Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

May 17
19:19 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୫: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ ୟୁନିଟ ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ଏନସିଡ଼ି: ସେଲ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସିଡିଏମ:-ପିଏଚଓ:ଙ୍କ କାର୍ଯ୍ୟାଳୟ ପରିସରରୁ ଉଚ୍ଚ ରକ୍ତଚାପ ଠାରୁ ଦୂରେଇ ରହିବା ପାଇଁ ଏକ ସଚେତନତା ପ୍ରଚାର ଅଭିଯାନ ଗାଡ଼ିର ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପ୍ରଚାର ଅଭିଯାନ ଗାଡ଼ିର ଶୁଭାରମ୍ଭ ବେଳେ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀ ଗଣ ଏବଂ ଏଏନଏମ: ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀମାନେ ଉପସ୍ଥିତ ଥିଲେ ।
ପରେ ପୂର୍ବାହ୍ନ ୧୦ ଟାରେ ଏହି ଅବସରରେ ସିଡ଼ିଏମ-ପିଏଚଓ: କାର୍ଯ୍ୟାଳୟର ପ୍ରଶିକ୍ଷଣ ୟୁନିଟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାମୁଖ୍ୟ ଚିକିତ୍ସ୍ୟାଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଉଚ୍ଚ ରକ୍ତଚାପ କଣ , ଏହା ମଣିଷ ଦେହରେ କାହିଁକି ହୋଇଥାଏ , ଏହାର କାରଣ , ନିରାକରଣ ଓ ସାବଧାନତା ଉପରେ କହି ଏହା ଏକ ନୀରବ ଘାତକ , ଏହି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଶାରିରୀକ ପରିଶ୍ରମ କରିବା ସହ ଲୁଣ ଓ ଚର୍ବି ଜାତୀୟ ଖାଦ୍ୟ କମାଇବା ସହ ଧୂମପାନ , ମଦ୍ୟପାନ ଓ ମାନସିକ ଅବସାଦ ଠାରୁ ଦୂରେଇ ରୁହନ୍ତୁ , ଏହା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା କରାଇ ଔଷଧ ଖାଇ ସୁସ୍ଥ ରହିବାକୁ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚଓ:-ଡିସି: ଡ଼ାଃ ଆନନ୍ଦ ଚନ୍ଦ୍ର ସାମନ୍ତରାୟ , ଏଡିପିଏଚଓ:- ଲେପ: ଡ଼ାଃ ଇନ୍ଦିରା ମହାପାତ୍ର ଏବଂ ଡିପିମ: ସୌମ୍ୟା ରାଣୀ ଗୌଡ଼ ପ୍ରମୁଖ ମଞ୍ଚାସିନ ରହି ଉଚ୍ଚ ରକ୍ତଚାପ କାହିଁକି ହୋଇଥାଏ , ଏହାର ଭୟାବହତା ଏବଂ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ କଣ ସବୁ ସତର୍କତା ଓ ସାବଧାନତା ପାଳନ କରିବାକୁ ହେବ , ସେ ସବୁର ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟତ୍ରୀ , ଏଏନଏମ: ପ୍ରଶିକ୍ଷଣ ଛାତ୍ରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031