Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ୩୭ ତମ ଜାତୀୟ ଚକ୍ଷୁପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ୩୭ ତମ ଜାତୀୟ ଚକ୍ଷୁପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ

September 09
10:14 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୯: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରର ଶୁକ୍ରବାର ଜିଲ୍ଲାସ୍ତରୀୟ ୩୭ ତମ ଜାତୀୟ ଚକ୍ଷୁପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଚକ୍ଷୁପକ୍ଷ ୨୫ ଅଗଷ୍ଟ ରୁ ୮ ସେପ୍ଟେମ୍ବର ପାଳନ ଅବସରରେ ଶୁକ୍ରବାର ଶେଷ ଦିନରେ ଏହି କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଜିଲ୍ଲା ଅନ୍ଧତ୍ବ ନିୟନ୍ତ୍ରଣ ସମିତି ପକ୍ଷରୁ ପାଳିତ ହୋଇଥିଲା ।
ଏହି ଅବସରରେ ତାଲିମ ନେଉଥିବା ଏଏନଏମ: ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହାକୁ ଡିପିଏଚଓ: ଡ଼ାଃ ଏମ ମୁବାରକ୍ ଅଲ୍ଲୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ପିଏଚଇଓ: ମମତା ପାଢ଼ୀ ସଂଯୋଜନା କରି ଚକ୍ଷୁପକ୍ଷ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭି କ ସୂଚନା ପ୍ରଦାନ କରିଥିଲେ । ଡିପିଏଚଓ: ଡ଼ାଃ ଏମ ମୁବାରକ ଅଲ୍ଲୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଚକ୍ଷୁଦାନ ଏକ ମହା ପୁନ୍ୟଦାନ ବୋଲି କହି ଜଣେ ଲୋକର ଚକ୍ଷୁଦାନ ଦ୍ଵାରା ଦୁଇଜଣ ଲୋକ କିଭଳି ଉପକୃତ ହୋଇଥାନ୍ତି କହିଥିଲେ ।
ଚକ୍ଷୁ ବିଶେଷଜ୍ଞ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଚକ୍ଷୁଦାନ କିଭଳି ଓ କେତେବେଳେ ହୋଇଥାଏ ଏବଂ ଏହା ଦ୍ଵାରା ଅନ୍ୟ ଲୋକେ କିଭଳି ଉପକୃତ ହୋଇଥାନ୍ତି ତାହା କହିବା ସହ ଚକ୍ଷୁର ଯତ୍ନ , ସୁରକ୍ଷା , ଦୃଷ୍ଟିହୀନ କିଭଳି ପରିସ୍ଥିତିରେ ହୋଇଥାନ୍ତି ଓ ତାର ଦୂରୀକରଣର ବିଭିନ୍ନ ଦିଗ ଉପରେ କହି କେଉଁ ମାନେ ଚକ୍ଷୁ ଦାନ କରିପାରିବେ ନାହିଁ ସେ ସମ୍ପର୍କରେ ବୁଝାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ(ଏଫଡବ୍ଲ୍ୟୁ) ଡ଼ାଃ ମହେନ୍ଦ୍ର କୁମାର ଭୂୟାଁ ଏବଂ ଏଡିପିଏଚଓ:(ଲେପ୍ରୋସି) ଡ଼ାଃ ଇନ୍ଦିରା ମହାପାତ୍ର ପ୍ରମୁଖ ମଞ୍ଚାସିନ ରହି ଚକ୍ଷୁଦାନ ପକ୍ଷ ସମ୍ପର୍କରେ କହିଥିଲେ । ଏହି ସମସ୍ତ କାର୍ଯ୍ୟ କ୍ରମମକୁ ଜଗଦୀଶ ପଟ୍ଟନାୟକ , ଦୁଃଖୀରାମ ସ୍ୱାଇଁ , ନୀଳମଣି ଗୌଡ଼ ଏବଂ ସୁବାଷ ପ୍ରଧାନ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031