Indus Valley Times

ଗଜପତି : ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିକୁ ପବିତ୍ର ତିର୍ଥ ସ୍ଥାନର ମାନ୍ୟତା ଦେବା ନିମନ୍ତେ ମହେନ୍ଦ୍ରଗିରି ସଂସ୍କୃତି ବିକାଶ ସମିତି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

 Breaking News

ଗଜପତି : ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିକୁ ପବିତ୍ର ତିର୍ଥ ସ୍ଥାନର ମାନ୍ୟତା ଦେବା ନିମନ୍ତେ ମହେନ୍ଦ୍ରଗିରି ସଂସ୍କୃତି ବିକାଶ ସମିତି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

December 15
21:30 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୧୨: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଥିବା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିକୁ ପବିତ୍ର ତୀର୍ଥ ସ୍ଥାନର ମାନ୍ୟତା ଦିଆଯିବା ନିମନ୍ତେ ମହେନ୍ଦ୍ରଗିରି ସଂସ୍କୃତି ବିକାଶ ସମିତି ପକ୍ଷରୁ ମୁଖ୍ୟ ଶାସନ ସଚିବ , ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରା ଯାଇଥିବା ସମିତି ପକ୍ଷରୁ କୁହାଯାଇଛି ।
ସ୍ମାରକପତ୍ରରେ ଦର୍ଶାଯାଇଛି ଯେ , ଗଜପତି ଜିଲ୍ଲା , ଆନ୍ଧ୍ରପ୍ରଦେଶ ସୀମାର ବଙ୍ଗୋପ ସାଗର ତଟରେ ସପ୍ତକୁଳାଚଳ ପବିତ୍ର ମହେନ୍ଦ୍ରଗିରି ୫ ହଜାର ଫୁଟ ଉଚ୍ଚତା ବିଶିଷ୍ଟ ଏକ ତପ ସ୍ଥଳୀ ଓ ତିର୍ଥସ୍ଥାନ ଏବଂ ଏହା ସବୁ ଯୁଗର ପୁରାଣ ପ୍ରସିଦ୍ଧ ତିର୍ଥସ୍ଥଳୀ ଏହି ମହେନ୍ଦ୍ରଗିରି ଅଟେ ।
ଯେଉଁଠାରେ ତ୍ରେତେୟା ଯୁଗରୁ ଚିରଞ୍ଜିବୀ ଷଷ୍ଟ ଅବତାର ଭଗବାନ ପର୍ଶୁରାମ ଆଜି ମଧ୍ୟ ସେଠାରେ ତପସ୍ୟାରତ । ଯାହାକି , ଏହା ପବିତ୍ର ପୀଠ , ମନ୍ଦିର ଓ କିମ୍ବଦନ୍ତୀ ଏସବୁ ତୀର୍ଥର ପ୍ରମାଣ ଦିଏ । ଏଠାରୁ ପ୍ରବାହିତ ହୋଇଥିବା ମହେନ୍ଦ୍ର ତନୟା ନଦୀ ଏକ ପବିତ୍ର ନଦୀ , ଯାହାକି ଗଙ୍ଗା ଠାରୁ ମଧ୍ୟ ଏହା ଅତ୍ୟନ୍ତ ପ୍ରାଚୀନ ଅଟେ ।
ଏଠାରେ ଥିବା ଭୀମ ମନ୍ଦିର ଭାରତ ବର୍ଷର ସବୁଠାରୁ ପ୍ରାଚୀନ ଓ ପ୍ରଥମ ମନ୍ଦିର ହୋଇଥିବା ଏବଂ ଏହା ସବୁ ଯୁଗରେ ଭଗବାନଙ୍କ ଅବତାରର ତପସ୍ଥଳୀ ଅଟେ ବୋଲି ଜଣାଯାଏ ।
କଳିଯୁଗରେ ଭଗବାନ କଳିକି ଭଗବାନ ପର୍ଶୁରାମଙ୍କ ଠାରୁ ଏଠାରେ ଅସ୍ତ୍ରଶିକ୍ଷା ଗ୍ରହଣ କରିବା ସହ ଖଡଗ ପ୍ରଦାନ କରିଥିଲେ ।
କେନ୍ଦ୍ର ସରକାର ଏହି ପବିତ୍ର ମହେନ୍ଦ୍ରଗିରିକୁ ରାମାୟଣର ତୀର୍ଥସ୍ଥଳୀ ଭାବେ ଏହାକୁ ଅନ୍ତର୍ଭୁକ୍ତ କରିଛନ୍ତି ।
ଏହିଭଳି ମାହାତ୍ମ୍ୟ ପୂର୍ଣ୍ଣ ତଥା ବହୁ କିମ୍ବଦନ୍ତୀ ଓ ପ୍ରମାଣ ମହେନ୍ଦ୍ରଗିରିକୁ ଏକ ତିର୍ଥ ସ୍ଥାନରୂପେ ପ୍ରମାଣିତ କରେ ।
ଏହି ସ୍ଥାନକୁ ତିର୍ଥସ୍ଥାନ ଘୋଷଣା ନ କରି ଯଦି ଦର୍ଶନୀୟ ସ୍ଥାନ ଭାବେ ଘୋଷଣା କରାଯାଏ , ତେବେ ଏଠାରେ ପହଞ୍ଚୁଥିବା ପର୍ଯ୍ୟଟକ ମାନଙ୍କ ଦ୍ଵାରା ମଦ , ମାଂସ ଓ ଅପବିତ୍ର କାର୍ଯ୍ୟ ଦ୍ବାରା ମହେନ୍ଦ୍ରଗିରିର ରହିଥିବା ପବିତ୍ରତା ପ୍ରଭାବିତ ହେବା ସହ ନଷ୍ଟ ହୋଇଯିବ ।
ତେଣୁ କରି ଏହି ପୁରାଣ ପ୍ରସିଦ୍ଧ ଶୈବପୀଠ ତଥା ପ୍ରାଚୀନ ତିର୍ଥସ୍ଥାନ ମହେନ୍ଦ୍ରଗିରିକୁ ଏକ ପବିତ୍ର ତିର୍ଥସ୍ଥାନ ରୂପେ ଘୋଷଣା କରାଯାଉ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ନିବେଦନ ଓ ଅନୁରୋଧ କରା ଯାଇଥିବା ମହେନ୍ଦ୍ରଗିରି ସଂସ୍କୃତି ବିକାଶ ସମିତି ପକ୍ଷରୁ ଦିଆ ଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି ବୋଲି କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031