Indus Valley Times

ଗଜପତି: ପାରଳାଖେମୁଣ୍ଡି ଅବସରପ୍ରାପ୍ତ କର୍ମଚାରୀ ସଂଘର ଜରୁରୀ ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ

 Breaking News

ଗଜପତି: ପାରଳାଖେମୁଣ୍ଡି ଅବସରପ୍ରାପ୍ତ କର୍ମଚାରୀ ସଂଘର ଜରୁରୀ ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ

January 09
19:42 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୧: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେଷିଣୀ ସମାଜର ସଭାଗୃହ ଠାରେ ପାରଳା ସହରର ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ଜରୁରୀ ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସଂଘର ସଭାପତି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ
ରେ ନିର୍ବାଚନ ଅଧିକାରୀ ଭାବେ ତଥା ସ୍ବତନ୍ତ୍ର ଭାବେ ଅତିଥି ସଂଘର ଉପଦେଷ୍ଟା ଥିବା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ସଂଘର ନୂତନ କର୍ମକର୍ତ୍ତା ମାନଙ୍କୁ ସର୍ବସମ୍ମତି କ୍ରମେ ମନୋନୟନ କରାଇ ଥିଲେ ।
ଶ୍ରୀ ମହାପାତ୍ର , ନୂତନ ମନୋନୀତ କର୍ମକର୍ତ୍ତା ମାନଙ୍କୁ , କର୍ମଚାରୀ ମାନଙ୍କ ହିତ ପାଇଁ ଏବଂ ସେମାନଙ୍କ ପେନସନ ପ୍ରାପ୍ୟ\’ର
ଅହେତୁକ ବିଳମ୍ବ ଜନିତ ସମସ୍ୟାର ସମାଧାନ ପାଇଁ ତ୍ଵରିତ କାର୍ଯ୍ୟପନ୍ଥା ଗ୍ରହଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।
ଅଧିକରୁ ଅଧିକ ସଂଖ୍ୟକ ସଭ୍ୟ ମାନଙ୍କୁ ସଂଘରେ ଅନ୍ତର୍ଭୁକ୍ତ କରାଯିବା ନେଇ ବୈଠକରେ ଆଲୋଚନା କରା ଯାଇଥିଲା।
ସଂଘର ନୂତନ ମନୋନୀତ କର୍ମକର୍ତ୍ତା ମାନେ ହେଲେ:- ଉପଦେଷ୍ଟା ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ଜଗଦୀଶ ଚନ୍ଦ୍ର ମହାପାତ୍ର ଓ ଶ୍ରୀ ଭକ୍ତରାମ ପଟନାୟକ ।
ସେହିଭଳି ସଭାପତି:- ଶ୍ରୀ ଅଶ୍ୱିନୀ କୁମାର ପାଢ଼ୀ , ଉପସଭାପତି:- ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ସଂପାଦକ:- ଶ୍ରୀ ସୁରେଶ କୁମାର ବେହେରା , ଯୁଗ୍ମ ସମ୍ପାଦକ:- ଶ୍ରୀ ସଚ୍ଚିଦା ନନ୍ଦ ସାମଲ , ପଣ୍ଡିତ ନରସିଂହ ଗୌଡ ଓ ସିମାଞ୍ଚଳ ପଣ୍ଡା ଓ କୋଷାଧ୍ୟକ୍ଷ:- ଶ୍ରୀ ଶ୍ରୀନିବାସ ପଟନାୟକ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି ।
ସେହିଭଳି , ଏଥି ସମେତ ସଂଘର କାର୍ଯ୍ୟକାରୀ କମିଟିରେ ୧୫ ଜଣ ସଭ୍ୟଙ୍କୁ ଚୟନ କରାଯାଇଛି ।
ବୈଠକରେ ମୁଖ୍ୟତଃ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ମାସର ପ୍ରଥମ ରବିବାର ଦିନ ନିୟମିତ ଭାବେ ସଂଘର ମାସିକ ବୈଠକ ଅନୁଷ୍ଠିତ ହେବ ଏବଂ ସେଥିରେ ସମସ୍ତେ ଯୋଗଦେବା ନିମନ୍ତେ ବିଶେଷ ଗୁରୁତ୍ଵ ଦିଆ ଯାଇଥିଲା ।
ଶେଷରେ , ସଂଘର ଉପଦେଷ୍ଟା ଶ୍ରୀ ଜଗଦୀଶ ଚନ୍ଦ୍ର ମହାପାତ୍ର , ବୈଠକରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031