Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ୬୩ ତମ ପୋଲିସ ସହିଦ ସ୍ମୃତି ଦିବସ ପ୍ୟାରେଡ଼ କାର୍ଯ୍ୟକ୍ରମ ପାଳିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ୬୩ ତମ ପୋଲିସ ସହିଦ ସ୍ମୃତି ଦିବସ ପ୍ୟାରେଡ଼ କାର୍ଯ୍ୟକ୍ରମ ପାଳିତ

October 21
20:21 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୧/୧୦: ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପଡିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୬୩ ତମ ପୋଲିସ ସହିଦ ସ୍ମୃତି ଦିବସ ପ୍ୟାରେଡ଼ -୨୦୨୨ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଏସପି: ଶ୍ରୀ ଜୟରାମ ଶତପଥି , ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକଙ୍କ ଧନ ଜୀବନର ସୁରକ୍ଷା ସହ ସମାଜରେ ଶାନ୍ତି ପ୍ରତିଷ୍ଠା ଦିଗରେ ପୋଲିସ ସବୁବେଳେ ଦକ୍ଷତାର ସହ କାର୍ଯ୍ୟ କରିଆସୁଛି ବୋଲି କହି ଏହି ଦିବସ ଆମର ବୀର ପୋଲିସ ଅଫିସର ଓ କର୍ମଚାରୀ ମାନଙ୍କ କର୍ତ୍ତବ୍ୟ ନିଷ୍ଠା , ତ୍ୟାଗ ଓ ବଳିଦାନ ବିଷୟରେ ଆମକୁ ସ୍ମରଣ କରାଇ ଦେଇଥାଏ ।
ଉଗ୍ରବାଦ ନିୟନ୍ତ୍ରଣ ଓ ଶାନ୍ତି ପ୍ରତିଷ୍ଠା ସମୟରେ ନିଜ ଜୀବନକୁ ଉତ୍ସର୍ଗ କରି ବଳିଦାନ ଦେଇ ନିଜର ଦାୟିତ୍ଵ ନିର୍ବାହ କରି ଯାଇଥିବା ଅମର ସହିଦ ମାନଙ୍କ ପ୍ରତି ଏ ଜାତି ସବୁବେଳେ କୃତଜ୍ଞ ବୋଲି କହିଥିଲେ ।
ପରେ ପରେ ଏହି ଅବସରରେ ୨୬୪ ଜଣ ଅମର ସହିଦ ମାନଙ୍କ ନାମ ପାଠ କରିବା ସହ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରିତ ବାର୍ତ୍ତା ମଧ୍ୟ ପାଠ କରିଥିଲେ ।
ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ\’ଙ୍କ ସମେତ ଓଏସଏପି କମାଣ୍ଡେଣ୍ଟ ଶ୍ରୀ ଜୁରିଆ ବେହେରା ଏବଂ ଅତିରିକ୍ତ ଏସପି: ଶ୍ରୀ ବାମଦେବ ସିଂହ ପ୍ରମୁଖ ସହିଦ ଅମର ଯବାନ ସ୍ମୃତି ସ୍ତମ୍ଭ ଠାରେ ପୁଷ୍ପଗୁଚ୍ଛ ଓ ସେଲ୍ୟୁଟ ଦେଇ ଅମର ସହିଦ ମାନଙ୍କ ପ୍ରତି ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ପୋଲିସ ରିଜର୍ଭ ଆରଆଇ: ଶ୍ରୀ ଡମ୍ବରୁ ଧର ହନାଗାଙ୍କ ନେତୃତ୍ୱରେ ପୋଲିସ ପ୍ୟାରେଡ ଦଳ ପରିଚାଳନା ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନାଧିକାରୀ ଶ୍ରୀ ବିବେକ ନନ୍ଦ ସ୍ବାଇଁଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ କର୍ମଚାରୀ , ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ , ସହିଦ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କ ପତ୍ନୀ ଓ ପରିବା ଏବଂ ନିମନ୍ତ୍ରିତ ଅତିଥି ମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥି ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ , ଗତ ୬୩ ବର୍ଷ ପୂର୍ବେ ଅର୍ଥାତ୍ ୧୯୫୯ ମସିହାରେ ଭାରତର ୧୦ ଜଣ ଯବାନକୁ ଚୀନର ପିପ୍ୟୁଲସ ଲିବେରସନ୍ ଆର୍ମି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ , ଏଥିପାଇଁ ଶ୍ରଦ୍ଧାଞ୍ଜଳୀ ଦେବା ତଥା ସେହି ଅମର ସହିଦ ମାନଙ୍କୁ ମାନେ ପକାଇବା ଉଦ୍ଦେଶ୍ୟରେ ଏବଂ ଆମର ଯେଉଁ ପୂର୍ବପୁରୁଷ ମାନଙ୍କୁ ତାଙ୍କର ସ୍ମୃତି-ଗାଥାକୁ ଜଣାଇବା ପାଇଁ ଏହି ସହିଦ ଦିବସ ପାଳିତ ହେଉଛି ।
ଶହୀଦ ମାନେ ଯେଉଁଭଳି ଭାବେ ନିଜ ଦେଶ ମାତୃକାର ସେବା ପାଇଁ ବଳିଦାନ ଦେଇଥିଲେ , ସେହିଭଳି ଯଦି କୌଣସି ପରିସ୍ଥିତିରେ କର୍ତ୍ତବ୍ୟ ବେଳେ କେହି ସମ୍ମୁଖୀନ ହୁଅନ୍ତି , ତା, ହେଲେ ସେମାନେ ନିଜ ଦେଶ ପାଇଁ ଉତ୍ସର୍ଗ କରିବା ଦିଗରେ କେବେ ହେଲେ ପଛେଇବେ ନାହିଁ କି ପଛଘୁଞ୍ଚା ଦେବେନି ବୋଲି କହି କାର୍ଯ୍ୟ ନିର୍ବିଘ୍ଣ ଭାବେ କରି ଚାଲିବେ ବୋଲି ଆଶାବ୍ୟକ୍ତ କରି କହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031