Indus Valley Times

ଗଜପତି: ଜିଲ୍ଲା କୋର୍ଟ ତରଫରୁ ମାଗଣା ରକ୍ତ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲା କୋର୍ଟ ତରଫରୁ ମାଗଣା ରକ୍ତ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

October 31
20:45 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୧/୧୦: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ଠାରେ ଗଜପତି ଜିଲ୍ଲା ନ୍ୟାୟଳୟ ତରଫରୁ ଏକ ରକ୍ତ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଗଜପତି ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ ଏହି ଶିବିରକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।
ଗଜପତି ଜିଲ୍ଲା ନ୍ୟାୟଳୟ ଓ ଗଜପତି ମୁଖ୍ୟ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ରକ୍ତ ପରୀକ୍ଷା ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା କୋର୍ଟର ସମସ୍ତ ବିଚାରପତିଙ୍କ ସମେତ ଓକିଲ ଓ କୋର୍ଟ କର୍ମଚାରୀ ମାନଙ୍କ ପାଇଁ ମାଗଣା ରକ୍ତ ପରୀକ୍ଷା କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଗଣ ଯଥା:- ପରିବାର ଅଦାଲତର ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ପ୍ରଦୀପ କୁମାର ସାମଲ , ପ୍ରାଧ୍ଵକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଉପ – ଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବର୍ଷା ଶର୍ମା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଶୁଭଜିତ ବେହେରା ପ୍ରମୁଖଙ୍କ ସମେତ ଓକିଲ ସଂଘ ସମ୍ପାଦକ ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକ ଏବଂ ବରିଷ୍ଠ ଓକିଲ ବୃନ୍ଦ ଶ୍ରୀ ଅଶୋକ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ପରୀକ୍ଷା କରାଇଥିଲେ ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଉପସ୍ଥିତ ରହି ରକ୍ତ ପରୀକ୍ଷା କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିବା ବେଳେ ଆୟୋଜିତ ଏହି ରକ୍ତ ପରୀକ୍ଷା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟତଃ ଯକୃତ , ବୃକକ , ଲିପିଡ଼ ପ୍ରୋଫାଇଲ ଟେଷ୍ଟ , ଥାଇରୋଇଡ , ମଧୁମେହ ପ୍ରଭୃତି ପରୀକ୍ଷା ମାନ କରା ଯାଇଥିଲା ।
ଆୟୋଜିତ ରକ୍ତ ପରୀକ୍ଷା ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା କୋର୍ଟ ର ସମସ୍ତ କର୍ମଚାରୀଙ୍କ ସମେତ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ମାନେ ମଧ୍ୟ ନିଜ ନିଜ ରକ୍ତ ପରୀକ୍ଷା କରାଇ ଥିଲେ ।
ସମସ୍ତ କାର୍ଯ୍ୟକୁ କୋର୍ଟ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031