Indus Valley Times

ଗଜପତି : ଜାତୀୟ ସ୍ତରୀୟ ବୁଥ ଅଧିକାରୀ ମାନଙ୍କ ପାଇଁ ତୃତୀୟ ଦିନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଜାତୀୟ ସ୍ତରୀୟ ବୁଥ ଅଧିକାରୀ ମାନଙ୍କ ପାଇଁ ତୃତୀୟ ଦିନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ଜାତୀୟ ସ୍ତରୀୟ ବୁଥ ଅଧିକାରୀ ମାନଙ୍କ ପାଇଁ ତୃତୀୟ ଦିନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
July 09
19:34 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୯/୮ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜାତୀୟ ବୁଥ ସ୍ତରୀୟ ଅଧିକାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ମୁନିନ୍ଦ୍ର ହନେଗା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ତୃତୀୟ ଦିବସ ତାଲିମ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବା ବେଳେ ଡେପୁଟି କଲେକ୍ଟର ମିତାଲି ମଧୁସ୍ମିତା ପାଢ଼ୀ ଓ ସହକାରୀ ଜିଲ୍ଲାପାଳ ନିର୍ବାଚନ ବିଭାଗ ଶ୍ରୀ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।
ଭାରତ ନିର୍ବାଚନ କମିଶନରଙ୍କ ନିର୍ଦ୍ଧେଶ କ୍ରମେ ଗଜପତି ଜିଲ୍ଲାର ୧୩୬-ମୋହନା (ଏସ ଟି) ବିଧାନସଭା ନିର୍ବାଚନମଣ୍ଡଳୀର ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି ।
ଆଜିର ଏହି ତୃତୀୟ ଦିବସ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୧୦୦ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରା ଯାଇଥିଲା। ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ନୂତନ ଭୋଟର ନିଜର ନାମକୁ ନୂତନ ଭାବେ ଫର୍ମ -୬ ଯୋଗ କରିବା , ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରବାସୀ ଭୋଟରଙ୍କ ଫର୍ମ -୬ (କ) ଯୋଗ କରିବା , ଫର୍ମ-୬ (ଖ)ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିବା , ଫର୍ମ -୭ ରେ ନାମକୁ ବାଦ କରିବା , ଫର୍ମ -୮ ରେ ଭୋଟର ତାଲିକାରେ ନିଜର ତଥ୍ୟରୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଉଛି ।
ସେହିପରି ଯୋଗ୍ୟ ବିବେଚିତ ଭୋଟର ମାନେ ଅନଲାଇନ୍ ମାଧ୍ୟମରେ www.nvsp.voterportal.eci.gov.in ଭୋଟର ହେଲ୍ପ ଲାଇନ ଅପ୍ ବ୍ୟବହାର କରିବା ସହିତ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ ମଧ୍ୟ ଆବେଦନ କରିପାରିବେ। ଆଜିର ତାଲିମ ପ୍ରଦାନ ପରେ ପରେ ସମସ୍ତ ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।
ତୃତୀୟ ଦିନ ତାଲିମ କାର୍ଯ୍ୟକ୍ରମରେ ମୋହନା ବିଧାନସଭା ନିର୍ବାଚନମଣ୍ଡଳୀର ଶ୍ରୀ ରାଜୁ ମଲିକ, ଶିକ୍ଷକ,ଶ୍ରୀ ନରେଶ ପ୍ରଧାନ, ସିଆରସିସି,ଶ୍ରୀ ନରସିଂହ ଚନ୍ଦ୍ର ମିଶ୍ର, ଜିପିଓ , ଶ୍ରୀ ରଜନୀକାନ୍ତ ସାହୁକାର,ସିଆରସିସି ରହିଥିବା ବେଳେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୟା.ଶିବ କୁମାର, ଶିକ୍ଷକ,ଏମ.ଉମାପତି, ସିଆରସିସି,ରଶ୍ମିତା ସାମଲ ସିଆରସିସି ଓ ପି.ଭେଙ୍କଟେଶ୍ୱରଲୁ ପ୍ରମୁକ ମାଷ୍ଟୋର ଟ୍ରେନର ବାଭରେ ଉପସ୍ଥିତ ରହି ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031