Indus Valley Times

ଗଜପତି: ପାରଳା ନଗର କଂଗ୍ରେସ ସଭାପତି ଭାବେ ମନୋଜ କୁମାର ସାହୁଙ୍କ ନାମ ମନୋନୀତ

 Breaking News

ଗଜପତି: ପାରଳା ନଗର କଂଗ୍ରେସ ସଭାପତି ଭାବେ ମନୋଜ କୁମାର ସାହୁଙ୍କ ନାମ ମନୋନୀତ

ଗଜପତି: ପାରଳା ନଗର କଂଗ୍ରେସ ସଭାପତି ଭାବେ ମନୋଜ କୁମାର ସାହୁଙ୍କ ନାମ ମନୋନୀତ
October 04
10:18 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୪/୧୦ : ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗ ଜିଲ୍ଲା କଂଗ୍ରେସ କମିଟି ଘୋଷଣା କରିଛନ୍ତି । ଏହି ନୂଆ କମିଟିରେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ କନିଷ୍ଠ ପୁତ୍ର ଶ୍ରୀ ମନୋଜ କୁମାର ସାହୁଙ୍କୁ ନଗର କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ମିଳିଛି ।
ଏହି ଦାୟିତ୍ୱ ମିଳିବା ପରେ ମନୋଜ କୁମାର ସାହୁ ଖୁସି ପ୍ରକଟ କରିବା ସହ ବାପାଙ୍କ ପଥ ଅନୁସରଣ କରି ଲୋକଙ୍କ ସେବା କରିବି ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ତ୍ରିନାଥ ସାହୁ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସ୍ୱର୍ଗତ ସାହୁ ପ୍ରଥମେ ୧୯୮୫-୧୯୯୦ କଂଗ୍ରେସ ପରେ ୧୯୯୫-୨୦୦୦ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ହେଁ ପରେ କଂଗ୍ରେସରେ ଯୋଗ ଦେଇଥିଲେ ।
ଏହାପରେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ କଂଗ୍ରେସ ଦଳ ତରଫରୁ ଟିକଟ ପାଇ ଏପରି ଭାବେ ୪ ଥର ବିଧାୟକ ରହିଥିଲେ । ଏହାସହ ୧୯୮୫ ପୂର୍ବରୁ ସେ ୩ଥର ପାରଳାଖେମୁଣ୍ଡି ପୌରପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏପରି ଜଣେ ପ୍ରତିଷ୍ଠିତ ବିଧାୟକଙ୍କ ହଠାତ୍ ୧୮.୦୯.୨୦୦୯ରେ ବିୟୋଗ ଘଟିଥିଲା । ଇତି ମଧ୍ୟରେ ତାଙ୍କ ସାନପୁଅ ମନୋଜ କୁମାର ସାହୁ ବାପାଙ୍କ ପଥ ଅନୁସରଣ କରି କଂଗ୍ରେସ ଦଳରେ ଜଣେ ଦକ୍ଷ ଯୁବ ନେତା ଭାବେ ଉଭା ହୋଇଥିଲେ । ମନୋଜ ଛାତ୍ର ଅବସ୍ଥାରୁ ହିଁ ସକ୍ରିୟ ରାଜନୀତିରେ ଯୋଡି ଯାଇଥିଲେ ।
ସେ ୨୦୦୨ ମସିହାରେ ଏସ୍କେସିଜି କଲେଜର ଛାତ୍ର ୟୁନିୟନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୩ରେ ଛାତ୍ର କଂଗ୍ରେସର ସଭାପତି, ୨୦୧୨ରେ ଯୁବ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେବା ସଙ୍ଗେ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିଲେ ।
ଏହାପରେ ପୁଣି ବର୍ତ୍ତମାନ ୨୦୨୧ରେ ନଗର କଂଗ୍ରେସ ସଭାପତି ଭାବେ ଘୋଷଣା କରାଯାଇଛି । ଦୀର୍ଘ ୨ଦଶନ୍ଧି ଧରି କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ ନିର୍ବାହ କରି ଆସୁଛନ୍ତି ମନୋଜ । ମନୋଜଙ୍କୁ ନଗର କଂଗ୍ରେସ ସଭାପତି ପଦବୀ ମିଳିବା ପରେ ସହରର ବିଶେଷ କରି ଯୁବ ଗୋଷ୍ଠୀ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏ ନେଇ ମନୋଜ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ , ଦଳୀୟ ହାଇକମାଣ୍ଡ ଯେଉଁ ଆଶା ଭରଷାରେ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି , ତାହାକୁ ସେ ପୁରଣ କରିବା ସହ ସବୁ ବର୍ଗ ଓ ସବୁ ସମ୍ପ୍ରଦାୟର ଲୋକଙ୍କୁ ନେଇ ଚାଲିବି ଏବଂ କଂଗ୍ରେସ ସଂଗଠନର ହାତମୁଠାକୁ ଟାଣ କରିବି ବୋଲି କହିଛନ୍ତି ।
ଏହାସହ ତାଙ୍କୁ ଏହି ଦାୟିତ୍ୱ ଦିଆ ଯାଇଥିବା ଯୋଗୁଁ ମନୋଜ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ , ରାଜ୍ୟ ପ୍ରଭାରୀ ଡ଼ଃ.ଚେଲ୍ଲା କୁମାର, ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାଶରଥୀ ଗମାଙ୍ଗ, ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ଶୁଭେନ୍ଦୁ ମହାନ୍ତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କଂଗ୍ରେସ ନେତା ରଶ୍ମିରଞ୍ଜନ ପଟ୍ଟନାୟକ, ମିଟୁ ମହାନ୍ତି ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031