Legatus

ଗଜପତି: ଜିଲ୍ଲା ପାଇଁ ୩୭୯ କୋଟି ୧୮ ଲକ୍ଷ ଟଙ୍କାର ଯୋଜନା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ , ତାଙ୍କୁ ଧନ୍ୟବାଦ୍ ଓ ଆମେ ତାଙ୍କ ଠାରେ ଚୀରରୁଣୀ

 Breaking News

ଗଜପତି: ଜିଲ୍ଲା ପାଇଁ ୩୭୯ କୋଟି ୧୮ ଲକ୍ଷ ଟଙ୍କାର ଯୋଜନା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ , ତାଙ୍କୁ ଧନ୍ୟବାଦ୍ ଓ ଆମେ ତାଙ୍କ ଠାରେ ଚୀରରୁଣୀ

May 30
21:25 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୫: ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନ ସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ୨ ଟି ବୃହତ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୩୭୯ କୋଟି ୧୮ ଲକ୍ଷ୍ ଟଙ୍କା ଅନୁମୋଦନ କରିଛନ୍ତି ।
ଏଥିପାଇଁ ଜିଲ୍ଲା ବିଜୁ ଜନତା ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ୍ ଜଣାଇବ ସହ ତାଙ୍କ ଠାରେ ଆମେ ଚୀର ରୁଣି ବୋଲି ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଜିଲ୍ଲା ବିଜେଡ଼ି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହା ଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀ କାର୍ଯକ୍ରମରେ ବିଜେଡିର ବରିଷ୍ଠ ନେତା ଡଃ ତିରୁପତି ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ଜିଲ୍ଲା ବିଜେଡ଼ି ପୂର୍ବତନ ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ , କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାୟାମ୍ମା , ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣବାସି ନାୟକ , ପଦାଧିକାରୀ ନେତା ଶ୍ରୀ ବସନ୍ତ ଦାସ ଓ ଶ୍ରୀ ସୁଧିରଞ୍ଜନ ମହାପାତ୍ର ପ୍ରମୁଖ ମଞ୍ଚାସିନ ରହିଥିଲେ ।
ସମସ୍ତେ କହିଥିଲେ ଯେ , ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଇଛାଶକ୍ତି ଓ ତାଙ୍କର ଭିଜନ ମୁଖ୍ୟତଃ ଆଦିବାସୀ ବହୁଳ ଅଞ୍ଚଳ ମାନଙ୍କରେ ଜିଲ୍ଲାର ରାୟଗଡ଼ ଓ ଗୁମ୍ମା ପଞ୍ଚାୟତର ୩୫ ଟି ପଞ୍ଚାୟତକୁ ୩୭୯ କୋଟି ୧୮ ଲକ୍ଷ ଟଙ୍କା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅନୁମୋଦନ କରିଛନ୍ତି ।
ଏହା ଆମ ଜିଲ୍ଲାର ଗୁମ୍ମା ଓ ରାୟଗଡ଼ ବ୍ଲକ ପାଇଁ ଏକ ବୃହତ୍ ଲକ୍ଷ ସାଧନ ହାସଲ ହୋଇଛି। ବରିଷ୍ଠ ନେତା ଡଃ ତିରୁପତି ପାଣିଗ୍ରାହୀ ଏ ଦିଗରେ ଅଧିକ ସୂଚନା ଦେଇ କହିଛନ୍ତି ଯେ , ଗୁମ୍ମା ବ୍ଲକର ରହିଥିବା ୨୦ ଟି ପଞ୍ଚାୟତ ମଧ୍ୟରୁ ପୂର୍ବରୁ ୫ ଟି ପଞ୍ଚାୟତକୁ କାଶୀନଗର ଜଳ ଯୋଗାଣ ପ୍ରକଳ୍ପରେ ସାମିଲ କରାଯାଇଛି ।
ଗୁମ୍ମା ବ୍ଲକର ବାକି ୧୫ ଟି ପଞ୍ଚାୟତ ଏବଂ ରାୟଗଡ଼ ବ୍ଲକର ୨୧ ଟି ପଞ୍ଚାୟତ , ଏ ସବୁକୁ ବର୍ତ୍ତମାନ ବିଶୁଦ୍ଧ ପାନୀୟ ଜଳ ନେବା ପାଇଁ ଯେଉଁ ସୁଯୋଗ ସୃଷ୍ଟି କରାଯାଇଛି , ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଅନୁମୋଦନ ହୋଇଥିବା ୩୭୯ କୋଟି ୧୮ ଲକ୍ଷ ଟଙ୍କାକୁ ବିନିଯୋଗ କରାଯାଉଛି ।
ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ଗଜପତି ଜିଲ୍ଲାର ଗୁମ୍ମା ଓ ରାୟଗଡ଼ ବ୍ଲକ ଅଧୀନରେ ଥିବା ୩୭ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୩୪୬ ଟି ଗ୍ରାମରେ ବସବାସ କରୁଥିବା ୧ ଲକ୍ଷ ୩୧ ହଜାର ୭୩୩ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ ।
ସେଥି ମଧ୍ୟରୁ ଗୁମ୍ମା ବ୍ଲକ ଅଧୀନରେ ଥିବା ୧୬ ଟି ପଞ୍ଚାୟତର ୧୫୬ ଟି ଗ୍ରାମର ପ୍ରାୟ ୫୮ ହଜାର ୯୭୭ ଜଣ ଏବଂ ରାୟଗଡ଼ ବ୍ଲକ ଅଧୀନରେ ଥିବା ୨୧ ଟି ପଞ୍ଚାୟତ ଅନ୍ତର୍ଗତ ୧୯୦ ଟି ଗ୍ରାମର ପ୍ରାୟ ୭୨ ହଜାର ୭୫୬ ଜଣ ଲୋକ ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ବିଶେଷ ଉପକୃତ ହୋଇ ପାରିବେ ।
ଏହି ପ୍ରକଳ୍ପ ଦୁଇଟି ଆସନ୍ତା ୨୪ ମାସ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରି ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଥିଲେ ।
ଅନ୍ୟପକ୍ଷରେ , ଗଜପତି ଜିଲ୍ଲାର ବିକାଶ ପାଇଁ \”ବିକାଶର ବିଶ୍ଵକର୍ମା ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସବୁବେଳେ ଏହିଭଳି ଆଶୀର୍ବାଦ ରହୁଥାଉ ଏବଂ ଏ ଗଜପତି ଜିଲ୍ଲାଞ୍ଚଳ ଆହୁରି ଉନ୍ନତି ପଥରେ ଆଗେଇ ଚାଲୁ ବୋଲି କହିଥିଲେ। ଏହି କାର୍ଯକ୍ରମରେ ବହୁ ସଂଖ୍ୟାରେ ଦଳୀୟ ପଦାଧିକାରୀ ଓ ନେତା ମାନେ ଉଇପସ୍ଥିଟ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31