Legatus

ଗଜପତି: ଜିଲ୍ଲାସ୍ତରୀୟ ସମ୍ବିଧାନ ପ୍ରଣେତା ବାବା-ସାହେବ୍ ଡଃ ବି:ଆର: ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ସମ୍ବିଧାନ ପ୍ରଣେତା ବାବା-ସାହେବ୍ ଡଃ ବି:ଆର: ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଜିଲ୍ଲାସ୍ତରୀୟ ସମ୍ବିଧାନ ପ୍ରଣେତା ବାବା-ସାହେବ୍ ଡଃ ବି:ଆର: ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ
April 16
09:28 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୪: ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡଃ ବି:ଆର: ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ଉତ୍ସବ , ସର୍ବ ଭାରତୀୟ ଜାତି ଓ ଅନୁସୂଚିତ ଓ ପଛୁଆ ବର୍ଗ କର୍ମଜୀବୀ ମହାସଂଘ ଗଜପତି ଜିଲ୍ଲା ଶାଖା ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ।
ଏହି ଅବସରରେ ମହାସଂଘର ପକ୍ଷରୁ ହାଇସ୍କୁଲ୍ ଛକ ଠାରୁ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ବାଇକ୍ ରାଲି ବାହାରି ଥିଲା।
ନୂଆ ବସଷ୍ଟାଣ୍ଡ ଠାରେ ଆୟୋଜିତ ପ୍ରତିମୂର୍ତ୍ତୀ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସମେତ ଏଡିଏମ୍ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ପରିଷଦ ସିଡିଓ: ଶ୍ରୀ ରୋମାଞ୍ଚଳ ଖମାରୀ ଓ ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖଙ୍କ ସମେତ ମହାସଂଘ , ସେବାସ୍ତମ୍ଭ୍ ଓ ଉତ୍କଳ ସମ୍ମିଳନୀର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ମାନେ ବାବା ସାହେବ୍ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ବୁଦ୍ଧମ୍ ଶରଣମ୍ ଗଛାମୀ” ପ୍ରାର୍ଥନା ଗାନ କରିଥିଲେ ।
ପରେ ମହାସଂଘ ଓ ସେବାସ୍ତମ୍ଭ୍ରର ଜିଲ୍ଲା ଶାଖା କର୍ମକର୍ତ୍ତା ମାନେ ମହାସଂଘର ଜିଲ୍ଲା ସଭାପତି ଶ୍ରୀ ଏସ: ପାପ୍ପା ରାଓଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ଦଣ୍ଡମାଳା ସାହି ଠାରେ ଥିବା ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ” ବୁଦ୍ଧମ ଶରଣମ ଗଛାମି” ପ୍ରାର୍ଥନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କର୍ମଜୀବୀ ମହାସଂଘ , ଭୀମ ସେନା ଓ ସେବାସ୍ତମ୍ଭର ଶ୍ରୀ ଏସ: ପାପ୍ପା ରାଓ , ଶ୍ରୀ ଡିଲେଶ୍ୱର୍ ରାଓ , ଶ୍ରୀ ବାବୁଲା ପୂଜାରୀ , ଶ୍ରୀ ନାରାୟଣ ସେଠୀ , ଶ୍ରୀ ପଲ୍ଲଭ ଲିମା , ଶ୍ରୀ ସୁମନ୍ତ ଚିନ୍ତାଡ଼ା , ଶ୍ରୀ ଟି: କିଶୋର , ଶ୍ରୀ ବାବାଜୀ ପ୍ରଧାନ ଓ ସୁବାଷ ସେଠୀ ପ୍ରମୁଖଙ୍କ ବହୁ ସଖ୍ୟାରେ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ପୂର୍ବାହ୍ନରେ ୟୁନିଅନ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ବାବାସାହେଵ ଡଃ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ପାଳନ ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାୟୀଙ୍କ ସଂଯୋଜନା ଓ ପରିଚାଳନାରେ ଅନୁଷ୍ଠିତ ଏହି ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରି ବାବାସାହେବ୍ ଡଃ ବି:ଆର: ଆମ୍ବେଦକରଙ୍କ ବାଲ୍ୟ , ସ୍କୁଲ ଓ କର୍ମମୟ ଜୀବନୀ ଆଲୋଚନା କରି ସମ୍ବିଧାନ ପ୍ରସ୍ତୁତ କରିବା ଓ ଅଛୁଆଁ ଭେଦଭାବ\’କୁ ଦୂର କରିବାରେ ଡଃ ଆମ୍ବେଦକରଙ୍କ ପ୍ରମୁଖ ଅବଦାନ ରହିଥିବା କହି ତାଙ୍କ ନୀତି ଓ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ମହାସଂଘର ଜିଲ୍ଲା ସଭାପତି ଶ୍ରୀ ଏସ: ପାପ୍ପା ରାଓ , ଏଡିଏମ: ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଡଃ ଆମ୍ବେଦକରଙ୍କ ନୀତି ଓ ଆଦର୍ଶ ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ପୂର୍ବରୁ ସ୍କୁଲ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ଏହି ଅବସରରେ ବରିଷ୍ଠ ନାଗରିକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ଡଃ ଆମ୍ବେଦକରଙ୍କ କର୍ମମୟ ଜୀବନୀ ଉପରେ ଏକ ସୁନ୍ଦର କବିତା ପାଠ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ଶ୍ରୀ ନରସିଂହ ବ୍ରଜବନ୍ଧୁ ପ୍ରମୁଖ ସହଯୋଗ କରିଥିଲେ ଏବଂ ଶେଷରେ ଭୀମ ସେନା ଓ ସେବାସ୍ତମ୍ୱର ଉପଦେଷ୍ଟା ଶ୍ରୀ ନାରାୟଣ ସେଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31