Indus Valley Times

ଗଜପତି: ନାରାୟଣପୁର ଠାରେ ଆର-ଆଇ: ଅଫିସ୍ କରିବା ଦାବୀରେ ବିଶାଳ ରାଲୀ ଅନୁଷ୍ଠିତ

 Breaking News

ଗଜପତି: ନାରାୟଣପୁର ଠାରେ ଆର-ଆଇ: ଅଫିସ୍ କରିବା ଦାବୀରେ ବିଶାଳ ରାଲୀ ଅନୁଷ୍ଠିତ

August 24
11:12 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୮:ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ନାରାୟଣପୁର ଠାରେ ଆର-ଆଇ: ଅଫିସ୍ କରିବା ଦାବୀ ନେଇ ଏକ ବିଶାଳ ରାଲୀ ଅନୁଷ୍ଠିତ ହୋଇଯାଇଛି ।
ରାୟଗଡ଼ ବ୍ଲକର ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗି ପଞ୍ଚାୟତର ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ନାରାୟଣପୁର ଠାରେ ଆର-ଆଇ: ଅଫିସ୍ କରିବା ଦାବୀରେ ଆଜି ଲାଞ୍ଜିପଦର୍ ଛକ ଠାରୁ ଦୁଇ ପଞ୍ଚାୟତର ପ୍ରାୟ ୧୦୦୦ରୁ ଉର୍ଦ୍ଧ ଅଞ୍ଚଳ ବାସୀ ଏକତ୍ରିତ ହୋଇ ଏକ ବିଶାଳ ରାଲୀ ରେ ବାହାରି ନାରାୟଣପୁର ଠାରେ ଆର-ଆଇ କାର୍ଯ୍ୟାଳୟ କରିବା ଦାବୀ ନେଇ ବିଭିନ୍ନ ସ୍ଲୋଗାନ ଦେଇ ରାୟଗଡ ତହସିଲଦାର ଅଫିସରେ ପହଞ୍ଚି ଥିଲେ ।
ତହସିଲ କାର୍ଯ୍ୟାଳୟ ଠାରେ ଉପସ୍ଥିତ ଥିବା ଗଜପତି ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବୀପତ୍ର ଗ୍ରହଣ ସମୟରେ ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉ କି , ଉକ୍ତ ଦୁଇ ପଞ୍ଚାୟତ ରାୟଗଡ଼ ଆର-ଆଇ ସର୍କଲ ଅଧିନରେ ରହିଥିଲା , ଏହାକୁ ବର୍ତ୍ତମାନ ଗଣ୍ଡାହାତି ଆର୍ ଆଇ ଅଧିନକୁ ସ୍ଥାନାନ୍ତର କରାଯାଇଛି । ଗଣ୍ଡାହାତି ଆର-ଆଇ: ଅଧିନରେ ଉକ୍ତ ଦୁଇ ପଞ୍ଚାୟତ ରହିଲେ ସେଠାରେ ନେଟ ୱର୍କ ଓ ବିଭିନ୍ନ ଅସୁବିଧା ସହ ଗମନାଗମନର ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ହେଉଛି ।
ତେଣୁ ଉକ୍ତ ଦୁଇ ପଞ୍ଚାୟତର ଅଞ୍ଚଳବାସୀଙ୍କ ସୁବିଧା ଦୃଷ୍ଟିରୁ ନାରାୟଣପୁର ଠାରେ ଆର-ଆଇ: ଅଫିସ ସ୍ଥାପନ ହେଲେ ସଂପୃକ୍ତ ଦୁଇ ପାଞ୍ଚାୟତବାସୀଙ୍କୁ ବିଶେଷ ସୁବିଧା ହେବା ସହ ବହୁ କ୍ଷେତ୍ରରେ ଉପକୃତ ହେବେ ।
ତେଣୁକରି ଗଣ୍ଡାହାତି ପରିବର୍ତ୍ତେ ନାରାୟଣପୁର ଠାରେ ଆରଆଇ: ଅଫିସ କରିବା ଦାବୀ ନେଇ ଆଜି ଉଭୟ ଏସ:କରଡ଼ା ସିଂହ ଓ ନାରାୟଣପୁର ପଞ୍ଚାୟତ ବାସୀଙ୍କ ପକ୍ଷରୁ ଏହି ବିରାଟ ରାଲି ହୋଇଥିଲା ।
ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଏ ନେଇ ଦାବୀପତ୍ର ଗ୍ରହଣ କରିବା ପରେ , ସଙ୍ଗେ ସଙ୍ଗେ ନାରାୟଣପୁର ସ୍ଥିତ ରେଭିନ୍ୟୁ ବଙ୍ଗଳା ଠାରେ ସପ୍ତାହକୁ ତିନି ଦିନ ଯଥା:- ସୋମ , ମଙ୍ଗଳ ଓ ବୁଧବାର ଦିନ ମାନଙ୍କରେ ଆରଆଇ: ଅଫିସ କାର୍ଯ୍ୟ କରିବ ଏବଂ ଅନ୍ୟ ତିନିଦିନ ଗଣ୍ଡାହାତି ଠାରେ ଆର-ଆଇ: ଅଫିସ୍ କାର୍ଯ୍ୟ କରିବ ।
ସଂପୃକ୍ତ ଆର-ଆଇ: ଓ ଅନ୍ୟ କର୍ମଚାରୀ ମାନେ ଉପର ନିର୍ଦ୍ଧାରିତ ଦିନ ମାନଙ୍କରେ ନାରାୟଣପୁର ସ୍ଥିତ ରେଭିନ୍ୟୁ ବଙ୍ଗଳା\’କୁ ଆସି ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗ ପଞ୍ଚାୟତର ଅଞ୍ଚଳବାସୀଙ୍କ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏ ସମ୍ପର୍କିତ ଏକ ଆଦେଶନାମା ଚିଠି ଗଣ୍ଡାହାତି ଆର-ଆଇ:ଙ୍କୁ ଦିଆଯାଇଛି ।
ଏହି ନିର୍ଦ୍ଦେଶ ଦେବା ପରେ ଉଭୟ ନାରାୟଣପୁର ଓ ଏସ: କରଡ଼ାସିଂ ବାସୀ ବିଶେଷ ଆନନ୍ଦ ହେବା ସହ ଗଜପତି ଜିଲ୍ଲା ପ୍ରଶାସନ\’କୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି ।
ଉକ୍ତ ରାଲୀରେ ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେଟ୍ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରଦୀପ ବିଷୋୟୀ , ଶ୍ରୀ ବୁଢ଼ା ମହାନ୍ତି , ଶ୍ରୀ ଜଗନ୍ନାଥ ଖାଡେଙ୍ଗାଲୁ , ଶ୍ରୀ ବାଲୁ ପଟ୍ଟନାୟକ , ଶ୍ରୀ ଶ୍ୟାମ ଭାଇ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031