Indus Valley Times

ଗଜପତି: ତୁଳସୀପାଡୁ ଗ୍ରାମରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ସଚେତନ ସଭା ଏବଂ ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କ ବିଭିନ୍ନ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ତୁଳସୀପାଡୁ ଗ୍ରାମରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ସଚେତନ ସଭା ଏବଂ ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କ ବିଭିନ୍ନ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ତୁଳସୀପାଡୁ ଗ୍ରାମରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ସଚେତନ ସଭା ଏବଂ ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କ ବିଭିନ୍ନ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ
August 05
11:32 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୫/୮:ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ତୁଳସୀପାଡୁ ଗ୍ରାମ ଠାରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କତଲକଇଠା ସ୍ଵାସ୍ଥ୍ୟ ଉପକେନ୍ଦ୍ର ସହଯୋଗରେ ଗର୍ଭବତୀ ଓ ପ୍ରସୂତୀ ମାଆ ମାନଙ୍କୁ ନେଇ ସଚେତନତା ସଭା , ବିଭିନ୍ନ ସ୍ଵାସ୍ଥ୍ୟଗତ ପରୀକ୍ଷା , ପୋଷଣ ଖାଦ୍ୟ ପ୍ରଦର୍ଶନ ପ୍ରଭୃତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟତଃ ସ୍ତନ୍ୟପାନର ଉପକାରିତା , ଶିଶୁ ଜନ୍ମ ହେବାର ୬ ମାସ ପର୍ଯ୍ୟନ୍ତ ମାଆ କ୍ଷୀର କେତେ ମହତ୍ , ସ୍ତନ୍ୟପାନ ଦ୍ଵାରା ଶିଶୁର ମାନସିକ , ଶାରୀରିକ ଓ ବୌଦ୍ଧିକ ଅଭିବୃଦ୍ଧି ହେବା ସହ ମାଆ ଟି ମଧ୍ୟ କିଭଳି ବିଭିନ୍ନ କର୍କଟ ରୋଗରୁ ରକ୍ଷା ପାଇଥାଏ ସେ ସମ୍ପର୍କରେ କହିବା ସହ ସଠିକ୍ ସ୍ତନ୍ୟପାନ କରାଇବା ପାଇଁ ଡ଼ାଃ ଅନଙ୍ଗ ଉଦୟ ଭୂୟାଁ ଏବଂ ବିପିଏଚଓ: ମମତା ପାଢ଼ୀ , ଉପସ୍ଥିତ ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ ।
ତୁଳସୀପାଡୁ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଅନୁଷ୍ଠିତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଏହି ସଚେତନତା କାର୍ଯ୍ୟକ୍ରମରେ ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅନଙ୍ଗ
ସୁଦନ ଭୂୟାଁ ଙ୍କ ସମେତ ବିପିଏଚଓ: ମମତା ପାଢ଼ୀ , ଏଏନଏମ: ସବିତା ଗୌଡ଼ ଓ ସ୍ବାସ୍ଥ୍ୟକର୍ମୀ ଗଣେଶ ବାରୀକ ପ୍ରମୁଖ\’ଙ୍କ ଦ୍ଵାରା ବହୁ ସଂଖ୍ୟାରେ ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କ ରକ୍ତଚାପ , ହିମୋଗ୍ଲୋବିନ , ସୁଗାର , ଆରଡି-କେ , ଟେମ୍ପେରେଚର୍ , ଏଚଆଇଭି:-ସିପଲିସ , ଅକ୍ସିମିଟର , ପଲସ , ସହ ଓଜନ ଓ ଉଚ୍ଚତା ମପା ଯାଇଥିଲା ।
ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କ ପୁଷ୍ଟିକର ଖାଦ୍ୟ ଓ ସୁସ୍ଥତା ପାଇଁ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନ କରାଯାଇ ସେ ସବୁ ଖାଇବା ଓ ପିଲା ଜନ୍ମର ୬ ମାସ ପର୍ଯ୍ୟନ୍ତ କେବଳ ମାଆ କ୍ଷୀର ଦେବା ଏବଂ ତା ଦ୍ଵାରା ଶିଶୁ ଓ ମାଆ ର ସ୍ୱାସ୍ଥ୍ୟ ସୁସ୍ଥ ରହିବା ଦିଗରେ କିଭଳି ସହାୟକ ହୋଇଥାଏ ସେ ଉପରେ ସଚେତନ କରାଯିବା ସହ ସଚେତନତା ପାମ୍ପଲେଟ ବଣ୍ଟନ କରା ଯାଇଥିଲା ।
କାର୍ଯ୍ୟକ୍ରମରେ ୨ ଜଣ ପ୍ରସୂତି ମାଆ ଏମ: ରୂପା ଓ ଅନ୍ୟ ଜଣେ ସେମାନେ ଡାକ୍ତର ଓ ଏଏନଏମ: ଙ୍କ ପରାମର୍ଶ କ୍ରମେ ଛୁଆ ଜନ୍ମ ହେବାର ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମାଆ କ୍ଷୀର ଦେଉଛୁ ଏବଂ କହିବା ପ୍ରକାରେ ସ୍ଥାନୀୟ ପନିପରିବା ରୋଷେଇ କରି ଖାଉଛୁ ବୋଲି କହିଥିଲେ ।
ସମସ୍ତ କାର୍ଯ୍ୟକ୍ରମରେ ଆଶାକର୍ମୀ କେ: ଲକ୍ଷ୍ମୀକାନ୍ତାଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଏମ: ସରୋଜିନୀ , ଲୟାନି ଶବର ଏବଂ ଏନ: ଶ୍ରୀଦେବୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031