Indus Valley Times

ଗଜପତି: ଜିଲ୍ଲା ସ୍ତରୀୟ” ବିଦ୍ୟାଳୟ ସୁରକ୍ଷା” ସମ୍ପର୍କିତ ପ୍ରଶିକ୍ଷଣ ଶିବିର

 Breaking News

ଗଜପତି: ଜିଲ୍ଲା ସ୍ତରୀୟ” ବିଦ୍ୟାଳୟ ସୁରକ୍ଷା” ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ଗଜପତି: ଜିଲ୍ଲା ସ୍ତରୀୟ” ବିଦ୍ୟାଳୟ ସୁରକ୍ଷା” ସମ୍ପର୍କିତ ପ୍ରଶିକ୍ଷଣ ଶିବିର
August 26
10:29 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୮: ଗଜପତି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା:), ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ଠାରେ ଥିବା ଗଜପତି ଜିଲ୍ଲା ଶିକ୍ଷା କାର‌୍ୟ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟଅଥିତି ରୂପେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ ଯୋଗ ଦେଇ ପ୍ରଶିକ୍ଷଣ ଶିବିରକାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ବିଦ୍ୟାଳୟ ସୁରକ୍ଷା ବିଷୟରେ ସମ୍ୟକ ଭାଷଣ ପ୍ରଦାନ କରି ଏ ଦିଗରେ ବିଭାଗୀୟ ଅଧିକାରୀ ଓ ସମ୍ରୁକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଥିଲେ।
ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଓ ପରାମର୍ଶ ଦାତା ଶ୍ରୀ ପ୍ରଦୋଷ କୁମାର ଶତପଥୀ ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ବିଦ୍ୟାଳୟର ସୁରକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ବିଶେଷ ଆଲୋଚନା କରିଥିଲେ ।
ବିଶେଷ କରି ବିଦ୍ୟାଳୟ ଗୁଡ଼ିକର ସାମୁହିକ ସୁରକ୍ଷା ତଥା ମାନସିକ , ଶାରୀରିକ , ମୂଲ୍ୟବୋଧତା , ସାମାଜିକ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଆଗୁଆ ପ୍ରସ୍ତୁତି ଏବଂ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସ୍ଥାନ ମାନଙ୍କରେ ପରିଚାଳନା କରାଯିବା ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା ।
ଏହି କ୍ରମରେ ଗଜପତି ଜିଲ୍ଲାର ୪ଗୋଟି ଉଚ୍ଚ ବିଦ୍ୟାଳୟ ଏ ଦିଗରେ ମନୋନୀତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ସେହି ବିଦ୍ୟାଳୟ ଗୁଡ଼ିକ ହେଲା:-
(୧):- ପାରଳାଖେମୁଣ୍ଡି ସହରରେ ଥିବା ମହେନ୍ଦ୍ରଗିରି(ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ , (୨):- ରାୟଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ , (୩):- ଗୁମ୍ମା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ (୪):- ଅନ୍ତରବା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ।
ଏହି ଶିବିର କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ , ଅତିରିକ୍ତ ଶିକ୍ଷାଧିକାରୀ ଓ ଜିଲ୍ଲା କଲ୍ୟାଣ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପାଞ୍ଚ ଜଣ ଶିକ୍ଷକ ମଧ୍ୟ ଯୋଗଦାନ କରିଥିଲେ।
ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ଶ୍ରୀ ମନୋଜ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଯୋଗ ଦେଇଥିଲେ। ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା ଏବଂ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031