Indus Valley Times

ଗଜପତି: ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

May 22
18:16 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୫ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କୁମୁଲି ସିଂ ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ ( ରାଜସ୍ୱ), ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା-ପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ , ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ରାମକୃଷ୍ଣ ପତି ପ୍ରମୁଖ ଏହି ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେଇ ମଞ୍ଚାସିନ ଥିଲେ ।
ଏହି ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ କୁମୁଲି ସିଂ ଗ୍ରାମ ପଞ୍ଚାୟତ ସମେତ ମାର୍ଲବା , ଜଲାଙ୍ଗ ଓ ସାନତୁଣ୍ଡି ଗ୍ରାମ ପଞ୍ଚାୟତ\’ର ମୋଟ- ୬୧ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରା ଯାଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୨୬ ଗୋଟି ଏବଂ ଗ୍ରାମ ଭିତ୍ତିକ ଅଭିଯୋଗ ସମସ୍ୟା- ୩୫ ଟି ଥିଲା । ଆସିଥିବା ଉଭୟ ଅଭିଯୋଗ ୬୧ ଗୋଟି ମଧ୍ୟରୁ ୨୧ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରା ଯାଇଥିଲା ।
ସେଥିମଧ୍ୟରେ ମଧୁବାବୁ ପେନସନ ଯୋଜନାରେ ୭ ଜଣଙ୍କୁ ପ୍ରଦାନ କରା ଯାଇଥିବା ବେଳେ ୧୩ ଜଣଙ୍କୁ ଜମିପଟ୍ଟା ପ୍ରଦାନ ଏବଂ ଜଣକୁ ରେଡ୍ କ୍ରସ ରିଲିଫ୍ ପାଣ୍ଠିରୁ ରୁ ସହାୟତା ପ୍ରଦାନ କରା ଯାଇଥିଲା ।
ଆଜିର ଏହି ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା , ଜମି ପଟ୍ଟା , ମନରେଗା , ଗୃହ ନିର୍ମାଣ , ରାସନ୍ କାର୍ଡ , ଶିକ୍ଷା , ଜଳ ସେଚନ ଓ ରାସ୍ତା ଭଳି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।
ଆଜିର ଏହି ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ , ରାୟଗଡ଼ ବିଡ଼ିଓ ଶ୍ରୀ ସୁଧୀର କୁମାର ସିଂ , ତହସିଲଦାର ଶ୍ରୀମତୀ ଲୀଲାବତି ଆଚାର୍ଯ୍ୟ ଙ୍କ ସମେତ ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ , ସ୍ଥାନୀୟ ଜନ ପ୍ରତିନିଧି ଓ ଗ୍ରାମବାସୀ ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031