Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ଉଦ୍ୟୋଗ ଦିବସ ପାଳନ ସମେତ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ଉଦ୍ୟୋଗ ଦିବସ ପାଳନ ସମେତ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ

ଗଜପତି: ଜିଲ୍ଲାସ୍ତରୀୟ ଉଦ୍ୟୋଗ ଦିବସ ପାଳନ ସମେତ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ
March 05
22:59 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୫/୩: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର କା ର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ଉଦ୍ୟୋଗ ଦିବସ ପାଳନ ଅବସରରେ ଉଦ୍ୟୋଗ ଭିତ୍ତିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କା ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଶ୍ରୀ ସୁନାରାମ ସିଂହ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।
କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିଳ୍ପ ଭିତ୍ତିକ ଅନେକ ଯୋଜନା କାର୍ଯ୍ୟକାରି ହେଉଛି , ହେଲେ ସେ ସବୁ ଯୋଜନା ଉପରେ ଅଧିକ ପ୍ରଚାର୍ ପ୍ରସାରର ଆବଶ୍ୟକତା ରହିଛି , ଏହା ହେଲେ ଉଦ୍ୟୋଗୀ ମାନେ କେଉଁଟା ସେମାନଙ୍କ ପକ୍ଷେ ଉପଯୁକ୍ତ ତାହା ସେମାନେ ଜାଣିପାରିବେ ।
ଅନ୍ୟ ପକ୍ଷରେ ଶିଳ୍ପ ସ୍ଥାପନ ଓ ତାର ବ୍ୟବସାୟ କରିବା ପୂର୍ବରୁ ନିଜକୁ ମାନସିକ ଭାବେ ତାର ଏକ ପ୍ଲାନ୍ ପ୍ରସ୍ତୁତ କରିବାକୁ ହେବ । ଯାହା ଫଳରେ ଉଦ୍ୟୋଗୀ କୁ ତାହା ସଫଳତାର ଅଗ୍ରଗତି ହେବାରେ ବେଶ୍ ସହାୟକ ହୋଇପାରିବ ବୋଲି ଉପାଦେୟ ପରାମର୍ଶ କାର୍ଯ୍ୟକ୍ରମ ଦେଇଥିଲେ ।
ଏହି କା ର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଡ଼ଃ ସୁଶାନ୍ତ କୁମାର ଦାସ ଏବଂ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଶ୍ରୀ ବଳରାମ ସୁବୁଦ୍ଧି ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆପିଓ: ଶ୍ରୀ ସାନ୍ତାନୁ କୁମାର ପ୍ରଧାନ ଏବଂ ଆଇପିଓ: ଶ୍ରୀ ବିଭୁ ରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ବିଭିନ୍ନ ସ୍ତରର ଉଦ୍ୟୋଗୀ ଓ ଆଶାୟୀ ଉଦ୍ୟୋଗୀ ମାନଙ୍କୁ ଶିଳ୍ପ ଭିତ୍ତିକ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ସେଥିରେ ରହିଥିବା ରିହାତି ତଥା ପ୍ରୋତ୍ସାହନ ରାଶି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ।
ମୁଖ୍ୟତଃ କା ର୍ଯ୍ୟକାରୀ ହେଉଥିବା ପିଏମ: ବିଶ୍ଵକର୍ମା ଯୋଜନା ସମେତ ପିଏମ:-ଏଫ୍ଏମଇ: , ପିଏମ: ନିଯୁକ୍ତି ସୃଜନକାରୀ କାର୍ଯ୍ୟକ୍ରମ ଏବଂ ସେହିଭଳି ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୨୨ ଏବଂ ଓଡ଼ିଶା ଏମଏସଏମଇ: ଉନ୍ନୟନ ନୀତି-୨୦୨୨ ଉପରେ ବୁଝାଇବା ସହ ଉପସ୍ଥିତ ଥିବା ବିଭିନ୍ନ ସ୍ତରର ଉଦ୍ୟୋଗୀ ମାନଙ୍କୁ ସଚେତନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031