅଧିକାରୀ , ଟ୍ରେଜେରର ଶ୍ରୀ ରାମ ପଟନାୟକ , ଶ୍ରୀ ଅବିରାମ ମଣ୍ଡଳ , ଶ୍ରୀ କେ: ଗିରିଧର , ଶ୍ରୀ ସନ୍ତୋଷ ପାଣିଗ୍ରାହୀ ଏବଂ ସୁଶ୍ରୀ ଅନ୍ଵେଶିତା ପାତ୍ର ପ୍ରମୁଖ ଯୋଗଦେଇ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031