Indus Valley Times

ଗଜପତି: ଜିଲ୍ଲା ପ୍ରଶାସନ ଓ ଆଇଏସଆରଡି: ସଖୀ ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲା ପ୍ରଶାସନ ଓ ଆଇଏସଆରଡି: ସଖୀ ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

December 03
11:05 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୧୨: ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ପ୍ରଶାସନ ଏବଂ ଆଇ:ଏସ:ଆର:ଡି: “ସଖୀ” ୱାନ ଷ୍ଟପ ସେଣ୍ଟରର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ।
ଉକ୍ତ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଇ:ଏସ:ଆର:ଡି: ର ଉପ ନିର୍ଦ୍ଦେଶକ ଶ୍ରୀ ନାଗେଶ୍ଵର ଚୌଧୁରୀ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଉଜାମଣି ନାୟକ ଅଧ୍ୟକ୍ଷତା କରିଥିଲେ ।
ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଯୋଗ ଦେଇ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଉପସ୍ଥାପନା କରିଥିଲେ ।
ସେହିଭଳି ଅନ୍ୟତମ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମୌଜାମଣି ନାୟକ ଯୋଗଦେଇ ଯୌତୁକ ନିର‌୍ୟାତନା କିପରି ରୋକା ଯାଇପାରିବ ଏବଂ ତାହାର ନିଯମାବଳୀ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।
ମୁଖ୍ୟବକ୍ତା ଭାବେ ଓଏଲଏମ (ସ୍ଵୟଂ ପ୍ରକଳ୍ପ) ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ଯୋଗ ଦେଇ ମହିଳା ମାନଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳି ଲେ ହିଁ ସମାଜର ଉନ୍ନତି ହୋଇପାରିବ ବୋଲି କହିବା ସହ ମହିଳା ମାନଙ୍କ ପ୍ରତି ଘଟୁଥିବା ମୁଖ୍ୟତଃ ୪ ପ୍ରକାରର ହିଂସା ବିଷୟରେ ଅବଗତ କରାଇଥିଲେ ଏବଂ ତା ସହିତ ପିସି ଏଣ୍ଡ ପିଏନଡିଟି: ର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ ।
ଆଇଏସଆରଡ଼ି: ର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ଅନ୍ୟତମ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ନିଷେଧ ଆଇନ ଏବଂ ସାଇବର କ୍ରାଇମ ବିଷୟରେ ବହୁ ଉଦାହରଣ ମାଧ୍ୟମରେ ସୁଚାଇଥିଲେ ।
ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଜିଲ୍ଲାରେ ହେଉଥିବା ମହିଳା ଚାଲାଣ ବିଷୟରେ ଅବଗତ କରାଇବା ସହ ଜିଲ୍ଲାରେ ରହିଥିବା ନିର‌୍ୟାତିତା ମହିଳା ଓ ବାଳିକା ମାନଙ୍କ ସୁରକ୍ଷା ନିମନ୍ତେ ୱାନ ଷ୍ଟପ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିବା ସହ ପ୍ରଶଂସିତ କରିଥିଲେ ।
ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ସଚେତନତା ରଥ ଓ ସଚେତନତା ଶୋଭାଯାତ୍ରା ର ଶୁଭାରମ୍ଭ କରାଯାଇଥିଲା , ଅନ୍ୟପକ୍ଷରେ ମହିଳା ଓ ବାଳିକା ମାନଙ୍କ ହିଂସା ଦୂରୀକରଣ ନେଇ ସ୍ଲୋଗାନ ମାଧ୍ୟମରେ ସଚେତନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସୁପରଭାଇଜର , ଅଙ୍ଗନବାଡି କର୍ମୀ , ଏସଏଚଜି: ମହିଳା , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା , କିଶୋରୀ ବାଳିକା , ୱାନ ଷ୍ଟପ କେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ନେଇ ଏକ ହ୍ୟୁମାନ-ଚେନ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସଖି “ୱାନ-ଷ୍ଟପ” କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ପରିଚାଳନା କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ବରିଷ୍ଠ ସୁପରଭାଇଜର ଶ୍ରୀମତୀ ସାରଳା ପାତ୍ର ସହଯୋଗ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ୱାନ ଷ୍ଟପ କେନ୍ଦ୍ରର ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ , ମଧୁସ୍ମିତା ପାଢୀ , ସୁନିତା ବେହେରା , ସ୍ଵାଗତିକା ଦାସ , ମୋନାଲିସା ବେହେରା , ନିରୂପମା ଜେନା , ଦିବ୍ୟ କୁମାର ସୁଆର , ହରିକୃଷ୍ଣ ଚୌଧୁରୀ , ଟି: ସୁରେଶ କୁମାରଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ।
କାର୍ଯ୍ୟକ୍ରମ ପରିଶେଷରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କେ: ସୁନିତା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031