Indus Valley Times

ଗଜପତି: ଜିଲ୍ଲା ସ୍ତରୀୟ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ

 Breaking News

ଗଜପତି: ଜିଲ୍ଲା ସ୍ତରୀୟ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ

ଗଜପତି: ଜିଲ୍ଲା ସ୍ତରୀୟ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ
April 01
21:47 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୪: ଗଜପତି ଜିଲ୍ଲା ସଦର ମହକୁମା ପାରାଳାଖେମୁଣ୍ଡି ସହର ସ୍ଥିତ ଗଜପତି ଷ୍ଟାଡିୟମ୍ ପଡିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ ମିଳିତ ପରେଡର ଅଭିଵାଦନ ଗ୍ରହଣ କରିଥିଲେ ।
ଉଦବୋଧନ ଦେଇ ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର କହିଥିଲେ ଯେ , ଓଡିଶା ପୋଲିସ ଦୀର୍ଘ ୮୮ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ଜନସାଧାରଣ\’ଙ୍କୁ ନିରବଛିନ୍ନ ସେବା ଯୋଗାଇ ଆସୁଛି ।
ଆଜି ଅନେକ ସମସ୍ୟା ମୁଣ୍ଡ ଟେକି ଉଠିଥିବା ବେଳେ ସେ ସବୁର ସମାଧାନ ଦିଗରେ ପୋଲିସ ପ୍ରଶାସନ ଓ ପୋଲିସ ବାହିନୀ ସଦା ସର୍ବଦା ଜାଗ୍ରତ ପ୍ରହରି ଭଳି କାର୍ଯ୍ୟ କରି ଚାଲିଛି । ପ୍ରଶାସନ, ଆଇନ ଶୃଙ୍ଖଳା , ନକସଲ ଦମନ , ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ଭଳି ମହାମାରୀ ସମୟ\’ରେ ପୋଲିସ ବାହିନୀ\’ର କର୍ତ୍ତବ୍ୟ ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ତେଣୁ ଆଜିର ଏହି ପବିତ୍ର ଦିନରେ ଆମେ ସମସ୍ତେ ସଂକଳ୍ପ ନେବା ଯେ , ଜନସାଧାରଣଙ୍କ ନିକଟତର ହୋଇ କାର୍ଯ୍ୟ କରିବା ସହ କୋଣସି ପରିସ୍ଥିତି\’ରେ ହେଲେ ମଧ୍ୟ ଓଡିଶା ପୋଲିସର ଆଞ୍ଚ ନ ଆସିଦେବା ପାଇଁ ପରେ ଆରାକ୍ଷୀ ଅଧିକ୍ଷକ ସ୍ଵାତୀ ଏସ: କୁମାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ପାଠ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାମଦେବ ସିଂହ ଏବଂ ଓଏସଏପି: କମାଣ୍ଡେଣ୍ଟ ଶ୍ରୀ ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ପରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ପୋଲିସ ଓ ୩ୟ ଓଏସଏପି: ବାଟାଲିୟନର ୯ ଜଣଙ୍କୁ ଯଥା:- କନେଷ୍ଟବଳ , ହାବିଲଦାର ଓ ଅଧିକାରୀ ମାନଙ୍କୁ ପ୍ରମାଣପତ୍ର ଓ ନଗଦ ରାଶି ପ୍ରଦାନ କରିଥିଲେ ।
ମିଳିତ ପ୍ୟାରେଡକୁ ଆରଆଇ: ଶ୍ରୀ ଡମ୍ବରୁ ଧର ହନାଗା ଏବଂ ଇନ୍ସପେକ୍ଟର ଆର୍ମଡ଼ ଶ୍ରୀ ଅଶୋକ କୁମାର ବ୍ରହ୍ମା ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031