Indus Valley Times

ଗଜପତି: ଜିଲ୍ଲାରେ କୋଭିଡ ଟୀକାକରଣ ପାଇଁ ସଚେତନତାର ଶୁଭାରମ୍ଭ କାର୍ଯ୍ୟକ୍ରମ

 Breaking News

ଗଜପତି: ଜିଲ୍ଲାରେ କୋଭିଡ ଟୀକାକରଣ ପାଇଁ ସଚେତନତାର ଶୁଭାରମ୍ଭ କାର୍ଯ୍ୟକ୍ରମ

ଗଜପତି: ଜିଲ୍ଲାରେ କୋଭିଡ ଟୀକାକରଣ ପାଇଁ ସଚେତନତାର ଶୁଭାରମ୍ଭ କାର୍ଯ୍ୟକ୍ରମ
February 04
19:13 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୪/୨ : ଗଜପତି ଜିଲ୍ଲାରେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନକୁ ଦୃଷ୍ଟିରେ ରଖି କୋଭିଡ ଟେଷ୍ଟ ଓ କୋଭିଡ଼ ଟୀକାକରଣକୁ ବ୍ୟାପକ କରିବା ପାଇଁ ଏହି ଉଦ୍ଦେଶ୍ୟରେ ଏକ କୋଭିଡ ଟୀକାକରଣ ସଚେତନତା ପ୍ରଚାର ଅଭିଯାନ ରଥ ଶୁଭାରମ୍ଭ କରାଯାଇଛି ।
ଏହି ସଚେତନତା ପ୍ରଚାର ରଥ ଗଜପତି ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱର ସ୍ଥିତ ଏକ୍ସନ-ଏଡ଼ର ମିଳିତରେ ଆରମ୍ଭ କରାଯାଇଛି ।
ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଆଜି ଏହି ପ୍ରଚାର ଅଭିଯାନ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ନିର୍ବାଚନୀ ପ୍ରଚାର ସମୟରେ କୋଭିଡ ଟେଷ୍ଟ କରାଇ ନେବା , କୋଭିଡର ସମ୍ପୂର୍ଣ୍ଣ ଟୀକା ନେଇ ଏବଂ ସମସ୍ତେ କୋଭିଡ ନିୟମକୁ ମାନି ନିର୍ବାଚନର ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ସହ ୧୫ରୁ୧୭ ବର୍ଷ ବୟସର କିଶୋରୀ ବାଳିକା ଓ କିଶୋର ବାଳକ ମାନଙ୍କୁ ଟୀକାକରଣରେ ଅନ୍ତର୍ଭୁକ୍ତ କରାଇବା ନିମନ୍ତେ ଏହି ସଚେତନତା ପ୍ରଚାର ରଥ ଜିଲ୍ଲାର ବିଭିନ୍ନ ବ୍ଲକଅଞ୍ଚଳ ଯାଇ ସଚେତନ କରାଇବ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଯୋଜନା ଅନୁଯାୟୀ ଉକ୍ତ ସଚେତନତା ରଥ ସହ ସ୍ୱାସ୍ଥ୍ୟ ବିଭାଗର ପାଞ୍ଚ ଜଣିଆ ଟିମ ଘରକୁ ଘର ବୁଲି ଟୀକାକରଣ କରାଇବେ । ଏଠି ସହିତ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟକର୍ମୀ , ଆଶା ଓ ଅଙ୍ଗନବାଡି କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଚେତନତା ସହ କୋଭିଡ ଟୀକାକରଣକୁ ସୁନିଶ୍ଚିତ କରାଇବେ ।
ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ କୋଭିଡ-୧୯ ଟୀକା ସମ୍ପୂର୍ଣ୍ଣ ନିରାପଦ ଓ ଫଳପ୍ରଦ–କୋଭିଡ ଟୀକା ଜୀବନ ରକ୍ଷା ଏବଂ କୋଭିଡର ନୂଆ ପ୍ରଜାତି ଓମିକ୍ରୋନ ଓ ତୃତୀୟ ଲହରକୁ ରୋକିବା ପାଇଁ କଣ କରିବାକୁ ହେବ ସେ ସମ୍ପର୍କିତ ଲେଖା ଥିବା ସଚେତନତା ପାମ୍ପ୍ଲେଟ ବଣ୍ଟନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ପ୍ରଭାସ କୁମାର ବେହୁରା , ଜିଲ୍ଲା ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଅଧିକାରୀ ଡାଃ ମହେନ୍ଦ୍ର କୁମାରଭୂୟାଁ , ଜିଲ୍ଲା କୃଷ୍ଠ ନିବାରଣ ଅଧିକାରୀ ଡାଃ ଇନ୍ଦିରା କୁମାରୀ ମହାପାତ୍ର , ଜିଲ୍ଲା ଜନ ସ୍ୱାସ୍ଥ୍ୟଶିକ୍ଷା ଅଧିକାରୀ ଶ୍ରୀ ନେତ୍ରାନନ୍ଦ ଶତପଥୀ , ସଖୀ-ୱାନଷ୍ଟପ କେନ୍ଦ୍ରର ପରିଚାଳିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଜିଲ୍ଲା ଚାଇଲଡ଼ ଲାଇନର କେନ୍ଦ୍ର ପରିଚାଳକ ଶ୍ରୀ ନାଗେଶ୍ବର ଚୌଧୁରୀ ଏବଂ ଡିଆଇପିଆରଓ ଶ୍ରୀ ସ୍ୱରାଜ୍ୟ କୁମାର ଶିସା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମସ୍ତକାର୍ଯ୍ୟକ୍ରମକୁ ଜିଲ୍ଲା ଏକ୍ସନ-ଏଡ଼ର ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ପରିଚାଳନା କରିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930