Indus Valley Times

ଗଜପତି: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ତାଲିକାରେ ଅନିୟମିତତା ହୋଇଥିବା ପାରଳା ବିଧାୟକଙ୍କ ଅଭିଯୋଗ

 Breaking News

ଗଜପତି: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ତାଲିକାରେ ଅନିୟମିତତା ହୋଇଥିବା ପାରଳା ବିଧାୟକଙ୍କ ଅଭିଯୋଗ

ଗଜପତି: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ତାଲିକାରେ ଅନିୟମିତତା ହୋଇଥିବା ପାରଳା ବିଧାୟକଙ୍କ ଅଭିଯୋଗ
October 17
18:24 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି,୧୭/୧୦:  ଆଗାମୀ ନିକଟ ଭବିଷ୍ୟତରେ ଯେଉଁ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ, ସେଥିପାଇଁ ଓଡିଶା ସରକାରଙ୍କ ପକ୍ଷରୁ ସଂରକ୍ଷଣ ତାଲିକା ଘୋଷଣା ହୋଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ସଂରକ୍ଷଣ ତାଲିକାରେ ଘୋର ଅନିୟମିତତା ହେବା ସହ ଶାସକ ଦଳକୁ ସୁହାଇଲା ଭଳି ହୋଇଛି ବୋଲି ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ଭାଜପା ସଭାପତି ଶ୍ରୀ କେ. ନାରାୟଣ ରାଓ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି କହିଛନ୍ତି ।

ଏହି ସଂରକ୍ଷଣ ତାଲିକାକୁ ଗୁରୁତ୍ୱ ଦେଇ ଏହାର  ପୁନର୍ବିଚାର ଓ ସଂଶୋଧନ କରାଯିବାକୁ ବିଧାୟକ ଶ୍ରୀ ରାଓ , ରାଜ୍ୟ ନିର୍ବାଚନ ଆୟୋଗଙ୍କ ଠାରେ ଦାବି କରିଛନ୍ତି ,ଏହା ଯଦି କରା ନ ଯାଏ ତେବେ ଏହାର ବିରୁଦ୍ଧରେ  ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ଶ୍ରୀ ରାଓ ।

ବିଧାୟକ ଶ୍ରୀ ରାଓ କହିଛନ୍ତି ଯେ ,  ଗଜପତି ଜିଲ୍ଲାରେ ୧୪ ଗୋଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ତେବେ ଆସନ୍ତା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସ୍ଥାନ-ସଂରକ୍ଷଣକୁ ନେଇ ଓଡିଶା ସରକାରଙ୍କ  ଗାଇଡ଼-ଲାଇନ  ପ୍ରକାରେ  ୫୦ ଭାଗ ସାଧାରଣ ବର୍ଗଙ୍କ ପାଇଁ , ୧୦ ଭାଗ ପଛୁଆ ବର୍ଗଙ୍କ ପାଇଁ ଏବଂ ବାକି ଥିବା ୪୦ ଭାଗ ଏସଟି: ଓ ଏସସି:ଙ୍କ ପାଇଁ ସଂରକ୍ଷଣର ଉଦ୍ଧିଷ୍ଟ ରହିଛି । କିନ୍ତୁ ଜିଲ୍ଲାରେ ସାଧାରଣ ବର୍ଗଙ୍କ ନିମନ୍ତେ ୫୦ ଭାଗ ସଂରକ୍ଷଣ ରହିଥିବା ପ୍ରକାରେ ଦିଆହୋଇନି । ଏଠାରେ ଜିଲ୍ଲା ପରିଷଦ ଜୋନରୁ ୧୪ ଟି ଥିବା ବେଳେ ଦିଆହୋଇଛି ୫ଟି ।

