Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ
April 30
21:25 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଶନିବାର ଜିଲ୍ଲା ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ପ୍ରାଣୀସମ୍ପଦ ବିଭାଗ ଏସଡିଭିଓ: ଡ଼ାଃ ରମାକାନ୍ତ ରଣା ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ କଥା କହି ପାରୁ ନ ଥିବା ନିରୀହ ପ୍ରାଣୀମାନଙ୍କୁ ଚାଷୀଭାଇ ମାନେ ଠିକ୍ ଭାବେ ଯତ୍ନ ଓ ଲାଳନ ପାଳନ କରି ତାଙ୍କ ଦ୍ଵାରା ସ୍ୱାବଲମ୍ବୀ ହେବାକୁ କହିଥିଲେ ।
ଅନ୍ୟପକ୍ଷରେ ସରକାରଙ୍କ ବିଭିନ୍ନ ଯୋଜନା ଚାଷୀ ମାନଙ୍କ ଠାରେ ପହଞ୍ଚାଇ ସେମାନେ ଆର୍ଥିକ କ୍ଷେତ୍ରରେ କିଭଳି ଆଗକୁ ବଢ଼ି ପାରିବେ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର ମଞ୍ଚାସିନ ଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରୋମାଞ୍ଚଳ ଖମାରୀ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାର ସୁଯୋଗ ନେବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାସ ଏବଂ ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଚାଷୀ ମାନଙ୍କ ପାଇଁ ନିଜ ବିଭାଗ ପକ୍ଷରୁ ଉଦ୍ଧିଷ୍ଟ ଥିବା ବିଭିନ୍ନ ସରକାରୀ ଯୋଜନା ଓ ସେଥିରେ ଥିବା ରିହାତି ସମ୍ପର୍କରେ ଅବଗତ କରାଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଭିଏଏସ: ଡ଼ାଃ ଲିମା ମହାନ୍ତି ସଂଯୋଜନା କରିଥିବା ବେଳେ ବିଭାଗୀୟ ଉପ ନିର୍ଦ୍ଦେଶକ ଡ଼ାଃ ବିଧୁତ୍ କୁମାର ମିଶ୍ର ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ଉତ୍ତମ ଚିକିତ୍ସକ ଭାବେ ଭିଏଏସ: ଡ଼ାଃ ନାରାୟଣ ମହାପାତ୍ରଙ୍କୁ ଉପଢୌକନ , ପୁରସ୍କାର ଓ ମାନପତ୍ର ଦେଇ ସମ୍ଭର୍ଦ୍ଧିତ କରା ଯାଇଥିବା ବେଳେ ବିଭିନ୍ନ ପ୍ରାଣୀ ଚାଷ କ୍ଷେତ୍ରରେ ଜିଲ୍ଲାର ୯ ଜଣ ଅଗ୍ରଣୀ ଚାଷୀଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ ଅବସରରେ ବିଭାଗୀୟ ଉପ ନିର୍ଦ୍ଦେଶକ ଡ଼ାଃ ବିଧୂତ ଶେଖର ମିଶ୍ର ଏବଂ ଏଡିଭିଓ: ଡ଼ାଃ ଶ୍ରୀକାନ୍ତ ଖଟୁଆ ପ୍ରମୁଖ କବିତା ପାଠ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରାଣୀସମ୍ପଦ ବିଭାଗର ଭିଏଏସ: ଡ଼ାଃ ଅଭିଜିତ ମିଶ୍ର , ଭାରପ୍ରାପ୍ତ ଜିଲ୍ଲା ରୋଗ ନିରୂପଣ ଅଧିକାରୀ ତଥା କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରର ଇନଚାର୍ଜ୍ ଅଧିକାରୀ ଡ଼ାଃ ପ୍ରଶାନ୍ତ କୁମାର ସାମଲ , ଏଡିଭିଓ: ଡ଼ାଃ ଶ୍ରୀକାନ୍ତ ଖଟୁଆ , ପ୍ରମୁଖ ପରିଚାଳନା କରିଥିବା ବେଳେ ଏମଟିଏ: ସୁଶ୍ରୀ ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ଏବଂ କାର୍ଯ୍ୟକ୍ରମ ସହକାରୀ ସୁଶ୍ରୀ ବନ୍ୟା ପାଣୀ ଦଳାଇ ପ୍ରମୁଖ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସମେତ ସମସ୍ତ ବ୍ଲକର ପ୍ରାଣୀଧନ ଚିକିତ୍ସକ ଓ ନିରୀକ୍ଷକ , ଏସଏଚଜି: ସଦସ୍ୟା , ଚାଷୀଭାଇ ମାନଙ୍କ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031