Indus Valley Times

ଗଜପତି : ନିୟତି ମାନସିକ ଅନଗ୍ରସର ବିଦ୍ୟାଳୟରେ ବନ-ମହୋତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ନିୟତି ମାନସିକ ଅନଗ୍ରସର ବିଦ୍ୟାଳୟରେ ବନ-ମହୋତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ

August 09
21:14 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୯/୮ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠା ସ୍ଥିତ ନିୟତି ମାନସିକ ଅନଗ୍ରସର ବିଦ୍ୟାଳୟ ପ୍ରାଙ୍ଗଣରେ ଅଗ୍ରଣୀ ମହିଳା ଅନୁଷ୍ଠାନ “ପ୍ରଗତି ମହିଳା ସଂଗଠନ” ଓ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର “ଯୁବ ରେଡ଼ କ୍ରସ ଓ ଜାତୀୟ ସେବା ଯୋଜନା”ର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନାର ଥାନାଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ବୃକ୍ଷରୋପଣ ପରିବେଶ ପାଇଁ କେତେ ଜରୁରୀ ଏବଂ ଏହା କିଭଳି ଯୁବପିଢ଼ିଙ୍କ ଚେଷ୍ଟାରେ ହିଁ ସଫଳ ହୋଇପାରିବ ସେ ସବୁର ବିଭିନ୍ନ ଦିଗ ସମ୍ପର୍କରେ ଉପାଦେୟ ଉଦାହରଣ ଦେଇ ସଚେତନ କରାଇଥିଲେ।
ଏତଦ ବୀତୀତ ସାଇବର କ୍ରାଇମ ପ୍ରତି ମଧ୍ୟ ସଚେତନ ରହିବା ପାଇଁ ସେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ସଚେତନ କରାଇଥିଲେ।
ସେହିଭଳି ପ୍ରଗତି ମହିଳା ସଂଗଠନ ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥି ଅନୁଷ୍ଠିତ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିବା ସହ ମାଆ ଯେପରି ନିଜ ଛୁଆର ଲାଳନ ପାଳନ କରି ଭଲ ମଣିଷ ଟିଏ କରିଥାଏ, ସେପରି ଛାତ୍ରଛାତ୍ରୀ ମାନେ ଚାରା ରୋପଣ କରି ତା\’ର ଉପଯୁକ୍ତ ରକ୍ଷଣାବେକ୍ଷଣ କରି ଟିକିଏ ବଡ଼ ହେ ପର୍ଯ୍ୟନ୍ତ ଯତ୍ନ ନେବା ପାଇଁ ଆହ୍ୱାନ ଦେଇଥିଲେ।
ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ବୃକ୍ଷ ଓ ବୃକ୍ଷ ରୋପଣର ଉପାଦେୟତା ସମ୍ପର୍କରେ ସବିଶେଷ ଆଲୋଚନା କରି ନିଜ ମାଆଙ୍କ ନାଁ ରେ ଗଛଟିଏ ଲଗାଇ ତା\’ର ଉପଯୁକ୍ତ ଦାୟିତ୍ୱ ନେବା ପାଇଁ ଛାତ୍ର ଛାତ୍ରୀଙ୍କୁ ପ୍ରବର୍ତ୍ତାଇ ଥିଲେ ।
ଏଆଇଆଇସି ଶ୍ରୀ ବାଲ୍ମୀକି ବେହେରା, ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ଓ ଯୁବ ରେଡ଼ କ୍ରସ ସଂଯୋଜିକା ଶ୍ରୀମତୀ କଳ୍ପନା ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବନମହୋତ୍ସଵ ବିଷୟରେ ଉଦବୋଧନ ଦେଇ ବୃକ୍ଷରୋପଣର ମହତ୍ଵ ସମ୍ପର୍କରେ କହିଥିଲେ।
ପ୍ରଗତି ମହିଳା ସଂଗଠନର ସଭାପତି ଶ୍ରୀ ଲୋକନାଥ ମିଶ୍ର କାର୍ଯ୍ୟକ୍ରମ ପରିଶେଷ ରେ ନିଜର ଅଭିଭାଷଣ ରଖିବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ପରେ ଚାରା ରୋପଣ କାର୍ଯ୍ୟକ୍ରମ ନିୟତି\” ଅନୁଷ୍ଠାନର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930