ଅନ୍ୟପକ୍ଷରେ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ପଛୁଆବର୍ଗ ରହିଥିବା ବେଳେ କୋଣସି ଜିଲ୍ଲା ପରିଷଦ ଜୋନ ପାଇଁ ପଛୁଆବର୍ଗ ପାଇଁ ସଂରକ୍ଷଣ ନାହିଁ । ଏଥିରୁ ଜଣା ପଡୁଛି ଯେ ସରକାର ଅନ୍ଧକାର ମଧ୍ୟରେ ରହି ଏ ସଂରକ୍ଷଣ ତାଲିକା ବୋଧହୁଏ ପ୍ରକାଶ କରିଛନ୍ତି।  ଏଭଳି ସଂରକ୍ଷଣ ତାଲିକା ପ୍ରକାଶ ଦ୍ୱାରା ଜିଲ୍ଲାବାସୀ ଘୋର ଅସୁବିଧାର ସମ୍ମୁଖୀନ ହେବା ସହ କ୍ଷତି ସହିବେ । ସରକାରଙ୍କ ଏଭଳି ନିଷ୍ପତ୍ତି , ଘୋଷଣା ଓ ବିଜ୍ଞପ୍ତି ପ୍ରକାଶ ଅତ୍ୟନ୍ତ ହାସ୍ୟାସ୍ପଦ । ସରକାର ଏହା ଠିକ ଭାବେ ନ କରି ବିଜ୍ଞପ୍ତି ପ୍ରକାଶ କରିଥିବା ଯୋଗୁଁ ଏହାକୁ ମୁଁ ତୀବ୍ର ନିନ୍ଦା କରିଛି ବୋଲି ବିଧାୟକ ଶ୍ରୀ ରାଓ ଅଭିଯୋଗରେ କହିଛନ୍ତି ।

ଏବେ ମଧ୍ୟ ସରକାରଙ୍କ ଠାରେ ଯଥେଷ୍ଟ ସମୟ ରହିଛି ଯେ , ଏହି ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତାଲିକାର ସଂଶୋଧାନ କରିବା ପାଇଁ । ସରକାରଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଏବଂ ଗଜପତି ଜିଲ୍ଲାପାଳଙ୍କୁ ମଧ୍ୟ ମୁଁ ଏ ସମ୍ପର୍କରେ ଚିଠି ଲେଖି ଅନୁରୋଧ ଜଣାଇଛି ଯେ , ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଥିବା ସ୍ଥାନ ସଂରକ୍ଷଣ ପ୍ରକ୍ରିୟାକୁ ଗାଇଡ଼ ଲାଇନ ପ୍ରକାରେ ଠିକ କରବା ପାଇଁ ।

ଏହି ସ୍ଥାନ ସଂରକ୍ଷଣ ତାଲିକା ଯଦି ସରକାରଙ୍କ ଉଦ୍ଧିଷ୍ଟ ଗାଇଡ଼ଲାଇନ ପ୍ରକାରେ କରା ନ ଯାଏ , ତେବେ ଏହା ବିରୁଦ୍ଧରେ ମୁଁ ମାନ୍ୟବର ହାଇକୋର୍ଟର ଆଶ୍ରୟ ନେବି ବୋଲି ବିଧାୟକ ଶ୍ରୀ ରାଓ , ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।

ଗଜପତି: ଆଜାଦିକା ଅମୃତ ମହୋତ୍ସବ ଅବସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି,୧୭/୧୦:  ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ଠାରେ  ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ-ଭାରତ ତଥା କ୍ଲିନ-ଇଣ୍ଡିଆ କାର୍ଯ୍ୟକ୍ରମ ଆଜି ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ବିଏନ-ପ୍ୟାଲେସ ଠାରେ  ଅନୁଷ୍ଠିତ ହୋଇ ଯାଇଛି । 

 ଏହି ଅବସରରେ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏହି ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଇଭିଏମ ଗୋ-ଡାଉନ ଓ ଡ୍ରଗ ଅଫିସ ଛକ ଠାରୁ ଆରମ୍ଭ ହୋଇ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ବିଏନ-ପ୍ୟାଲେସ ଠାରେ ସମାପନ ହୋଇଥିଲା ।

ଏହି ମଧ୍ୟରେ ନେହେରୁ ଯୁବ କେନ୍ଦ୍ରର ସ୍ବେଛାସେବୀ  ମାନଙ୍କ ସମେତ ସାଇବାବା ୟୁଥ କ୍ଲବ ଓ ଟ୍ରାନ୍ସଜେଣ୍ଡର ସଙ୍ଘର ସଭାପତି , ସମ୍ପାଦକ ଓ ସଦସ୍ୟ ମାନଙ୍କ ଦ୍ୱାରା  ଇଭିମ ଗୋଡାଉନ ଛକ ଠାରୁ ବିଏନ-ପ୍ୟାଲେସ ପରିସର ପ୍ରାୟ ଦେଢ଼ କିମି: ଦୂରତା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ପଡିଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଗୋଟାଇ ଜରିବସ୍ତାରେ ସଂଗ୍ରହ କରି ଗୋଟିଏ ପାଖରେ ରଖି  ପୌର ପରିଷଦକୁ ହସ୍ତାନ୍ତର କରିଥିଲେ ।

