Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ବିଶ୍ଵ ଏଡ଼ସ ଦିବସ -୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ବିଶ୍ଵ ଏଡ଼ସ ଦିବସ -୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ଜିଲ୍ଲାସ୍ତରୀୟ ବିଶ୍ଵ ଏଡ଼ସ ଦିବସ -୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
December 01
20:33 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୧୨ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ କକ୍ଷ ଠାରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ଼ସ ଦିବସ -୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପ୍ରଥମେ ଏକ ଦସ୍ତଖତ ଅଭିଯାନ ଓ ବାର୍ତ୍ତା ପ୍ରେରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ପ୍ରଶିକ୍ଷଣ କକ୍ଷ ଠାରେ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟତଃ ଏଚଆଇଭି ଏଡ଼ସ ରୋଗ ସଂକ୍ରମଣକୁ ପ୍ରତିରୋଧ କରିବା ସହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି । ଏଚଆଇଭି- ଏଡ଼ସ କଣ , ଏହା କିପରି ହୋଇଥାଏ ।
ଏହାର ଲକ୍ଷଣ ଓ ନିରାକରଣ ସାଙ୍ଗକୁ ଏହାର ଭୟାବହତା ସମ୍ପର୍କରେ କହି ଏଡ଼ସ ରୋଗର ମୂଳୋତ୍ପାଟନ ପାଇଁ କୌଣସି ପ୍ରତିଷେଧକ ଟିକା ନ ଥିବା ଯୋଗୁଁ ସଚେତନତା ଓ ସାବଧାନତା ହିଁ ଏହାର ମୁଖ୍ୟ ଅସ୍ତ୍ର ବୋଲି କହି ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚଓ–ଟିବି ରୋଗ ଡ଼ାଃ ରବି ନାରାୟଣ ଦାଶ , ଡିପିଏମ ସୌମ୍ୟା ରାଣୀ ଗୌଡ , ଏଡିପିଏଚଓ–ମ୍ୟାଲେରିଆ ଡ଼ାଃ ଇନ୍ଦିରା ପାଣିଗ୍ରାହୀ , ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ ।
କାର୍ଯ୍ୟକ୍ରମରେ ପାୱାର ପଏଣ୍ଟ ମାଧ୍ୟମରେ ଏଚଆଇଭି- ଏଡ଼ସ ଉପରେ ସଚେତନତା ମୂଳକ ଉପାଦେୟ ତଥ୍ୟ ପ୍ରଦାନ କରା ଯାଇଥିଲା ।
ଏହି ଅବସରରେ ଏଏନଏମ: ତାଲିମ ଛାତ୍ରୀ ମାନଙ୍କ ମଧ୍ୟରେ ଏଚଆଇଭି- ଏଡ଼ସ ସମ୍ପର୍କିତ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଆଇସିଟିସି: ଜିଲ୍ଲା ସୁପର ଭାଇଜର ଶ୍ରୀ ଶକ୍ତି ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଏଡିପିଏଚସିଓ: ଶ୍ରୀ ନେତ୍ରାନନ୍ଦ ଶତପଥି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର\’ରେ ଜିଲ୍ଲା\’ରେ ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଥିବା ଏଚଆଇଭି ଏଡ଼ସ ରୋଗ ନିଦାନ କେନ୍ଦ୍ର ତଥା ଏଆରଟି: କେନ୍ଦ୍ର ଉଦଘାଟନ ହୋଇଥିଲା।
ଏହି କେନ୍ଦ୍ରକୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଉଦଘାଟନ କରିବା ସହ ଏଆରଟି: କେନ୍ଦ୍ରରେ ସିଡିଏମଓ: ଡ଼ାଃ ପ୍ରଦୀପ ପାତ୍ର , ଡିପିଏମ ସୌମ୍ୟା ଗୌଡ , ଚିକିତ୍ସାଳୟ ଅଧିକ୍ଷକ ଡ଼ାଃ ପ୍ରମୋଦ ପଣ୍ଡା ଏବଂ ଏଆରଟି: କେନ୍ଦ୍ରର ଏମଓ: ଡ଼ାଃ ହୀନା ପ୍ରସାଦଙ୍କ ସହ କେନ୍ଦ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଏଆରଟି: ତଥା ଭୂତାଣୁ ବିରୋଧୀ କେନ୍ଦ୍ରର କାଉନସିଲର ହରପ୍ରିୟା ଜେନା , ତୃପ୍ତିମୟୀ ରାଉତ ଏବଂ ରାଜସ୍ମିତା କର , ସରକାରୀ ଏଏନଏମ ତାଲିମ କେନ୍ଦ୍ରର ସିନିୟର୍ ଟ୍ୟୁଟର ସୁଫଳକ୍ଷ ବେହେରା , ଏବଂ ବହୁ ସଂଖ୍ୟାରେ ଏଏନଏମ: ତାଲିମ ଛାତ୍ରୀ , “ଶ୍ୱାସ” ସଂସ୍ଥା ର ସ୍ୱେଚ୍ଛାସେବୀ ପ୍ରମୁଖ ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଆଇସିଟିସି: ସୁପରଭାଇଜର ଶ୍ରୀ ଶକ୍ତି ପଟ୍ଟନାୟକ , ଲେବ ଟେକନିସିଆନ ଶ୍ରୀ ନଳିନୀ କୁମାର ବେହେରା , ଏଆରଟି କାଉନସିଲର ରାଜସ୍ମିତକ୍ଷ କର ଏବଂ ନର୍ସିଂ ଅଫିସର ଶ୍ରୀ ଦୁର୍ଗା ପ୍ରସାଦ ଦାଶ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031