Indus Valley Times

ଗଜପତି : ପାରଳା ପୌର ପରିଷଦ ପକ୍ଷରୁ ” ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୬ ” କାର୍ଯ୍ୟକ୍ରମ ପାଳିତ

 Breaking News

ଗଜପତି : ପାରଳା ପୌର ପରିଷଦ ପକ୍ଷରୁ ” ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୬ ” କାର୍ଯ୍ୟକ୍ରମ ପାଳିତ

ଗଜପତି : ପାରଳା ପୌର ପରିଷଦ ପକ୍ଷରୁ ” ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୬ ” କାର୍ଯ୍ୟକ୍ରମ ପାଳିତ
August 31
21:46 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୧/୮ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର-ପରିଷଦ ପକ୍ଷରୁ ଆଜି “ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ , ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇ କହିଥିଲେ ଯେ , ପୌର ପରିଷଦ ପକ୍ଷରୁ ଜନସାଧାରଣଙ୍କ ଚାହିଦା ଦୃଷ୍ଟିରୁ ପାରଳାଖେମୁଣ୍ଡି ସହରରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି ।
ସହରକୁ ସଫାସୁତୁରା ରଖିବା ଦିଗରେ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ନିଆଯାଇଛି । ଆଗକୁ ଆହୁରି ଉନ୍ନତିମୂଳକ କାର୍ଯ୍ୟ ଜାରୀ ରହିବ , ସେଥିପାଇଁ ଜନସାଧାରଣଙ୍କ ସହଯୋଗ ମିଳିଲେ ପାରଳା ସହରକୁ ଏକ ଅଗ୍ରଣୀ ସ୍ୱଚ୍ଛ ସହର ଭାବେ ଗଢି ତୋଳିବା ରେ ବିଶେଷ ସହାୟକ ହୋଇପାରିବ, ଜନସାଧାରଣଙ୍କ ସମେତ ପାରଳା ର ମିଡିଆ ଭାଇ ମାନଙ୍କ ବିନା ସହଯୋଗରେ ପୌର ପରିଷଦର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ନାହିଁ ବୋଲି କହିଥିଲେ ।
ଅନ୍ୟ ପକ୍ଷରେ ପୌର ପରିଷଦର ଉନ୍ନତି ମୂଳକ କାର୍ଯ୍ୟକ୍ରମରେ କେହି ବାଧା ସୃଷ୍ଟି ନ କରି ସମସ୍ତେ ଜାତି, ଧର୍ମ, ବର୍ଣ୍ଣ, ଭାଷା ନିର୍ବିଶେଷରେ ଆମେ ସମସ୍ତେ ହେଉଛୁ ପାରଳା ବାସୀ, ଆମେ ସମସ୍ତେ ଏକ ଓ ସମସ୍ତେ ଭାରତୀୟ ଏହି ମନୋଭାବ ରଖି ସହଯୋଗ ରଖିବାକୁ ଆହ୍ବାନ କରିଥିଲେ ।
ମୁଖ୍ୟତଃ ପୌର ପରିଷଦର ସମସ୍ତ ସଫେଇ କର୍ମଚାରୀ ପାହାନ୍ତିଆ ସକାଳୁ ସମଗ୍ର ସହରକୁ ସଫାସୁତୁରା ରଖୁଥିବା ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ ।
ଏହି ଅବସରରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ ଉଦବୋଧନ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ପାରଳା ବାସୀ ମିଳିମିଶି ସହଯୋଗ କରିବାକୁ କହି ପୌର ପରିଷଦ କର୍ମଚାରୀ ମାନେ ସେମାନଙ୍କ ଦାୟିତ୍ବ ସ୍ଵଚ୍ଛତାର ସହ ନିର୍ବାହ କରି ଜନସାଧାରଣଙ୍କ ସେବାରେ ବ୍ରତୀ ହେବାକୁ ଆହ୍ବାନ କରିଥିଲେ ।
ଅନ୍ୟପକ୍ଷରେ ପୌର ପରିଷଦର ସମସ୍ତ କର୍ମଚାରୀ ଓ କାଉନସିଲ ବହୁତ୍ ସହଯୋଗୀ ମନୋଭାବ ରଖି କାମ କରୁଛନ୍ତି ବୋଲି କହି ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌର ପରିଷଦ ପକ୍ଷରୁ ଦିନ ତମାମ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ୩ ନଂ ୱାର୍ଡ ସଭ୍ୟ ଶ୍ରୀ ବାବୁନା ବିଭୂତି ବେହେରା ଏବଂ ୪ ନଂ ୱାର୍ଡ ସଭ୍ୟ ଶ୍ରୀ ବାବୁ ବାଳକୃଷ୍ଣ ପାତ୍ର ଉଦବୋଧନ ଦେଇ ସଫେଇ କର୍ମଚାରୀ ମାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।
ଏହି ପବିତ୍ର ଉତ୍ସବ କାର୍ଯ୍ୟକ୍ରମରେ ପୌର ପରିଷଦର ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁଙ୍କ ସମେତ ପରିଷଦର ସମସ୍ତ ସଭ୍ୟ ସଭ୍ୟା ମଞ୍ଚ ଉପରେ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମରେ ପୌର ପରିଷଦର ସମସ୍ତ ଅଫିସ ଷ୍ଟାଫ , ଯନ୍ତ୍ରୀ , ସେଛସାଥି , ଜଳସାଥି ଓ ସଫେଇ କର୍ମଚାରୀ , ଅବସରପ୍ରାପ୍ତ କର୍ମଚାରୀ, ପୂର୍ବତନ ଅଧ୍ୟକ୍ଷ ଓ ସଭ୍ୟସଭ୍ୟା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ।
ସମସ୍ତ କାର୍ଯ୍ୟକ୍ରମକୁ ସେନିଟାରୀ ଇନିସପେକ୍ଟର ଶ୍ରୀ ଜନାର୍ଦ୍ଦନ ରାଓ ମାନ୍କ ପରିଚାଳନା ଓ ସଂଯୋଜନା କରିଥିଲେ ।
ଏହି ଅବସରରେ ପାହାନ୍ତିଆ ସକାଳ ସମୟରେ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ସଙ୍ଗୀତ ବଜାଇ ସହର ପରିକ୍ରମା କରିଥିଲା , ପରେ ସକାଳେ ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ଓ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯିବା ସହ ସ୍ଥାନୀୟ କୁଷ୍ଠାଶ୍ରମର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31