ଏହା ୧୪ ଗୋଟି ବଡ଼ ଜରି- ବସ୍ତାରେ ୨୦ କେଜିରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଗୋଟାଇ ସଂଗ୍ରହ କର ଯାଇଥିଲା ।   ଏହି ସ୍ୱଚ୍ଛ-ଭାରତ କାର‌୍ୟ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗତ ୧ ତାରିଖ ଠାରୁ ପାରଳାଖେମୁଣ୍ଡି ସମେତ ସମଗ୍ର ଜିଲ୍ଲାରେ ଆରମ୍ଭ କରାଯାଇଛି ଏବଂ ଏହା  ଚଳିତ ମାସର  ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ପ୍ରତିଦିନ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ଜାରି ରହିଛି ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ଏଣେତେଣେ ପଡିଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସବୁ ଗୋଟାଇ ସଫାକରିବା ସହ ଏକ ପ୍ଲାଷ୍ଟିକ-ମୁକ୍ତ ସମାଜ ଗଠନ କରିବା ଲକ୍ଷ ।  

  ଅନ୍ୟପକ୍ଷରେ , ଏଥିପୂର୍ବରୁ ମଧ୍ୟ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ପ୍ଲାଷ୍ଟିକ-ମୁକ୍ତ ସମାଜ ଗଠନ ପାଇଁ ପ୍ରୟାସ କରାଯାଇଛି । ତେବେ ଏହା ଅନ୍ୟଏକ ପଦକ୍ଷେପ ,   ଯେମିତି କି , ପ୍ଲାଷ୍ଟିକକୁ ଲୋକେ କିଭଳି ଆଉ ବ୍ୟବହାର କରିବେ ନାହିଁ। ସେଥିପାଇଁ ଏହି ସ୍ୱଚ୍ଛ-ଭାରତ ତଥା କ୍ଲିନ-ଇଣ୍ଡିଆର ମହତ ଉଦ୍ଦେଶ୍ୟ ରଖି ଏଭଳି କାର‌୍ୟ୍ୟକ୍ରମ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ କେବଳ ପ୍ଲାଷ୍ଟିକ-ବର୍ଜ୍ୟବସ୍ତୁ ଗୋଟାଇ ସଂଗ୍ରହ କରାଯାଉଛି । ଯେତେ ପ୍ଲାଷ୍ଟିକ- ବର୍ଯ୍ୟବସୁ  ସବୁ ସଂଗ୍ରହ କରାଯାଉଛି , ସେ ସବୁକୁ ଏକ ସ୍ଥାନରେ ଗଦା କରି ରଖାଯାଉଛି । ପରେ ସେ ସବୁକୁ ଠିକଣା ଜାଗାରେ ଗଦା କରିବା ପାଇଁ ପୌରସଂସ୍ଥାକୁ ହସ୍ତାନ୍ତର କରାଯାଉଛି ବୋଲି ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ କୁମାର ମହାପାତ୍ର କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ଭି: ଭବାନୀ ପ୍ରସାଦ ଓ ଏ: ମହେଶ୍ୱର ରାଓ , ଟ୍ରାନ୍ସଜେଣ୍ଡର ସଙ୍ଘର ସଭାପତି ମଧୁ ବରାଡ଼ ଓ ସମ୍ପାଦକ ଯସମୀନ ମୁଫତି ଏବଂ ସାଇବାବା ୟୁଥ କ୍ଲବର ସଭାନେତ୍ରୀ ମୋହିନୀ ପ୍ରଧାନ ଓ ସମ୍ପାଦିକା ଶିରିସା ପ୍ରଧାନଙ୍କ ସମେତ ପି: କ୍ରାନ୍ତି ଓ କେ: ଯୁବରାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031