Indus Valley Times

ଗଜପତି:- ଜିଲ୍ଲା ସ୍ତରୀୟ ଅଷ୍ଟମ ବାର୍ଷିକ ବିଦ୍ୟାଳୟ ସାମୁହିକ କ୍ରୀଡା ପ୍ରତିଯୋଗିତା ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି:- ଜିଲ୍ଲା ସ୍ତରୀୟ ଅଷ୍ଟମ ବାର୍ଷିକ ବିଦ୍ୟାଳୟ ସାମୁହିକ କ୍ରୀଡା ପ୍ରତିଯୋଗିତା ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି:- ଜିଲ୍ଲା ସ୍ତରୀୟ ଅଷ୍ଟମ ବାର୍ଷିକ ବିଦ୍ୟାଳୟ ସାମୁହିକ କ୍ରୀଡା ପ୍ରତିଯୋଗିତା ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ
January 09
10:41 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୧:ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ସ୍ଥିତ ଶ୍ରୀ ଭେଙ୍କେଟେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲାସ୍ତରୀୟ ଅଷ୍ଟମ ବାର୍ଷିକ ବିଦ୍ୟାଳୟ ସାମୁହିକ କୀଡା ପ୍ରତିଯୋଗିତା -୨୦୨୨-୨୩ ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ ଉଦଯାପନ ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବି: ତିରୁମାଲା ରାଓ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷାଣୀ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଆଦିକନ୍ଦ ଗମାଙ୍ଗ, ସ୍ଥାନୀୟ ସରପଞ୍ଚ ଶ୍ରୀ ପି: ଆଲୋକ କୁମାର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଟି. କିଶୋର ଓ ଶ୍ରୀ ଶିବାଜି କହଁର ଏବଂ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଯୋଗ ଦେଇଥିଲେ ।
ଏଥି ସହିତ ପ୍ରଫୁଲ୍ଲ କୁମାର ମହାନ୍ତି , ଅବସର ପ୍ରାପ୍ତ ଶିକ୍ଷକ , ଗଜପତି ଜିଲ୍ଲା ଓଷ୍ଟା ସମ୍ପାଦକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ସାତ ଗୋଟି ବ୍ଲକ ଓ ପାରଳାଖେମୁଣ୍ଡି ପୌର ପରିଷଦର ମୋଟ ୩୭୫ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ମୋଟ ୮୧ ଜଣ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ବିଭିନ୍ନ କ୍ରୀଡା କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।
କ୍ରୀଡା ପ୍ରତିଯୋଗିତାର ବିଭିନ୍ନ ଇଭେଣ୍ଟ ମଧ୍ୟରେ ଦୌଡ଼ , ଭଲିବଲ , କବାଡି , ଖୋଖୋ ଓ ଯୋଗାସନର ଉଭୟ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ ।
ଏହି ପ୍ରତିଯୋଗିତାରେ ଶ୍ରେଷ୍ଟ ବିବେଚିତ ପ୍ରତିଯୋଗୀ ମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ । ଉକ୍ତ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଖୋ-ଖୋ” ରେ ଗୋଷାଣୀ ବ୍ଲକର ଉଭୟ ବାଳକ ଓ ବାଳିକା ଦଳ ଚମ୍ପିଆନ ହୋଇଥିବା ବେଳେ କବାଡିରେ କାଶୀନଗର ବ୍ଲକ , ଭଲିବଲରେ ଗୋଷାଣୀ ବ୍ଲକ୍ ଦଳ ଚମ୍ପିଆନ ଲାଭ କରିଥିଲେ ।
ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଶିକ୍ଷଧିକାରୀଙ୍କ କାର‌୍ୟ୍ୟ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031