Indus Valley Times

ଗଜପତି : ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାଇକଲ ରାଲି ଅନୁଷ୍ଠିତ

 Breaking News

ଗଜପତି : ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାଇକଲ ରାଲି ଅନୁଷ୍ଠିତ

ଗଜପତି : ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାଇକଲ ରାଲି ଅନୁଷ୍ଠିତ
September 01
10:04 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧/୯ : ରବିବାର ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ ଜାତୀୟ କ୍ରୀଡ଼ା ଦିବସରେ ତିନିଦିନିଆ କାର୍ଯ୍ୟକ୍ରମ ୨୯ ରିଖ ଠାରୁ ୩୧ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବଶକ୍ତିର ଉତ୍ସାହ , ଶୃଙ୍ଖଳା , ଏକତା ଓ ସ୍ୱାସ୍ଥ୍ୟ ସଚେତନତାର ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟ ପ୍ରତିଯୋଗିତା ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ସାଇକଲ ରାଲି ପର୍ଯ୍ୟନ୍ତ ସବୁଠି ଛାତ୍ରଛାତ୍ରୀଙ୍କ ସହଭାଗୀତା ଗଜପତି ଜିଲ୍ଲାକୁ ଜାତୀୟ ସ୍ତରରେ ସ୍ୱାସ୍ଥ୍ୟ ସଚେତନତାର ସହ ନୂତନ ପରିଚୟ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏହି ଅବସରରେ ରବିବାର ସକାଳ ୭ ଘଟିକା ସମୟରେ ସାଇକେଲ ରାଲି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରା ଯାଇଥିଲା।
ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ହକି ଯାଦୁଗର ମେଜର ଧ୍ୟାନଚନ୍ଦଙ୍କ ସ୍ମରଣ କରି ଜିଲ୍ଲାର ୧୭୨ଟି ସ୍କୁଲରେ ମାଳ୍ୟାର୍ପଣ , ଫିଟ୍ ଇଣ୍ଡିଆ ଶପଥ ପାଠ ଓ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ବ୍ୟାଡମିଣ୍ଟନ୍ , ଫୁଟବଲ୍ , ଭଲିବଲ୍ , ହକି , ଖୋ-ଖୋ , କବାଡ଼ି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
୩୦ ତାରିଖରେ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ସୃଜନଶୀଳତା ସହ କ୍ରୀଡ଼ା ,ଚିତ୍ରାଙ୍କନ, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଧ୍ୟାନଚନ୍ଦଙ୍କ ଉତ୍ତାରାଧିକାର , କ୍ରୀଡ଼ାର ମହତ୍ତ୍ୱ , ଓ ଦେଶ ଭକ୍ତିର ସନ୍ଦେଶ ଉଜାଗର ଉପରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।
ଆଜିର କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଲାବଣ୍ୟନ୍ଧୁ ମହାନ୍ତି , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର , ଦେବବ୍ରତ ଆଚାର୍ଯ୍ୟ , ପ୍ରିୟା ଶର୍ମା , ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ , ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031