Indus Valley Times

ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ

 Breaking News

ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ

September 23
20:13 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୩/୯: ମାନ୍ୟବର ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଦୌରା ଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୋଭିଡ କଟକଣାର ଅନୁପାଳନ ପୂର୍ବକ ଏକ ଅନଲାଇନ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ହେମନ୍ତ କୁମାର ସେଠୀ , ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ କୁମାର ପଣ୍ଡା , ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ଏମାନଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ , ଜିଲ୍ଲାର ବିଭିନ୍ନ ଥାନାର ଥାନାଧିକାରୀ , ପ୍ୟାନେଲ ଲୋୟର ଓ ପାରା ଲିଗାଲ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ଯୋଗଦେଇ ସାଇବର ଅପରାଧ ଓ ସାମାଜିକ ଗଣମାଧ୍ୟମରେ ହେଉଥିବା ବିଭିନ୍ନ ଠକେଇକୁ କିଭଳି ରୋକା ଯାଇପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।
ଅନ୍ୟପକ୍ଷରେ ସାଇବର ଅପରାଧ କିଭଳି ହୋଇଥାଏ ଏବଂ ସେଥିପ୍ରତି କିଭଳି ସାବଧାନତା ଅବଲମ୍ବନ କରିବାକୁ ହେବ , ସେ ସମ୍ପର୍କରେ ଅଭିଜ୍ଞତା ଥିବା କାର୍ଯ୍ୟରତ ପୋଲିସ କର୍ମଚାରୀ ଶ୍ରୀ ପ୍ରଶାନ୍ତ ପରିଛା , ସାମାଜିକ ଗଣମାଧ୍ୟମର ଉପକାରୀତା ଓ ଅପକାରୀତାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ ଏବଂ ଜନସାଧାରଣ କିଭଳି ସାଇବର ଅପରାଧୀ ମାନଙ୍କ ଠକେଇ ଶିକାର ହେବା ଦାଉରୁ ବଞ୍ଚିତ ହେବେ , ସେ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନା ଓ ସହନଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031