Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

January 25
20:10 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ପ୍ୟାଲେସ ସମ୍ମୁଖରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୧୪ ତମ ମତଦାତା ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ ଏସପି: ସ୍ଵାତୀ ଏସ: କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ , ଡିଏଫଓ ଶ୍ରୀ ଏସ: ଆନନ୍ଦ , ଜିଲ୍ଲା ପରିଷଦ ସିଡ଼ିଓ: ଡ଼ଃ ଗୁଣନିଧି ନାୟକ , ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନି ମାଝୀ ଏବଂ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ମୁଖ୍ୟତଃ ସମସ୍ତ ଭୋଟର ମାନେ ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ଭୋଟ ଦେବା ସମସ୍ତଙ୍କ ମୌଳିକ ଓ ସାମ୍ବିଧାନିକ ଅଧିକାର । ଭାରତ ଦେଶରେ ଗଣତନ୍ତ୍ରକୁ ସୁଚାରୁ ରୂପେ ପରିଚାଳନା କରାଯାଇ କିଭଳି ସୁରକ୍ଷା ଓ ସୁଦୃଢ଼ କରା ଯାଇପାରିବ , ସେ ଦିଗରେ ପ୍ରୟାସ ଚାଲିଛି।
ଭୋଟର ମାନଙ୍କୁ ମତଦାନ ପ୍ରକ୍ରିୟାରେ ନିଶ୍ଚିତ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ ସଚେତନ କରାଇବା ସହ ନୂତନ ଭୋଟର ମାନଙ୍କୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ନିର୍ବାଚନ ବେଳେ ସମସ୍ତ ଭୋଟର ସହ ନୂତନ ଭୋଟର ମାନେ ଯେଭଳି ଅଧିକରୁ ଅଧିକ ନିଜର ମୂଲ୍ୟବାନ ଭୋଟ ତଥା ମୌଳିକ ଓ ସାମ୍ବିଧାନିକ ଅଧିକାରକୁ ଭୋଟ ଦେଇ ସାବ୍ୟସ୍ତ କରି ଏକ ଭଲ ପ୍ରତିନିଧି ଟିଏ ଜିତାଇ ଦେଶ ଗଠନରେ ସହାୟକ ହେବାକୁ ଆହ୍ବାନ କରିଥିଲେ ।
ଏହି ଅବସରରେ ଏସପି:- ସ୍ଵାତୀ ଏସ: କୁମାର ଉପସ୍ଥିତ ସମସ୍ତଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସମସ୍ତେ ଭାଗ ନେଇ ଭୋଟ ଦେବାକୁ ଶପଥ ପାଠ କରାଇଥିଲେ ।
ଏହାପରେ ୩ ଜଣ ବରିଷ୍ଠ ନାଗରିକଙ୍କୁ ଅତିଥି ମାନେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ ନୂତନ ଭୋଟର ମାନଙ୍କୁ ସେମାନଙ୍କ ଭୋଟର କାର୍ଡ ପ୍ରଦାନ କରି \”ଆସନ୍ତୁ ଆମେ ଭୋଟ ଦେବା\” ପଏଣ୍ଟ ଠାରେ ଫୋଟ ଉଠାଇଥିଲେ ।
ଏହି ଅବସରରେ ସଚେତନତା ସଭା କାର୍ଯ୍ୟକ୍ରମ ସ୍ଥଳରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଇଭିଏମ- ଭିଭିପାଟ ମେସିନ ଯୋଗେ କିଭଳି ଭୋଟ ଦିଆଯିବ ସେ ସମ୍ପର୍କିତ ଏକ ଷ୍ଟଲ ଖୋଲାଯାଇ ଭୋଟର ମାନଙ୍କ ନିମନ୍ତେ ପ୍ରଦର୍ଶନ କରା ଯାଇଥିଲା ।
ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ନିର୍ବାଚନ ବିଭାଗର ଡେପୁଟି କଲେକ୍ଟର ତୃପ୍ତି ଜେନା , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ଡିସିପିୟୁ: ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031