Indus Valley Times

ଗଜପତି: ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ “ମୋ ସ୍କୁଲ ଉତ୍ସବ” ପାଳିତ

 Breaking News

ଗଜପତି: ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ “ମୋ ସ୍କୁଲ ଉତ୍ସବ” ପାଳିତ

ଗଜପତି: ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ “ମୋ ସ୍କୁଲ ଉତ୍ସବ” ପାଳିତ
March 08
14:39 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୩: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ “ମୋ ସ୍କୁଲ ଉତ୍ସବ” କାର୍ଯ୍ୟକ୍ରମ ଅତ୍ୟନ୍ତ ହର୍ଷ ଓ ଉଲ୍ଲାସ ମଧ୍ୟରେ ପାଳିତ ହୋଇ ଯାଇଛି ।
ଏହି ଅବସରରେ ଅନୁଷ୍ଠିତ ବୈଠକ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର କମିଟି ସଭାପତି ଶ୍ରୀ ବେଶି ଶେଷଗିରି ରାଓଙ୍କ ଅଧ୍ୟକ୍ଷତା ବିଦ୍ୟାଳୟର ପୁରାତନ ଶିକ୍ଷାର୍ଥୀ , ପ୍ରଧାନ ଶିକ୍ଷୟିତ୍ରୀ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଃସ୍ଵାର୍ଥପର ସେବାଦାନ , ଅର୍ଥଦାନ ଓ ଶ୍ରମଦାନ ଯୋଗୁଁ ବିଦ୍ୟାଳୟର ବିକାଶ ମୂଳକ କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିବା ସହିତ ସମସ୍ତ ବଦାନ୍ୟ ଆଲୁମିନ୍ ସଦସ୍ୟ / ସଦସ୍ୟାଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରା ଯାଇଥିଲା ।
ଉକ୍ତ ସଭାରେ ମୋ ସ୍କୁଲ ପ୍ରକଳ୍ପ , ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ , ମହିଳା ସଂୟ ସହାୟିକା ଅବଦାନ , ଆକାଂକ୍ଷୀ ପାଠକର୍ମ , ହାଉସ୍ ସିଷ୍ଟମ୍ ଏବଂ ବିଦ୍ୟାଳୟର ଗୌରବ ଗାଥା ସ୍ମରଣ ପୂର୍ବକ ସମସ୍ତ ଅଂଶୀଦାରଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଧନ୍ୟବାଦ ଜ୍ଞାପନ ପତ୍ର ପଠନ ଓ ବଣ୍ଟନ କରା ଯାଇଥିଲା ।
ସଭାପତି ସମେତ ଆଲୁମିନ୍ ସଦସ୍ୟା ଗଣ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
ଏହି ସଭାରେ ବିଦ୍ୟାଳୟର ଆକାଂକ୍ଷୀ ପାଠ୍ୟକ୍ରମ , ହାଉସ ସିଷ୍ଟମ , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପର୍ବରେ ଏହି ବିଦ୍ୟାଳୟର କୃତିତ୍ୱ ଇତ୍ୟାତିକୁ ସ୍ମାର୍ଟ ଟିଭି ମାଧ୍ୟମରେ ପ୍ରଦର୍ଶନ କରା ଯାଇଥିଲା ।
ପରିଶେଷରେ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୀନାକ୍ଷୀ ପାଢ଼ୀ ଉପସ୍ଥିତ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ ଘୋଷଣା କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031