Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ମେଗା ଆଇନ ସଚେତନତା ଶିବିର ଓ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ବିଭିନ୍ନ ସହାୟତା , ପଟ୍ଟା ଓ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ମେଗା ଆଇନ ସଚେତନତା ଶିବିର ଓ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ବିଭିନ୍ନ ସହାୟତା , ପଟ୍ଟା ଓ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

November 06
19:08 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୬/୧୧: ପାରଳାଖେମୁଣ୍ଡି ସ୍ଥିତ ଆରସେଟି: ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜାତୀୟ ଆଇନସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲାସ୍ତରୀୟ ଏକ ମେଗା ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ଓ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଚେତନତା ସଭା କାର୍ଯ୍ୟକ୍ରମରେ କାଶୀନଗର ସ୍ଥିତ କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଙ୍କିତା ଗୁରୁ ସଂଯୋଜନା କରିଥିଲେ ।
ସଭା କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଏସପି: ଶ୍ରୀ ଜୟରାମ ଶତପଥି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଲୋକ ମାନଙ୍କୁ ବର୍ତ୍ତମାନ ଡୋର-ଷ୍ଟେପ ନ୍ୟାୟ ମିଳୁଛି ।
ମୁଖ୍ୟତଃ ଲୋକ ମାନଙ୍କ ପାଖକୁ ଏବଂ ଲୋକ ମାନଙ୍କ ପାଇଁ ସରକାର\’ଙ୍କ ଯେଉଁ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା ସବୁ ରହିଛି , ତାହା କିଭଳି ସେମାନଙ୍କ ପାଖରେ ପହଞ୍ଚି ସଫଳ ରୂପାୟନ ହୋଇପାରୁଛି ଏବଂ ବିଚାର ବିଭାଗର ଯେଉଁ ଆଇନସେବା ପ୍ରାଧିକରଣ ରହିଛି ତାର ଭୂମିକା ଓ ତା ଦ୍ଵାରା ଲୋକଙ୍କ ଠାରେ କିଭଳି ମାଗଣା ଆଇନ ସେବା ସମାଜ ର ତୃଣମୂଳ ସ୍ତରରେ ପହଞ୍ଚି ପାରିବ , ସେ ଦିଗରେ ସଚେତନ କରାଇବା ଏଭଳି କାର‌୍ୟ୍ୟକ୍ରମ\’ର ଉଦ୍ଦେଶ୍ୟ ବୋଲି କହିଥିଲେ।
ଏହି ଅବସରରେ ମଞ୍ଚାସିନ ଅତିଥି ମାନେ ବିଭିନ୍ନ ବିଭାଗ ପକ୍ଷ\’ରୁ ବିଭିନ୍ନ ସରକାରୀ ଯୋଜନାର , ୫୦୦ ରୁ ଅଧିକ
, ସଂଖ୍ୟାରେ ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ଓ ଜାଗା ମିଶନ ପଟ୍ଟା , ସରକାରୀ ଆର୍ଥିକ ସହାୟତା , ଓ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ ।
ଏହି ଅବସରରେ ଅତିଥି ମାନେ , ବିଭିନ୍ନ ବିଭାଗ ଯଥା:- ଜିଲ୍ଲା ଶିଶୁ ସୁରକ୍ଷା , ଜିଲ୍ଲା ଯୋଗାଣ ବିଭାଗ , ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ , ଜୀବିକା ମିଶନ , ଆଇଟିଡିଏ , ଜିଲ୍ଲା ଆଇନସେବା ପ୍ରାଧିକରଣ ଏବଂ ପୌର ପରିଷଦ ପକ୍ଷ\’ରୁ ସଚେତନତା ସଭା କାର୍ଯ୍ୟକ୍ରମ ସ୍ଥଳରେ ଖୋଲା ଯାଇଥିବା ସଚେତନତା ପ୍ରଦର୍ଶନୀ ଷ୍ଟଲ ସବୁ ପରିଦର୍ଶନ କରି ସେଠାରେ ମଧ୍ୟ ହିତାଧିକାରୀ ମାନଙ୍କୁ ବିଭିନ୍ନ ସାମଗ୍ରୀ ସବୁ ବଣ୍ଟନ କରିଥିଲେ ।
ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କୋର୍ଟର ସମସ୍ତ ମାଜିଷ୍ଟ୍ରେଟ ଯଥା:- ସିଜେଏମ: ଶ୍ରୀ ମାନସ କୁମାର ପଣ୍ଡା , ଏଡିଜେ: ସ୍ହେଇ ପ୍ରଦୀପ କୁମାର ସାମଲ , ସିଜେଏସଡି: ସନ୍ତୋଷ କୁମାର ଅଗ୍ରୱାଲ , ଏସଡିଜେଏମ: ଶ୍ରୀମତୀ ବର୍ଷା ଶର୍ମା , ଜେଏମଏଫସି: ଶ୍ରୀ ଶୁଭାଜିତ ବେହେରା , ସେକ୍ରେଟାରୀ ବାର ସଂଘ ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକ ପ୍ରମୁଖ\’ଙ୍କ ସମେତ ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଏଡ଼ିଏମ ଶ୍ରୀ ପ୍ରଦୀପ କୁମାର ନାୟକ , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନୀ ମାଝୀ , ଭାରପ୍ରାପ୍ର ଜରୁରୀକାଳୀନ ଅଧିକାରୀ ଶ୍ରୀ ଜୟଦ୍ରଥ ଆଚାର୍ଟ୍ୟ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ବିଭିନ୍ନ ବିଭାଗୀୟ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ , ବିଭିନ୍ନ ଯୋଜନାର ହିତାଧିକାରୀ ଏବଂ ଜିଲ୍ଲା କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ଶ୍ରୀ ରବିଚନ୍ଦ୍ର ପରିଡ଼ା , ରଘୁନନ୍ଦନ ଦାସ , କାହ୍ନୁ ଚରଣ ପଣ୍ଡା ଏବଂ ଶିବ ପ୍ରସାଦ ସେନାପତି ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା,ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930