Indus Valley Times

ଗଜପତି: ପାରଳାଖେମୁଣ୍ଡି ଠାରେ ୨ୟ ଆନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ

 Breaking News

ଗଜପତି: ପାରଳାଖେମୁଣ୍ଡି ଠାରେ ୨ୟ ଆନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ

November 03
21:28 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩/୧୧: ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ ସନ୍ଧ୍ୟାରେ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର ପକ୍ଷରୁ ୨ୟ ଆନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସଭା , ସମାବେଶ ଗୁରୁ ପୂଜନ , ସମ୍ମାନୀତ ଓ ସମ୍ଭର୍ଦ୍ଧାନା , ନୃତ୍ୟ ଓ ସଙ୍ଗୀତ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅନୁଷ୍ଠିତ ଉଦଘାଟନୀ ସମାରୋହ ସଭାରେ ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ଅନୁଷ୍ଠାନର ଊପଦେଷ୍ଟା ଶ୍ରୀ ଆଦର୍ଶ ଦାସ ଏହି ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
କାର୍ଯ୍ୟକ୍ରମରେ ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଉଦଘାଟନ ଭାବେ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପାରଳାଖେମୁଣ୍ଡି ଏକ ସର୍ବ ପୁରାତନ ଐତିହାସିକ ସହର , ଯେଉଁଠି କଳା , ସାହିତ୍ୟ ଓ ସଂସ୍କୃତିର ଏକ ସ୍ବତନ୍ତ୍ର ପରିଚୟ ରହିଛି ।
ଓଡ଼ିଶୀ ସର୍ବ ପୁରାତନ ପରମ୍ପରା ଓ ଏହା ପ୍ରାଚୀନ ମନ୍ଦିରରୁ ସୃଷ୍ଟି ଏବଂ ଏହା ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଭକ୍ତି ନୈବେଦ୍ୟ ରୂପେ ଅର୍ପଣ ନିମନ୍ତେ ଉଦ୍ଧିଷ୍ଟ ଥିଲା ।
ବହୁ ଘାତ ପ୍ରତିଘାତ ମଧ୍ୟରେ ଆଜି ଓଡ଼ିଶୀ ଏ ସ୍ତରରେ ପହଞ୍ଚି ପାରିଛି ବୋଲି କହି ଉପାନ୍ତ ଅଞ୍ଚଳରେ ବିଦେଶୀ ଓ ଭାରତୀୟ କଳାକାର ମାନଙ୍କ ଓଡ଼ିଶୀ ସମେତ ବିଭିନ୍ନ ଢ଼ଙ୍ଗର ନୃତ୍ୟ ଓ ସଙ୍ଗୀତ କାର‌୍ୟ୍ୟକ୍ରମ ଆୟୋଜନ ହେଉଥିବା ଯୋଗୁଁ ଭୂୟସୀ ପ୍ରଶଂସା କରିଥିଲେ ।
ଓଡ଼ିଶାର ବିଶିଷ୍ଟ ନୃତ୍ୟ ଗୁରୁ ଡଃ ଗଜେନ୍ଦ୍ର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପାରଳାଖେମୁଣ୍ଡିକୁ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ବୋଲି କହି ଓଡ଼ିଶାର ଯେତେ ସବୁ ନୃତ୍ୟ ପରମ୍ପରା ରହିଛି , ସେ ଆଦିବାସୀ ନୃତ୍ୟ ଠାରୁ ଆରମ୍ଭ କରି ସଖିନାଚ ପର୍ଯ୍ୟନ୍ତ ସବୁ ନୃତ୍ୟର ଶୈଳୀ ଓଡ଼ିଶୀ ନୃତ୍ୟର ଯଥେଷ୍ଟ ସମ୍ପର୍କ ରହିଛି ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ସଙ୍ଗୀତ ଗୁରୁ ଶ୍ରୀ ରଘୁନାଥ ପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ଆବାହକ ଶ୍ରୀ ଡି: ମୋହନ ରାଓ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ। ।
ପରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ସୁଶ୍ରୀ ଡି: ପ୍ରିୟଙ୍କା ସଂପାଦକୀୟ ବିବରଣୀ ପାଠ କରିଥିଲେ ।
ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରୀଡା କ୍ଷେତ୍ରରେ ଶ୍ରୀ କିଶୋର ଚନ୍ଦ୍ର ରଥଙ୍କ ସମେତ ସଙ୍ଗୀତ କ୍ଷେତ୍ରରେ ଗୁରୁ ନୃସିଂହ ପ୍ରସାଦ ପାଢ଼ୀ , ନାଟକ କ୍ଷେତ୍ରରେ ଶ୍ରୀ ମନୋଜ କୁମାର ପାଢ଼ୀ , ଯନ୍ତ୍ର ସଙ୍ଗୀତ କ୍ଷେତ୍ରରେ ଶ୍ରୀ ଆଇ: ମନ୍ମଥ ରାଓ ଏବଂ ସାରସ୍ଵତ କ୍ଷେତ୍ରରେ ଶ୍ରୀ ବିଷ୍ଣୁ ମୋହନ ଅଧିକାରୀ ପ୍ରମୁଖଙ୍କୁ ଉପଢ଼ୌକନ , ପୁଷ୍ପଗୁଚ୍ଛ , ମାନପତ୍ର ଓ ମୋମେଣ୍ଟ ଦେଇ ସମ୍ମାନୀତ କରା ଯାଇଥିଲା ।
ଏଥି ସମେତ ଏହି କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବା ପାଇଁ ସୁଦୂର ମାଳୟେସିଆ ସ୍ଥିତ ସୂତ୍ର ଫାଉଣ୍ଡେସନ\’ରୁ ଆସିଥିବା ନୃତ୍ୟଶିଳ୍ପୀ ଓ ପୁରୀ ନୃତ୍ୟ ଶିଳ୍ପୀ ମାନଙ୍କୁ ମାନପତ୍ର ଉପଢ଼ୌକନ ଓ ମୋମେଣ୍ଟୋ ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା। ।
ପରେ ପରେ ଗୁରୁ-ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବିଶିଷ୍ଟ ନୃତ୍ୟଗୁରୁ ଡଃ ଗଜେନ୍ଦ୍ର ପଣ୍ଡା\’ଙ୍କୁ ତାଙ୍କ ଶିଷ୍ୟକ୍ଷ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ନୃତ୍ୟଗୁରୁ ଡି: ପ୍ରିୟଙ୍କା ଏବଂ ନୃତ୍ୟଗୁରୁ ଡି: ପ୍ରିୟଙ୍କା ଙ୍କୁ ତାଙ୍କ ଶିଷ୍ୟକ୍ଷ ମାନେ ପାରମ୍ପରିକ ରୀତିନୀତି ପ୍ରକାରେ ଗୁରୁ-ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ।
ଏହି ଅବସରରେ ଶେଷରେ ଶ୍ରୀମତୀ ଆରୁପାଞ୍ଜଳି ମହାନ୍ତିଙ୍କ ସଂଯୋଜନା କ୍ରମେ ରଙ୍ଗାରଙ୍ଗ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ରେ , ମାଳୟେସିଆ ସ୍ଥିତ ପଦ୍ମଶ୍ରୀ ଗୁରୁ ରମଲି ଇବ୍ରାହିମଙ୍କ ସୂତ୍ର ଫାଉଣ୍ଡେସନର ଶିଷ୍ୟା ଶିଷ୍ୟ , ପୁରୀ କଳାକାର ଓ ପାରଳାଖେମୁଣ୍ଡି ଶ୍ରୀ ଜଗନ୍ନାଥ ଓଡ଼ିଶୀ କଲାକେନ୍ଦ୍ରର କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031