Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

October 12
17:44 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୧୦: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ: ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ଜାତୀୟ ଅନ୍ଧତ୍ବ ଦୂରୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ଅନ୍ଧତ୍ବ ନିୟନ୍ତ୍ରଣ ସମିତି ପକ୍ଷରୁ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସିଡିଏମଓ:ଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ସିଡିଏମଓ: ତଥା ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।
ପରେ ଏହି ଅବସରରେ ସିଡିଏମଓ:ଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଚକ୍ଷୁ ଆମ ଶରୀରର ଏକ ମୂଲ୍ୟବାନ ଅଙ୍ଗ , ଯାହା ଦ୍ୱାରା ଆମେ ଏ ସୁନ୍ଦର ଦୁନିଆକୁ ଦେଖି ପାରିବା ସହ ସକାଳଠୁଁ ରାତି ଯାଏ ଆମେ ସବୁ କାମ ଚକ୍ଷୁ ଦ୍ୱାରା ହିଁ କରି ପାରୁଛୁଁ । ଥରେ ଦୃଷ୍ଟିଶକ୍ତି ଚାଲିଗଲେ ମଣିଷ ସମ୍ପୂର୍ଣ ଅନ୍ଧ ହୋଇଯିବା ସହ କିଛି କାମ କରିପାରେ ନାହିଁ ଏବଂ ସାରା ସଂସାର ତା ପାଇଁ ଅନ୍ଧକାର ମୟ ହୋଇ ପଡ଼ିଥାଏ।
ତେଣୁ ଆଖିର ଯତ୍ନ ନେଇ ତାକୁ ସବୁବେଳେ ସୁସ୍ଥ ରଖିବା ପାଇଁ ଆହ୍ବାନ କରି ଯେ କୌଣସି ସମୟରେ ଚକ୍ଷୁ ସମସ୍ୟା ଦେଖା ଦେଲେ ତୁରନ୍ତ ଚକ୍ଷୁ ଚିକିସ୍ୟକ ଙ୍କ ସହ ପରାମର୍ଶ କରି ଚିକିତ୍ସା କରାଇ ନେବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ସଚେତନତା ସଭା କାର୍ଯ୍ୟକ୍ରମରେ ମହାମାରୀ ରୋଗ ବିଶେଷଜ୍ଞ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର , ଚକ୍ଷୁ ବିଶେଷଜ୍ଞ ଡ଼ାଃ ଚନ୍ଦନ କୁମାର ମେକାପ ଏବଂ ଏଡିପିଏଚସିଓ: , ଶ୍ରୀମତୀ ନୟନା ମଲ୍ଲିକ ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ କ୍ଷେତ୍ରରେ ଚକ୍ଷୁର ଯତ୍ନ ନେବା ଉପରେ କହିଥିଲେ ।
ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏସ-ଆଇ: ଶ୍ରୀ ନେତ୍ରାନନ୍ଦ ଶତପଥୀ ପ୍ରାରମ୍ଭରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିବା ବେଳେ ମହାମାରୀ ରୋଗ ବିଶେଷଜ୍ଞ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର ସ୍ଲାଇଡ୍ ଚିତ୍ର ମାଧ୍ୟମରେ ଚକ୍ଷୁ ଯତ୍ନର ବିଭିନ୍ନ ଦିଗ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଅନ୍ଧତ୍ବ ନିୟନ୍ତ୍ରଣ ସମିତିର ଶ୍ରୀ ଜଗଦୀଶ ପଟନାୟକ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930