Indus Valley Times

ଗଜପତି : ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ

November 14
10:59 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି, ୧୪/୧୧: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରରେ ସୋମବାର ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବର୍ଷର ୪ର୍ଥ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଜାତୀୟ ଆଇନସେବା ପ୍ରାଧିକରଣ ଓ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି ।
ଏହି ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସହ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ ।
ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ବିଚାରଧୀନ ଥିବା ଓ ପ୍ରାକ୍ ମକଦ୍ଦମା ମାମଲାର ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଙ୍କ୍ ମାନ ପ୍ରତିଷ୍ଠା କରା ଯାଇଥିଲା ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ପ୍ରାୟତଃ ସମସ୍ତ ପ୍ରକାରର ମକଦ୍ଦମା ଯଥା: ବ୍ୟାଙ୍କ୍ ସମ୍ବନ୍ଧୀୟ , ଦେୱାନୀ , ଫୌଜଦାରୀ , ମୋଟର ଗାଡି ଜନିତ ଓ ପ୍ରାକ୍ ମକଦ୍ଦମା ସମାଧାନ ଯୋଗ୍ୟ କେଶ ଗୁଡ଼ିକ\’ର ସମାଧାନ କରା ଯାଇଥିଲା ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ପରିବାର ଅଦାଲତ ଜଜ ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଦୀପ କୁମାର ସାମଲ , ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ବର୍ଷା ଶର୍ମା , ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ କୁମାର ପଣ୍ଡା , ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଶୁଭଜିତ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ। ।
ସେହିପରି ଭାବେ ରା: ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ଦେୱାନୀ ବିଚାରପତି ତଥା ସବଜଜ୍ ଶ୍ରୀ ପୁଣ୍ୟଶ୍ଲୋକ ରଥ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ପାରସ ପାଢ଼ୀ , ମୋହନା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଅନନ୍ୟା ଦାସ ଓ କାଶୀନଗର କୋର୍ଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର‌୍ୟ୍ୟ ସମ୍ପାଦନ କରିଥିଲେ ।
ସେହିଭଳି ଆଞ୍ଚଳିକ ପରିବହନ ବିଭାଗ\’ର ବରିଷ୍ଠ ଅଧିକାରୀ ଶ୍ରୀ ତୁଷାର ହେମ୍ରମ ଉପସ୍ଥିତ ରହି ଯାନବାହାନ ଯାଞ୍ଚ ସମ୍ବନ୍ଧୀୟ କେଶ ଗୁଡ଼ିକର ତ୍ୱରିତ ଫାଇସଲା ଓ ସମାଧାନ କରିଥିଲେ ।
ଏହି ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ୍ ର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ୍ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ କରିଥିଲେ ଏବଂ ବିଭିନ୍ନ ତହସିଲଦାର କୋର୍ଟ ମାନଙ୍କରେ ମଧ୍ୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ଜିଲ୍ଲା କୋର୍ଟ ଓକିଲ ସଂଘର ଓକିଲବୃନ୍ଦ ଓ ବରିଷ୍ଠ ଆଇନଜୀବି ମାନେ ଯଥା:- ଅଶୋକ କୁମାର ପାଣିଗ୍ରାହୀ , ଶ୍ରୀ ହିରାଚାନ୍ଦ୍ ପଟ୍ଟନାୟକ , ଶ୍ରୀ ପ୍ରମୋଦ ପାଣିଗ୍ରାହୀ , ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ , ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ ମକଦ୍ଦମା ପରିଚାଳନାରେ ସହଯୋଗ କରିଥିଲେ ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ସମୁଦାୟ ୧୧ ହଜାର ୨୧୯ ଟି କେଶର ତ୍ୱରିତ ବିଚାରକୁ ନିଆଯାଇ ମୋଟ ୯ ହଜାର ୨୫୫ ଟି କେଶର ସମାଧାନ କରାଯାଇ ସର୍ବମୋଟ ୧୨ ଲକ୍ଷ ୭୪ ହଜାର ଟଙ୍କା ଆଦାୟ କରା ଯାଇଥିଲା ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ଶ୍ରୀ ରବୀନ୍ଦ୍ର କୁମାର ପରିଡାଙ୍କ ସମେତ ଶ୍ରୀ ରଘୁ ନନ୍ଦନ ଦାସ , ଶ୍ରୀ ଶିବ ପ୍ରସାଦ ସେନାପତି ଓ ଶ୍ରୀ କାହ୍ନୁ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନା\’ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031