Indus Valley Times

ଗଜପତି: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନୀ ମତଦାନ ଶାନ୍ତିପୂର୍ଣ୍ଣ

 Breaking News

ଗଜପତି: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନୀ ମତଦାନ ଶାନ୍ତିପୂର୍ଣ୍ଣ

February 18
20:31 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୨ :ଆର୍ ଉଦୟଗିରିରେ ୮୦.୫୫ ପ୍ରତିଶତ ଏବଂ ନୂଆଗଡରେ ୮୫.୫୫ ପ୍ରତିଶତ ମତଦାନ । ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆଜି ନୂଆଗଡ ବ୍ଲକର ୧ଟି ଏବଂ ଓ ଆର୍ ଉଦୟଗିରି ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରେ ଶାନ୍ତି ପୂର୍ଣ୍ଣ ଭାବରେ ମତଦାନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।
ଏହି ଦୁଇ ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନରେ ୮୨ ପ୍ରତିଶତ ମତଦାନ ହୋଇଥିବା ବେଳେ ଆର୍ ଉଦୟଗିରିରେ ୮୦.୫୫ ପ୍ରତିଶତ ଏବଂ ନୂଆଗଡରେ ୮୫.୫୫ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି ।
ସକାଳ ୭ଟାରୁ ନୂଆଗଡ ଓ ଆର୍ ଉଦୟଗିରି ବ୍ଲକରେ ମତଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଭୋଟର ମାନେ ବହୁ ସଂଖ୍ୟାରେ ଆସି କୋଭିଡ କଟକଣା ମଧ୍ୟରେ ଧାଡିରେ ଠିଆହୋଇ ପ୍ରବଳ ଆଗ୍ରହ ଓ ଉତ୍କଣ୍ଠାର ସହ ନିଜ ମନପସନ୍ଦ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ।
ଏହି ମତଦାନ ସମୟରେ ବିଶେଷ କରି ମହିଳା ଭୋଟର ମାନଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଉତ୍ସାହ ଥିବା ପରିଲକ୍ଷିତ ହୋଇଥିଲା ।
ଆଜି ଆର୍ ଉଦୟଗିରି ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନ ସମେତ ୧୭ଟି ପଞ୍ଚାୟତ ସରପଞ୍ଚ ଓ ୧୭ଟି ସମିତିସଭ୍ୟ ଆସନ ପାଇଁ ନିର୍ବାଚନ ହୋଇଥବା ବେଳେ ଏଥିପାଇଁ ମୋଟ ୨୦୧ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରା ଯାଇଥିଲା ଏବଂ ମୋଟ ୪୨ ହଜାର ୨୯ ଜଣ ଭୋଟର ସେମାନଙ୍କ ଭୋଟ ଦେଇଛନ୍ତି ।
ବ୍ଲକର ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା ମୈଦାନରେ ରହିଥିବା ବେଳେ ୧୭ଟି ସରପଞ୍ଚ ଆସନ ପାଇଁ ୬୩ ଜଣ ଏବଂ ୧୭ଟି ସମିତିସଭ୍ୟ ଆସନ ପାଇଁ ମୋଟ ୫୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।
ସେହିଭଳି ନୂଆଗଡ ବ୍ଲକର ଗୋଟିଏ ମାତ୍ର ଜିଲ୍ଲା ପରିଷଦ ଜୋନ , ୧୯ଟି ସରପଞ୍ଚ ଓ ୧୯ଟି ସମିତିସଭ୍ୟ ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ଏଥିପାଇଁ ମୋଟ ୨୧୪ଟି ମତଦାନ କେନ୍ଦ୍ରରେ ବ୍ଲକରେ ରହିଥିବା ମୋଟ ୩୯ ହଜାର ୨୯୮ ଜଣ ଭୋଟର ସେମାନଙ୍କ ଭୋଟ ଦେଇଥିଲେ । ୧ଟି ଜିଲ୍ଲା ପରିଷଦ ଜୋନ ପାଇଁ ୪ ଜଣ ପ୍ରାର୍ଥୀ , ୧୯ଟି ସରପଞ୍ଚ ଆସନ ପାଇଁ ୬୫ ଜଣ ଏବଂ ୧୯ଟି ସମିତିସଭ୍ୟ ଆସନ ପାଇଁ ୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ-ବେଲଟ ବାକ୍ସରେ ବନ୍ଦ ହୋଇ ରହିଛି ।
ପାର୍ବତ୍ୟ ଓ ନକ୍ସଲ ଅଧ୍ୟୁଷିତ ବ୍ଲକଅଞ୍ଚଲ ହୋଇଥିବା ଯୋଗୁଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରା ଯାଇଥିଲା । ଅନ୍ୟପକ୍ଷରେ କୋଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୂର୍ବରୁ ଚିହ୍ନଟ ହୋଇଥିବା ବିଭିନ୍ନ ସମ୍ବେଦନଶୀଳ ମତଦାନ କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡାକଡି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରା ଯାଇଥିଲା । ।
ଏହି ନିର୍ବାଚନ ଅବସରରେ ଏଥିପାଇଁ ୨ଟି ଷ୍ଟ୍ରାଇକିଙ୍ଗ ଫୋର୍ସ ଦଳ , ୨୦ଟି ପେଟ୍ରୋଲିଙ୍ଗ ଦଳ ଏବଂ ୧୦ଟି ମୋବାଇଲ ପେଟ୍ରୋଲିଙ୍ଗ ଦଳ ନିୟୋଜିତ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031