Indus Valley Times

ଗଜପତି: ଜିଲ୍ଲା ସ୍ତରୀୟ “ବିଶ୍ଵ ମୃତ୍ତିକା ଦିବସ-୨୦୨୨” ସମାରୋହ କାର୍ଯ୍ୟକ୍ରମ

 Breaking News

ଗଜପତି: ଜିଲ୍ଲା ସ୍ତରୀୟ “ବିଶ୍ଵ ମୃତ୍ତିକା ଦିବସ-୨୦୨୨” ସମାରୋହ କାର୍ଯ୍ୟକ୍ରମ

ଗଜପତି: ଜିଲ୍ଲା ସ୍ତରୀୟ “ବିଶ୍ଵ ମୃତ୍ତିକା ଦିବସ-୨୦୨୨” ସମାରୋହ କାର୍ଯ୍ୟକ୍ରମ
December 05
21:11 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୫/୧୨: ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟଳୟ ପରିସରରେ ସଂପୃକ୍ତ ବିଭାଗ ପକ୍ଷରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସହାୟତାରେ ଏବଂ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଓ ଭାରତୀୟ ପଟାସ ଲିମିଟେଡ ସହଯୋଗରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ -୨୦୨୨ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଡିଏ: – ସୋଏଲ କେମିଷ୍ଟ ଶ୍ରୀମତୀ ଶୁଭଶ୍ରୀ ପ୍ରିୟଦର୍ଶିନୀଙ୍କ ସଂଯୋଜନା ଓ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସଭାରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ପ୍ରଦୂଷଣର ଅନ୍ୟତମ କାରଣ ହେଉଛି ମୃତ୍ତିକା କ୍ଷୟ । ଚାଷବାସ କାର୍ଯ୍ୟରେ ମୃତ୍ତିକା ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ବୁଝିବା ଉଚିତ୍ । ମୃତ୍ତିକାକୁ ସଂରକ୍ଷଣ କରିବା ସହ ଏହାର ଉର୍ବରତାକୁ ବଢାଇବା ପାଇଁ ମୃତ୍ତିକା ପରୀକ୍ଷାର ଆବଶ୍ୟକତା ରହିଛି ।
ଯାହାକି ଏହାଦ୍ବାରା ଚାଷୀ ନିଜ ଜମି\’ର ମୃତ୍ତିକାର ଗୁଣବତ୍ତା ଜାଣି ସେହି କ୍ରମରେ ଚାଷୀ ତାର ଚାଷ ଜମିରେ ଖତ ସାର ପ୍ରୟୋଗ କରି କମ ଖର୍ଚ୍ଚରେ ଅଧିକ ଫସଲ ଉତ୍ପାଦନ କରିବାରେ ବିଶେଷ ସହାୟକ ହୋଇପାରିବ ବୋଲି କହି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜଳଛାୟା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁରେଶ ପଟନାୟକ , ଜିଲ୍ଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଡ଼ଃ ସୁଶାନ୍ତ କୁମାର ଦାସ , ସିଡ଼ିଭିଓ: ଡ଼ାଃ ଗିରିଶ ଚନ୍ଦ୍ର ମହାନ୍ତି , କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡଃ ସଂଗ୍ରାମ ପରମଗୁରୁ ଏବଂ ଭାରପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଲିସା ବେହେରା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିବା ସହ ମାଟିର ସ୍ୱାସ୍ଥ୍ୟ ଓ ସମନ୍ୱିତ ଖାଦ୍ୟସାର ପରିଚାଳନା , ମାଟିର ଉନ୍ନତି ତଥା ଉର୍ବରତା ପାଇଁ ମୃତ୍ତିକା ନମୁନା ସଂଗ୍ରହ ପଦ୍ଧତି ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ କଣ ଓ ଏହାର ଉପାଦେୟତା ପ୍ରଭୃତି ଉପରେ କହି ଏହା ଆଗାମୀ ପିଢି ପାଇଁ କିଭଳି ଉପଯୋଗ ହୋଇପାରିବ ସେ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୃତ୍ତିକା ପରୀକ୍ଷାଗାର ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031