Indus Valley Times

ଗଜପତି: ନୂଆ କେରାଣ୍ଡି ଗ୍ରାମରେ ପବିତ୍ର “ଗାନ୍ଧୀ ଜୟନ୍ତୀ” ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ନୂଆ କେରାଣ୍ଡି ଗ୍ରାମରେ ପବିତ୍ର “ଗାନ୍ଧୀ ଜୟନ୍ତୀ” ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ନୂଆ କେରାଣ୍ଡି ଗ୍ରାମରେ ପବିତ୍ର “ଗାନ୍ଧୀ ଜୟନ୍ତୀ” ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
October 03
12:02 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି,୩/୧୦: ଜାତିର ଜନକ ମହାତ୍ମାଗାନ୍ଧିଙ୍କ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ନୂଆ କେରାଣ୍ଡି ଗ୍ରାମରେ  ଅଗ୍ରଣୀ ମହିଳା ଅନୁଷ୍ଠାନ “ଆକାଂକ୍ଷା”, “ସଖୀ” ୱାନ-ଷ୍ଟପ ସେଣ୍ଟର  ଓ ଚାଇଲଡ଼ ଲାଇନର ମିଳିତ ସହଯୋଗରେ ସଚେତନତା ସଭା , ଶୋଭାଯାତ୍ରା ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ଏଥିରେ ଆଇଏସଆରଡି:  ଅନୁଷ୍ଠାନ ବ୍ରହ୍ମପୁରର ଆସିଷ୍ଟାଣ୍ଟ ଡାଇରେକ୍ଟର ଶ୍ରୀ ପ୍ରଭୁ ପ୍ରସାଦ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଗୁରାଣ୍ଡି ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ରର  ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀ ଜୟନ୍ତୀ ଓ ସ୍ଵଛତା କାର୍ଯ୍ୟକ୍ରମ  ସମ୍ପର୍କରେ ବୁଝାଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇ ଥିଲେ।

ଆକାଂକ୍ଷା ମହିଳା ସଙ୍ଗଠନର ଉପଦେଷ୍ଟା ସ୍ୱର୍ଣ୍ଣପ୍ରଭା ପାଠୀ ଏବଂ ସମ୍ପାଦିକା  ଶ୍ରୀମତୀ ମୀନାକୁମାରୀ ଟହଲ ସ୍ୱଚ୍ଛ ରହିଲେ ସୁସ୍ତ ରହିପାରିବେ ଏବଂ ଗ୍ରାମକୁ ପରିସ୍କାର ପରିଚ୍ଛନ୍ନତା ରଖିବା ସମ୍ପର୍କରେ ବୁଝାଇଥିଲେ।

ପରେ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା ଓ ଗ୍ରାମ ସଫେଇ କାର୍ଯ୍ୟକ୍ରମ କରା ଯାଇଥିଲା।  ସଫେଇ କାର୍ଯ୍ୟକ୍ରମରେ ମହିଳା ମାନେ ଝାଡୁ ଧରି ଗ୍ରାମରାସ୍ତା ଝାଡୁମାରି ସଫା-ସୁତୁରା କରି ଗ୍ରାମର ଅନ୍ୟମାନଙ୍କୁ ସଚେତନ କରାଇଥିଲେ। ।

ପରିବେଶ ସ୍ୱଚ୍ଛତା ସାଙ୍ଗକୁ ପଲିଥିନ ମୁକ୍ତ ସମାଜ ଗଠନ ପାଇଁ ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ବେଗ୍ ଓ କୁଲା ବଣ୍ଟନ କରା ଯାଇଥିଲା।

 ଉକ୍ତ କାର୍ଯ୍ୟକ୍ରମରେ ଚାଇଲଡଲାଇନ୍ ର ସଦସ୍ୟା ଲକ୍ଷ୍ମୀ ଗୌଡ , ଗଙ୍ଗାଧର ଶବର, “ସଖୀ” ୱାନ-ଷ୍ଟପ ସେଣ୍ଟର କର୍ମକର୍ତ୍ତା ମୋହିନୀ ପ୍ରଧାନ , ସୁପ୍ରଭା ସାହୁ , ସୁନିତା ବେହେରା , ଅଙ୍ଗନବାଡି କର୍ମୀ ଟି. ଏଶ୍ୱରୀ , ସଂଯୁକ୍ତା ବିଶ୍ୱାଳ , ବି.ତେଜଶ୍ୱରୀ , ରଶ୍ମି ଚୌଧୁରୀ , ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଯୋଗଦେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସାମିଲ ଥିଲେ ।

 ଆକାଂକ୍ଷା” ମହିଳା ସଂଗଠନର ସମ୍ପାଦିକା ମିନା କୁମାରୀ ଟହଲ , ଉପଦେଷ୍ଟା ସ୍ବର୍ଣ୍ଣପ୍ରଭା ପାଠୀ ଓ ମମତା ପାଢ଼ୀ’ଙ୍କ ନେତୃତ୍ୱରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଥିଲା

ଗଜପତି: ସ୍ନାତକ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ         

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି,୩/୧୦: ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି।

        ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀ .ଚନ୍ଦ୍ର ଶେଖର ଦାସ , ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ଭାରତୀ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ବାଲ୍ୟ ଜୀବନ , ଓ ଜାତୀୟ ସଂଗ୍ରାମରେ ତାଙ୍କର ଭୂମିକା ସମ୍ପର୍କରେ କହି ଗାନ୍ଧୀ ଜୟନ୍ତୀ , ରାମରାଜ୍ୟ ସ୍ୱପ୍ନ , ଅହିଂସା ନୀତି ଓ ଆଦର୍ଶ , ଗ୍ରାମ ସ୍ୱରାଜ ପ୍ରଭୃତି ଉପରେ ଆଲୋଚନା କରିଥିଲେ ।

   ଅଧ୍ୟକ୍ଷା ଡ଼ଃ ରୀନା ସାହୁ  ମାନବ ସେବାହିଁ ଜାତୀୟ ସେବା ବୋଲି ବିଶ୍ଵାସ କରୁଥିବା ଗାନ୍ଧିଜୀଙ୍କ ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଉପସ୍ଥିତ ସମସ୍ତଙ୍କୁ  ଆହ୍ବାନ କରିଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ ଆୟୋଗ ଓ ପିରାମଲ ଫାଉଣ୍ଡେସନର ଗାନ୍ଧୀ-ଫେଲୋ ପ୍ରୋଗ୍ରାମ ଲିଡ଼ର ଶ୍ରୀ ବିଭୁତି ଦଳାଇ , ଫେଲୋ-ସଭ୍ୟା ଉପାସନା ରାୟ ଏବଂ ଫାରହାନା ଖାତୁନ ପ୍ରମୁଖ ମଞ୍ଚଆସିନ ରହି  “ସୁରକ୍ଷିତ ହମ-ସୁରକ୍ଷିତ ତୁମ” ବାର୍ତ୍ତା ପ୍ରଦାନ କରି କରୋନା ଉପରେ ସଚେତନ କରାଇଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ସିଏଚ୍.ନିର୍ମିଳା , ମଧୁସ୍ମିତା ପ୍ରଧାନ ଦୁର୍ଯ୍ୟଧନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏଲ୍.ଅଶୋକ କୁମାର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031