Indus Valley Times

ଗଜପତି: ଜଳସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

 Breaking News

ଗଜପତି: ଜଳସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ଗଜପତି: ଜଳସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ
February 08
20:37 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୨: ପାରଳାଖେମୁଣ୍ଡି ସ୍ଥିତ ଜଳସମ୍ପଦ ବିଭାଗ ପକ୍ଷରୁ ଆଜି ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଳସମ୍ପଦ ବିଭାଗ ଏସଡିଓ: ଇଂ ମୋହିତ କୁମାର ଆଚାର୍ଯ୍ୟଙ୍କ ସଂଯୋଜନାରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପାଣି ପଞ୍ଚାୟତକୁ ଅଧି ସଶକ୍ତ କରାଇବା ସହ ବିଭିନ୍ନ ଜଳସେଚନ ପ୍ରକଳ୍ପ ଦ୍ବାରା ପାଣିର ସଦ୍ ଉପଯୋଗ କରି କୃଷି କ୍ଷେତ୍ରର ଅଭିବୃଦ୍ଧି କରାଇବା । ଏହି ପାଣି ପରିଚାଳନା ଯେତେ ଭଲ ହେବ , ଚାଷୀର ଆୟ ସେତେ ବୃଦ୍ଧି ହେବ ବୋଲି କହିଥିଲେ।
ସେହିଭଳି , ରାଜ୍ୟ ଜଳସମ୍ପଦ ବିଭାଗର ସ୍ଵତନ୍ତ୍ର ସଚିବ ତଥା ଗଜପତି ଜିଲ୍ଲା ପ୍ରଭାରୀ ଶ୍ରୀ ବିଶ୍ୱଜିତ୍ ବିଶ୍ଵାଳ କାର୍ଯ୍ୟକ୍ରମରେ ଯୋଗଦେଇ ପାଣି ପଞ୍ଚାୟତ ପକ୍ଷ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଚାଷ କ୍ଷେତ୍ରରେ ପାଣିର ଗୁରୁତ୍ଵ ଉପରେ କହି ତଳ ମୁଣ୍ଡରେ ଜଳସେଚନକୁ ସୁନିଶ୍ଚିତ କରିବା ସହ ସେଚ ପ୍ରଣାଳୀର ସୁପରିଚାଳନା କରିବା ଏବଂ କୃଷକ ମାନଙ୍କ ମଧ୍ୟରେ ଜଳସେଚନ ପ୍ରଣାଳୀ ପ୍ରତି ଏକ ନିଜସ୍ୱ ଭାବ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଏବଂ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ ଅତିଥି ଭାବେ ଯୋଗଦେଇ ଜିଲ୍ଲା ବ୍ୟାପି କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ୧୪୪ ଟି ଏବଂ ଉଠା ଜଳସେଚନ ବିଭାଗ ଅଧିନରେ ୪୧୪ ଟି ପାଣି ପଞ୍ଚାୟତ କାର୍ଯ୍ୟକାରୀ ହେଉଥିବା ବେଳେ ଏ ଦିଗରେ ପାଣି ପଞ୍ଚାୟତ କମିଟି\’ର ଭୂମିକା ଓ ପାଣି ସେଚ\’ର ସୁ ପରିଚାଳନା ଉପରେ ଚାଷୀ ମାନଙ୍କୁ ଉପାଦେୟ ପରାମର୍ଶ ଦେବା ସହ ସାଧାରଣ ତଥା ଗରିବ ଚାଷୀମାନେ ସେମାନଙ୍କ ଚାଷ କାର‌୍ୟ୍ୟରେ କିଭଳି ଲାଭାନ୍ଵିତ ହୋଇପାରିବେ ସେଥିପାଇଁ ଲାଇନ୍ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବାକୁ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରୋମାଞ୍ଚାଲ ଖମାରୀଙ୍କ ସମେତ ଜିଲ୍ଲା ଜଳଛାୟା ଓ ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁରେଶ ପଟ୍ଟନାୟକ , ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ବେହେରା , ସିଡ଼ିଭିଓ: ଡ଼ାଃ ଗିରିଶ କୁମାର ମହାନ୍ତି ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ ସଂଗ୍ରାମ ପରମଗୁରୁ ପ୍ରମୁଖ ମଞ୍ଚାସିନ ରହି ସେମାନଙ୍କ ବିଭାଗ ପକ୍ଷରୁ ଚାଷୀ ମାନଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ଲିଖନ , ଚିତ୍ରାଙ୍କନ , ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରଭୃତି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ଏହି ଅବସରରେ ବିଭିନ୍ନ ଲାଇନ ବିଭାଗ ଯଥା:- ଜିଲ୍ଲା ପ୍ରାଣୀ ଚିକିତ୍ସା , କୃଷି ଉଦ୍ୟାନ , ଜଳଛାୟା ଓ ମୃତ୍ତିକା ସଂରକ୍ଷଣ , ମତ୍ସ୍ୟ ବିଭାଗ , ମିଶନ ଶକ୍ତି ଓ ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ଚାଷୀ ଓ ସମସ୍ତଙ୍କ ଅବଗତି ଓ ସଚେତନତା ନିମନ୍ତେ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶନୀ ଷ୍ଟଲ ମାଧ୍ୟମରେ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ପ୍ରଦର୍ଶିତ ହୋଇଥିଲା ।
ଶେଷରେ ଜିଲ୍ଲା ଜଳସମ୍ପଦ ବିଭାଗ ଅଧ୍ୟକ୍ଷଣ ଯନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ତଥା ଗଜପତି ଜିଲ୍ଲା ପାଣି ପଞ୍ଚାୟତର ନୋଡାଲ ଅଧିକାରୀ ଇଁ: ନଗେନ୍ଦ୍ର ନାଥ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଭା କାର୍ଯ୍ୟକ୍ରମକୁ ଜିଲ୍ଲା ଜଳସମ୍ପଦ ବିଭାଗର ଏସଡିଓ: ତଥା ସହକାରୀ ଯନ୍ତ୍ରୀ ଶ୍ରୀ ମୋହିତ ଆଚାର୍ଯ୍ୟ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ବିଭାଗୀୟ ସହକାରୀ ଯନ୍ତ୍ରୀ ରୋଜାରାଣୀ ପଟ୍ଟନାୟକ , ସହକାରୀ ଯନ୍ତ୍ରୀ ସସ୍ମିତା କୁମାରୀ ସାହୁ , କନିଷ୍ଠ ଯନ୍ତ୍ରୀ ସୋନାଲି ଦଳେଇ ଏବଂ କନିଷ୍ଠ ଯନ୍ତ୍ରୀ ବି: ଦିବ୍ୟରାଣୀ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031