Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ପାଳନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ପାଳନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ପାଳନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
September 04
10:30 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୪/୯: ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହ ଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଓଡ଼ିଶା ଗଜପତି ଜିଲ୍ଲାଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ସଂସ୍କୃତ ଶିକ୍ଷକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମକୁ ଜିଲ୍ଲା ସଂଘର ସଂଗଠନ ସମ୍ପାଦକ ଶ୍ରୀ ସୁକାନ୍ତ କୁମାର କର ସଂଯୋଜନା କରିଥିଲେ ।
ମୁଖ୍ୟଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ମୁଖ୍ୟ ଅଧ୍ୟାପକ ଡଃ ବିଘ୍ନେଶ୍ୱର ମିଶ୍ର ଯୋଗଦେଇ ସଂସ୍କୃତ ଭାଷାର ମହତ୍ତ୍ଵ ଉପରେ କହି ଏହା ଏକ ଦେବଭାଷା ତଥା ଦେବତା ମାନଙ୍କ ଭାଷା , ହେଲେ ଏହି ଭାଷା ବର୍ତ୍ତମାନ ଏକ ଅବହେଳିତ ମଧ୍ୟଦେଇ ଗତି କରୁଛି ତେଣୁ ଏହି ଭାଷାର ସୁଦୁରପ୍ରସାରି ପାଇଁ ସମୀକ୍ଷା ଓ ଗବେଷଣାର ଆବଶ୍ୟକତା ଉପରେ କହିଥିଲେ । ଅନ୍ୟପକ୍ଷରେ ସଂସ୍କୃତ ବିଷୟରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ କିଭଳି ଅଧିକ ଆଗ୍ରହ ପ୍ରକାଶ କରିବେ , ସେ ଦିଗରେ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ରହିଥିବା ଗୁରୁଦାୟିତ୍ଵ ଉପରେ କହିଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁଦର୍ଶନ ତ୍ରିପାଠୀ , ପ୍ରାକ୍ତନ ସଂସ୍କୃତ ଶିକ୍ଷକ ପଣ୍ଡିତ କୁମୁଦ ରଞ୍ଜନ ଦାସ , ପ୍ରାକ୍ତନ ଅଧ୍ୟାପକ ଶ୍ରୀ ବିଘ୍ନରାଜ ପଣ୍ଡା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଓ ସଂସ୍କୃତ ଭାଷାର ମହତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନ କରି , ସାମ୍ପ୍ରତିକ ସ୍ଥିତିରେ ସଂସ୍କୃତ ଭାଷାର ସୁରକ୍ଷା କରାଯିବା ସହ ସମ୍ମାନ ଦେବା ଓ ସଂସ୍କୃତ ଭାଷାକୁ ଲୋକଙ୍କ ପାଖରେ ପହଞ୍ଚାଇ ଏ ବିଷୟ ଉପରେ ଆକୃଷ୍ଟ କରାଇବା ଉପରେ କହିଥିଲେ ।
ଜିଲ୍ଲା ସଂଘ୍ ସଭାପତି ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ସଂଘର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପଣ୍ଡିତ ଶୁଭାଶିଷ ପତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି ଅବସରରେ ପ୍ରାରମ୍ଭିକ ସଙ୍ଗୀତ ଶିକ୍ଷୟତ୍ରୀ ସୁଜାତା ତ୍ରିପାଠୀ ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ଵାରା ପରିବେଷଣ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ରୁ ଅଧିକ ଉଚ୍ଚ ବିଦ୍ୟାଳୟର ୭୦ରୁ ଅଧିକ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।
ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଶତପଥୀ ମଙ୍ଗଳା ଚରଣ ପାଠ କରିଥିବା ବେଳେ ଅଧ୍ୟାପକ ଶ୍ରୀ ଶୁଭାଶିଷ ପତି ଅତିଥି ମାନଙ୍କ ପରିଚୟ ପ୍ରଦାନ , ଶ୍ରୀ ରାଜେଶ ରଞ୍ଜନ ତ୍ରିପାଠୀ ସଂସ୍କୃତ କବିତା ପାଠ ଏବଂ ଶିକ୍ଷକ ଶ୍ରୀ ତ୍ରିପତି ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଶେଷରେ ଶିକ୍ଷକ ଶ୍ରୀ ରଶ୍ମିରଞ୍ଜନ ତ୍ରିପାଠୀ ଶାନ୍ତିପାଠ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଶୁଭାଶିଷ ପତି ଓ ଶ୍ରୀ ସୁକାନ୍ତ କର ପରିଚାଳନା କରିଥିବା ବେଳେ ଶ୍ରୀ ଗୌରୀ ଶଙ୍କର ମହାରଣା ଓ ଶ୍ରୀ ପରମେଶ୍ବର ନାୟକ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031