Indus Valley Times

ଗଜପତି : ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ “ବିଶ୍ବ ଶିଶୁ ଶ୍ରମିକ ନିଷେଧ ଦିବସ

 Breaking News

ଗଜପତି : ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ “ବିଶ୍ବ ଶିଶୁ ଶ୍ରମିକ ନିଷେଧ ଦିବସ

June 12
19:57 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୨/୬: ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ରାଜ ସୀତାପୁର ସ୍ଥିତ “ପ୍ରାଉଡ ଶିଶୁ ଯତ୍ନ ଅନୁଷ୍ଠାନ” ଠାରେ ଆଜି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ “ବିଶ୍ୱ ଶିଶୁ ଶ୍ରମିକ ନିଷେଧ ଦିବସ “ପାଳିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀ ମାନସ କୁମାର ପଣ୍ଡା , ସବଜଜ ତଥା ପ୍ରାଧିକରଣର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଏବଂ ଲିଗାଲ ପ୍ରୋବେଶନ ଅଫିସର ଶ୍ରୀ ବାଡ଼ତ୍ୟା ପ୍ରମୁଖଙ୍କ ସମେତ “ପ୍ରାଉଡ଼” ଅନୁଷ୍ଠାନର ଅଧିକ୍ଷିକା ଶ୍ରୀମତୀ ସୁନିତା ପାଢ଼ୀ ଉପସ୍ଥିତ ଥିଲେ ।
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ଏହି ସଚେତନତା ଶିବିର କାର୍ଯ୍ୟକ୍ରମରେ ବିଭିନ୍ନ ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ଆଇନ ଓ ସମାଜରେ କିଭଳି ଶିଶୁ-ଶ୍ରମିକ ରୋକା ଯାଇପାରିବ , ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରା ଯାଇଥିଲା ।
ଅନ୍ୟପକ୍ଷରେ ସମସ୍ତ ଶିଶୁ କିଭଳି ଶ୍ରମିକ ଭଳି ଘୁଣ୍ୟ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଭାବେ ନିବୃତ୍ତ ରହି ବିଦ୍ୟାଳୟ ଯିବା ପାଇଁ ଆଗ୍ରହ ପ୍ରକାଶ କରିବେ ଓ ଏଥିପାଇଁ ସମାଜର ରହିଥିବା ଦାୟିତ୍ୱ ବୋଧ ଭୂମିକା ଉପରେ ବିଶେଷ ଆଲୋକପତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031