Indus Valley Times

ଗଜପତି ଜିଲ୍ଲାରେ ଅବକାରୀ ଚଢ଼ାଉ : ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

 Breaking News

ଗଜପତି ଜିଲ୍ଲାରେ ଅବକାରୀ ଚଢ଼ାଉ : ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

September 26
10:09 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି, ୨୬/୯: ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ୨୩-୯-୨୦୨୨ ଓ ୨୪-୯-୨୦୨୨ ଦୁଇ ଦିନ ଧରି ମୋହନା ଓ ଆର୍.ଉଦୟଗିରି ଅଞ୍ଚଳରେ ଏପିଆର: ପୋଲିସ ଫୋର୍ସ , ଅବକାରୀ ବିଭାଗ , ଆର୍ . ଉଦୟଗିରି ଓ ମୋହନା ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନ ଯଥା :- ପାତ୍ର ବସା , ତୁବୁରୁବା , ଗୁଡିସାହି , ଝୁଲା , ବେନା ସାହି , ନୂଆସାହି , ଭାଳିଆ ସାହି , ପଥର ଗଡ, କୁଙ୍କୁଣୀ , ଲୁହାଗୁଡି , ଲାବାରସିଙ୍ଗ ଇତ୍ୟାଦି ଗ୍ରାମ ଗୁଡିକରେ ମିଳିତ ଅବକାରୀ ଚଢ଼ାଉ କରା ଯାଇଥିଲା।
ଏହି ଚଢ଼ାଉରେ ବିପୁଳ ପରିମାଣର ମହୁଲ ଓ ଗୁଡ ମିଶ୍ରିତ ପୋଚ ୭୩୮୦ ଲିଟର ଓ ଦେଶୀରନ୍ଧା ମଦ ୪୭୯ ଲିଟର ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିବା ସହିତ ବହୁ ପରିମାଣର ମଦରନ୍ଧା ସରଞ୍ଜାମ ଯଥା- ପ୍ଲାଷ୍ଟିକ ଡ୍ରମ ଇତ୍ୟାଦି ନଷ୍ଟ କରାଯାଇଛି । ଏଥରେ ସଂପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ନଷ୍ଟ କରାଯାଇଥିବା ଜିନିଷର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାଯାଇଛି ।
ଶ୍ରୀ ପ୍ରକାଶ କୁମାର ସାହୁ ଅବକାରୀ ନିରୀକ୍ଷକ , ସଦର ରେଞ୍ଜ ଏହି ଚଢ଼ାଉର ନେତୃତ୍ବ ନେଇଥିଲେ।
ପ୍ରକାଶ ଥାଉ କି , ଏହି ଚଢ଼ାଉ ଆଗାମୀ ଦୁର୍ଗାପୂଜା ଉପଲକ୍ଷେ ହେଉଛି ଓ ଏହା ଦୁର୍ଗାପୂଜା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031