Indus Valley Times

ଗଜପତି: ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

June 29
18:54 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୬ : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଗ୍ରାମସ୍ଥିତ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ ପରିସରରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ପାଳନ ଅବସରରେ ଟିପିସୋଲ(ଟିପିଏସଓଡିଏଲ) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଉପସ୍ଥିତ ବିଦ୍ୟୁତ ବିଭାଗୀୟ ଲାଇନମେନ , ହେଲପର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ବିଦ୍ୟୁତ ସମ୍ପର୍କିତ ବିଭିନ୍ନ ଦୁର୍ଘଟଣା ବିଷୟରେ ଅବଗତ କରାଇ ଏହାର ସୁରକ୍ଷା ପାଇଁ ସେମାନେ କିଭଳି ଜାଗ୍ରତ ଓ ଯତ୍ନବାନ ହେବେ ସେ ସମ୍ପର୍କରେ କହି ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଗାରାବନ୍ଧ ସେକ୍ସନ କନିଷ୍ଠ ଯନ୍ତ୍ରୀ ଶ୍ରୀ ଏଲ ରବି କୁମାର ଆଚାରୀ , ବରିଷ୍ଠ ଲାଇନମେନ ଶ୍ରୀ ପ୍ରଭାତ ରଞ୍ଜନ ବେହେରା , ସୁପରଭାଇଜର ଶ୍ରୀ ବି କୋଟେଶ୍ଵର ରାଓ ପ୍ରମୁଖ ଏଥିରେ ଯୋଗଦେଇ ବିଦ୍ୟୁତ ଦୁର୍ଘଟଣା କିଭଳି ହୋଇଥାଏ ଏବଂ ଏହାର ସୁରକ୍ଷିତ ପାଇଁ ନିଜକୁ କିଭଳି ସାବଧାନତା ରଖିବାକୁ ହେବ , କାର୍ଯ୍ୟ କ୍ଷେତ୍ରରେ କିଭଳି ସୁରକ୍ଷା ସାମଗ୍ରୀ ପିନ୍ଧି ଓ ବ୍ୟବହାର କରିବା ସେ ସମ୍ପର୍କରେ ବୁଝାଇଥିଲେ ।
ଶେଷରେ ବିଦ୍ୟୁତ ସୁରକ୍ଷା ଅଧିକାରୀ ଶ୍ରୀ ସୂର୍ଯ୍ୟକାନ୍ତ ସିଂ ଉପସ୍ଥିତ ସମସ୍ତ ଲାଇନ ମେନ , ହେଲପର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ବିଦ୍ୟୁତ ସୁରକ୍ଷା ଓ ସାବଧାନତା ଉପରେ ଶପଥ ପାଠ କରାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031