Indus Valley Times

ଗଜପତି: ନୂଆଗଡ଼ ବ୍ଲକର ନୂଆପଲ୍ଲୀ ଗ୍ରାମ ପାହାଡରେ ବର୍ଷା ଜନିତ ଭୁ-ସ୍ଖଳନ ; ୭ ଘର ଓ ୫ ବାଇକ ସହ ବହୁ ଆସବା ପତ୍ର ନଷ୍ଟ

 Breaking News

ଗଜପତି: ନୂଆଗଡ଼ ବ୍ଲକର ନୂଆପଲ୍ଲୀ ଗ୍ରାମ ପାହାଡରେ ବର୍ଷା ଜନିତ ଭୁ-ସ୍ଖଳନ ; ୭ ଘର ଓ ୫ ବାଇକ ସହ ବହୁ ଆସବା ପତ୍ର ନଷ୍ଟ

ଗଜପତି: ନୂଆଗଡ଼ ବ୍ଲକର ନୂଆପଲ୍ଲୀ ଗ୍ରାମ ପାହାଡରେ ବର୍ଷା ଜନିତ ଭୁ-ସ୍ଖଳନ ; ୭ ଘର ଓ ୫ ବାଇକ ସହ ବହୁ ଆସବା ପତ୍ର ନଷ୍ଟ
July 13
11:08 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୩/୭: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗ୍ରାମ ନିକଟସ୍ଥ ପାହାଡରେ ଭୁ-ସ୍ଖଳନ ଘଟିଛି ।
ଗତକାଲି ରାତିସାରା ବର୍ଷା ଲାଗି ରହିବା ସହ ଆଜି ସକାଳେ ମଧ୍ୟ ଲଗାଣ ବର୍ଷା ଜାରୀ ରହିଥିଲା ।
ଫଳରେ ଗ୍ରାମକୁ ଲାଗି ରହିଥିବା ପାହାଡରେ ଭୁ-ସ୍ଖଳନ ଘଟିଥିଲା ଭୁ-ସ୍ଖଳନର ପ୍ରକୋପରେ ପାହାଡ଼ ଉପରୁ ଛୋଟ-ବଡ଼ ପଥର ସହ ଗଛ ଉପାଡି ହୋଇ ବିରାଟ ଶବ୍ଦ ହୋଇ ଝରଣା ଭଳି ମାଟି ଓ ପଥର ଅତଡ଼ା ଧସି ଗ୍ରାମ ଭିତରେ ପଶି ଯାଇଛି ।
ଏହୀ ଭୁ-ସ୍ଖଳନ ଦ୍ୱାରା ପ୍ରାୟ ୭ ଟି ଘରେ ପାହାଡର ମାଟି ଓ ପଥର ଅତଡ଼ା ପଶିଯାଇ ଘର ନଷ୍ଟ ହୋଇଯିବା ସହ ଘରେ ଥିବା ୫ ଟି ବାଇକ ମଧ୍ୟ ମାଟି ଅତଡ଼ାରେ ପୋତି ନଷ୍ଟ ହୋଇ ଯାଇଛି ।
ସେହି ବାଇକ ଗୁଡାକୁ ଉଦ୍ଧାର କରାଯିବା ସହ ମାଟି ଓ ପଥର ଅତଡ଼ା ଧସି ସୃଷ୍ଟି ହୋଇଥିବା ଅସ୍ୱାଭାବିକ ସ୍ଥାନରେ ଜେସିପି ମେସିନ ଯୋଗେ ପରିସ୍ଥିତି ସ୍ୱାଭାବିକ କରାଯାଉଛି ।
ଏତଦ ବ୍ୟତୀତ ସେହି ଘର ମାନଙ୍କରେ ଥିବା କାଜୁ-ଭାଲିଆ , ସାଇକଲ , ବାସନ କୁସଂସ୍କାର ଓ ବହୁ ଆସବା ପତ୍ର ମଧ୍ୟ ନଷ୍ଟ ହୋଇ ଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ।
ପୁଣିଥରେ ଆସନ୍ତା ୧୪/୧୫ ତାରିଖ ବେଳକୁ ଲଗାଣ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ପକ୍ଷରୁ ସତର୍କ ସୂଚନା ମିଳିଥିବା ଯୋଗୁଁ ସମ୍ପୃକ୍ତ ପାହାଡ଼ ତଳିଆ ଗ୍ରାମବାସୀ ବର୍ତ୍ତମାନ ଅତ୍ୟନ୍ତ ଭୟଭୀତ ଅବସ୍ଥା\’ରେ ରହିଛନ୍ତି ।
ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ନୂଆଗଡ଼ ଓ ରା ଉଦୟଗିରି ବ୍ଲକ ପ୍ରଶାସନର ବିଡ଼ିଓତଥା ଭାରପ୍ରାପ୍ତ ତହସିଲଦାର ଶ୍ରୀ ଲାଵଣ୍ୟେନ୍ଦୁ ମହାନ୍ତି , ନୂଆଗଡ଼ ବ୍ଲକ ସହକାରୀ ଯନ୍ତ୍ରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟନାୟକ , ଡବ୍ଲ୍ୟୁଇଓ ଶ୍ରୀ ସଞ୍ଜୟ ଲେଙ୍କା , ଜିପିଇଓ ଶ୍ରୀ ନୃସିଂହ ଚରଣ ମିଶ୍ର , ବ୍ଲକ ସାମାଜିକ ଶିକ୍ଷା ସଂଗଠକ ଶ୍ରୀ ଜି: ଆନନ୍ଦ ରାଓ , ଯୋଗାଣ ନିରୀକ୍ଷକ ଶ୍ରୀ ଜୀବନ ଜ୍ୟୋତି ପାଣିଗ୍ରାହୀ , ଆରଆଇ ଶ୍ରୀ ନଳିନୀ କାନ୍ତ ପଟନାୟକ ଓ ଆରଆଇ ଶ୍ରୀ ସତ୍ୟ ନାରାୟଣ ପଣ୍ଡା , ପରିମଳ ପିଇଓ ଶ୍ରୀ ପି: ଲିଙ୍ଗରାଜ ଏବଂ ସ୍ଥାନୀୟ ସରପଞ୍ଚ ଶ୍ରୀ ଉମାଶଙ୍କର କାର୍ଜି ପ୍ରମୁଖ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିଥିବା ଜଣାଯାଇଛି ।
ଘଟଣା ସ୍ଥଳରେ ରା: ଉଦୟଗିରି ଅଗ୍ନିଶମ ବିଭାଗ ସମେତ ଖଜୁରୀପଦା ଓ ରା ଉଦୟଗିରି ପୋଲିସ ଷ୍ଟାଫ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି ।
ସମ୍ବଲପୁର–ରା: ଉଦୟଗିରି ଭାୟା ପରିମଳ ରାସ୍ତା ଉପରେ ପାହାଡ଼ର ମାଟି ଓ ପଥର ଅତଡ଼ା ଧସି ପଡିଥିବା ସମସ୍ତକୁ ଯୁଦ୍ଧ କାଳୀନ ପରିସ୍ଥିତିରେ ଅଗ୍ନିଶମ ଓ ପୋଲିସ ଷ୍ଟାଫ ସଫା କରିବା ସହ ପରିସ୍ଥିତିକୁ ସ୍ୱାଭାବିକ କରିବାରେ ଲାଗି ପଡିଛନ୍ତି ।
ଆସନ୍ତା ୧୪ ଓ ୧୫ ତାରିଖ ବେଳକୁ ପୁଣି ଲଗାଣ ବର୍ଷା ହେବାର ସମ୍ଭାବନା ଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବିପନ୍ନ ନୂଆପଲ୍ଲୀ ଗ୍ରାମର ସମସ୍ତ ୩୯ଟି ପାରିବାରଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପରିମଳ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇ ଆସ୍ଥାୟୀ ଭାବେ ଥଇଥାନ\’ର ବ୍ୟବସ୍ଥା କରା ଯାଇଥିବା ଜଣାଯାଇଛି ।
ସେହିଭଳି ଥଇଥାନ ହୋଇଥିବା ସମସ୍ତ ୩୯ ଟି ପରିବାରଙ୍କୁ ପରିମଳ ପଞ୍ଚାୟତ ପକ୍ଷରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅଜାଚିତ ସାହାଯ୍ୟ ମାଧ୍ୟମରେ ଦୁଇବେଳା ରନ୍ଧା ଖାଦ୍ୟ ଦିଆ ଯିବାର ବ୍ୟବସ୍ଥା କରା ଯାଇଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031