Indus Valley Times

ଗଜପତି : ଦିଲ୍ଲୀ ପୁଲିସର ଦମନଲୀଳାକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସର ଦୃଢ଼ ନିନ୍ଦା ଓ ବିକ୍ଷୋଭ ପ୍ରଦର୍ଶନ

 Breaking News

ଗଜପତି : ଦିଲ୍ଲୀ ପୁଲିସର ଦମନଲୀଳାକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସର ଦୃଢ଼ ନିନ୍ଦା ଓ ବିକ୍ଷୋଭ ପ୍ରଦର୍ଶନ

June 18
10:05 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର କେନ୍ଦ୍ରର ମୋଦୀ ସରକାରଙ୍କ ଏକଛତ୍ରବାଦ ନୀତି ଓ ପୁଲିସ୍ର ଦମନଲୀଳା ବିରୁଦ୍ଧରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥି ବୋଲି ଓଡ଼ିଶାର ପ୍ରଦେଶ କଂଗ୍ରେସର
ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ , ଯେଉଁଭଳି ଭାବରେ ୨୪ ଆକବର ରୋଡ଼, ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଏବଂ ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ କାର୍ଯ୍ୟାଳୟ ଭିତରକୁ ନ ଛାଡ଼ିବା , ଏହା ସ୍ୱାଧୀନ ଭାରତ ବର୍ଷରେ କେବେ ଦେଖାଯାଇ ନ ଥିଲା ।
ଏମିତିକି , କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରି ଦିଲ୍ଲୀ ପୁଲିସ୍ ,କର୍ମକର୍ତ୍ତା ମାନଙ୍କୁ କାର୍ଯ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ କରିବାକୁ ଦେଲା ନାହିଁ ଏବଂ ଯେଉଁମାନେ ପ୍ରତିବାଦ କଲେ ସେମାନଙ୍କ ଉପରେ ଲାଠିମାଡ଼ କଲା ।
କାହା ନିର୍ଦ୍ଦେଶରେ ଏଭଳି କାମ କରୁଛି ପୋଲିସ ବୋଲି ପି.ସି.ସି. ସଭାପତି ପ୍ରଶ୍ନ କରିଛନ୍ତି ।
ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଏବଂ ସାଂସଦ ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଲଗାତାର ୩ ଦିନ ଧରି ଇ.ଡ଼ି. ପଚରା ଉଚରା ପାଇଁ ଡାକୁଛନ୍ତି , ଯେଉଁଥିରେ ମନି ଲଣ୍ଡରିଙ୍ଗ ହୋଇଥିବାର ସାମାନ୍ୟତମ ଯଥାର୍ଥତା ନାହିଁ ।
କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଜନ ମାନସରେ ନିନ୍ଦିତ କରିବା ପାଇଁ ଏକଛତ୍ରବାଦୀ ଶାସନ ନରେନ୍ଦ୍ର ମୋଦୀଙ୍କ ବି.ଜେ.ପି ସରକାର ସି.ବି.ଆଇ., ଆଇ.ଟି. ଓ ଇ.ଡ଼ି. ଆଦି ସଂସ୍ଥାକୁ ହାତ ବାରିଷି କରି ବିରୋଧି ବିଶେଷ କରି କଂଗ୍ରେସର ନେତାମାନଙ୍କୁ ଶିକାର କରୁଛନ୍ତି । କଂଗ୍ରେସ ଏହାର ଦୃଢ଼ ନିନ୍ଦା କରୁଛି ।
ଦୀଲ୍ଲି ପୁଲିସ୍ର ଏହିଭଳି ବର୍ବରତା ପ୍ରତିବାଦରେ ଶୁକ୍ରବାର ତା. ୧୭.୦୬.୨୦୨୨ ରିଖରେ , ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଦର ମହକୁମାରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରି କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ତଥା ବି:ଏସ:ଏନ:ଏଲ: କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମ କୁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପରିଚାଳନା କରିଥିଲେ ।
ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାସରଥୀ ଗମାଙ୍ଗ, ଜିଲ୍ଲା ଉପସଭାପତି ଶ୍ରୀ ବସନ୍ତ ପଣ୍ଡା , ବରିଷ୍ଠ ନେତାଙ୍କ ଶ୍ରୀ ସଂଜୟ ଅଧିକାରୀ , ଶ୍ରୀ ସଂଗ୍ରାମ ସାହୁ , ଶ୍ରୀ ତ୍ରୀନାଥ ପାତ୍ର , ଗୁମ୍ମା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ , ଶ୍ରୀ ଲଳିତ ମୋହନ ଦଣ୍ତସେନା , ମଣ୍ଟୁ ପାଣି , ବହୁ ସରପଞ୍ଚ ଓ ସମିତି ସଭ୍ୟ , ଶ୍ରୀ ରମେଶ ପ୍ରଧାନି , ଶ୍ରୀ ମଫେଲ ଲିମା , ଶ୍ରୀ ନବୀନ ରଚିତ , ମୋହନା ବ୍ଲକ ସଭାପତି ସମେତ ଅନ୍ୟାନ୍ୟ ବ୍ଲକ ଯଥା:- , ଆର୍ ଉଦୟଗିରି , ରାୟଗଡା , ନୂଆଗଡ , କାଶୀନଗର ବ୍ଲକ ସଭାପତି , ସମସ୍ତ ବ୍ଲକ୍ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031