Indus Valley Times

ଗଜପତି: ଜିଲ୍ଲାବ୍ୟାପୀ ବାଲ୍ୟବିବାହ ବନ୍ଦ ଓ ନିଶାମୁକ୍ତ କରିବା ପାଇଁ ନିଆରା ଢଙ୍ଗରେ ବିଭିନ୍ନ ସାମୁହିକ ସଚେତନତା ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାବ୍ୟାପୀ ବାଲ୍ୟବିବାହ ବନ୍ଦ ଓ ନିଶାମୁକ୍ତ କରିବା ପାଇଁ ନିଆରା ଢଙ୍ଗରେ ବିଭିନ୍ନ ସାମୁହିକ ସଚେତନତା ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ

August 06
20:08 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୬/୮: ଗଜପତି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ବନ୍ଦ ଓ ନିଶାମୁକ୍ତ ସହ ଅବୈଧ ଚାଲାଣ ମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ଆଜି ଜିଲ୍ଲା ପ୍ରଶାସନ ଓ ସର୍ବସାଧାରଣଙ୍କ ମିଳିତରେ ନିଆରା ଢଙ୍ଗରେ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲା ବ୍ୟାପି ବିଭିନ୍ନ ସାମୁହିକ ସଚେତନତା ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗଜପତି ଜିଲ୍ଲାରେ ପଲ୍ଲୀ ଠାରୁ ଆରମ୍ଭ କରି ବିଭିନ୍ନ ସହର ସମେତ ପାରଳାଖେମୁଣ୍ଡି ସହରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆଜି ଦିନରେ ଶତାଧିକ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ , ବିଭିନ୍ନ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ସମେତ ପଲ୍ଲୀ ଓ ସହରର ସର୍ବସାଧାରଣ ଏଭଳି ଲକ୍ଷାଧିକ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ ।
ପାରଳାଖେମୁଣ୍ଡି ସହର ଓ ଆଖପାଖ ଗ୍ରାମର ଉପରୋକ୍ତ ସମସ୍ତେ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱରେ ସହରର ପ୍ରାୟ ୭ କିମି: ଦୈର୍ଘ୍ୟ ପରୀମିତରେ ଠିଆ ହୋଇ ସମସ୍ତେ ହାତକୁ ହାତ ଧରି ଏବଂ ହାତରେ ବାଲ୍ୟ ବିବାହ ଓ ନିଶା ସେବନର କୁପରିନାମ ଉପରେ ବିଭିନ୍ନ ସଚେତନତା ମୂଳକ ପୋଷ୍ଟର ଓ ବ୍ୟାନର ଧରି ଅନ୍ୟ ଯିବା ଆସିବା କରୁଥିବା ଲୋକଙ୍କୁ ଓ ସହରବାସୀଙ୍କୁ ସଚେତନ କରାଇଥିଲେ । ଯେତେ ସବୁ ଏଥିରେ ଯୋଡ଼ି ହୋଇଥିଲେ ସମସ୍ତେ ଗୋଟିଏ ଚେନ ରେ ସାମିଲ ଥିଲେ ।
ଏହି ଅବସରରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ଥାନୀୟ ଆର୍ସେଟି ହଲ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି ତିରୁପତି ରାଓ ଏବଂ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଜିଲ୍ଲାକୁ ବାଲ୍ୟ ବିବାହ ଓ ନିଶା ସେବନର କୁପରିନାମ୍ ଉପରେ କହି ଏ ସବୁର ମୂଳୋତ୍ପାଟନ କରିବା ସହ ଅବୈଧ ଚାଲାନକୁ ରୋକିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ଓ ନିଶା ସେବନ ମୁକ୍ତ ସମେତ ନିଶା ସେବନ ରୋକିବା ଦିଗରେ ଉଲ୍ଲେଖନୀୟ ର୍କ୍ୟା କରୁଥିବା ସରପଞ୍ଚ ମାନଙ୍କୁ ସମ୍ମାନିତ କରା ଯାଇଥିଲା। ।
ଅନ୍ୟ ସବୁ କାର୍ଯ୍ୟକ୍ରମ ମଧ୍ୟରେ ଉପରୋକ୍ତ ସବୁ ରୋକିବା ଦିଗରେ ସଂକଳ୍ପବଦ୍ଧ ହେବା ପାଇଁ ଉପସ୍ଥିତ ସମସ୍ତେ ଶପଥ ପାଠ କରିଥିଲେ ।
ଏଥିସହ ସଚେତନତା କାର୍ଯ୍ୟକ୍ରମ ସ୍ଥଳରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଓ ସଚେତନତା ମୂଳକ ସଂକ୍ଷିପ୍ତ ନାଟକ ଅନୁଷ୍ଠିତ ହେବା ସହ ସମସ୍ତ କାର୍ଯ୍ୟକ୍ରମ ଶେଷରେ ସଚେତନତା ପ୍ରଚାର ଅଭିଯାନ ରଥକୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଏକସନ୍ ଏଡ ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ ମେହେର ସଞ୍ଚାଳନ ଓ ସଂଯୋଜନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଏଡିଏମ୍ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚଲ ଖମାରୀ। , ଏଏସପି ଶ୍ରୀ ବାମଦେବ ସିଂ , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନୀ ମାଝୀ , ପାରଳା ପୌର ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ବେହେରା ଏବଂ ଡିଏସଏସଓ ଶ୍ରୀ ପବିତ୍ର ଦାସ ପ୍ରମୁଖ ମଞ୍ଚାସିନ ରହି ବାଲ୍ୟ ବିବାହ ବନ୍ଦ କରିବା ଓ ନିଶା ସେବନ ମୁକ୍ତ ସମେତ ଅବୈଧ ଚାଲାଣ ରୋକିବା ଦିଗରେ ସମସ୍ତେ ସଚେତନ ହୋଇ ସହଯୋଗ ଭରା କାର୍ଯ୍ୟ କଲେ ସମାଜରୁ ଏହି କୁବ୍ୟାଧି ଗୁଡ଼ିକର ମୂଳୋତ୍ପାଟନ ହୋଇପାରିବ ବୋଲି କହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031