Indus Valley Times

ଗଜପତି: ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନ ଡିଆରଏମ ଙ୍କ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଓ ଉନ୍ନୟନ କାର୍ଯ୍ୟକ୍ରମ ଅନୁଧ୍ୟାନ

 Breaking News

ଗଜପତି: ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନ ଡିଆରଏମ ଙ୍କ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଓ ଉନ୍ନୟନ କାର୍ଯ୍ୟକ୍ରମ ଅନୁଧ୍ୟାନ

July 18
17:53 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୭: ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନ ଡି:ଆର:ଏମ: ତଥା ରେଳ ଡିଭିଜନ ମହା ପ୍ରବନ୍ଧକ ଶ୍ରୀ ଅନୁପ ଶତପଥୀ ଆଜି ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ପାରଳାଖେମୁଣ୍ଡି ଗସ୍ତରେ ଆସି ସେଠାରେ ଦୀର୍ଘଦିନ ଧରି ଚାଲିଥିବା ରେଳ ଷ୍ଟେସନ ବିଲଡିଙ୍ଗ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ସବୁ ପରିଦର୍ଶନ ଓ ଅନୁଧ୍ୟାନ କରି ଫେରି ଯାଇଛନ୍ତି ।
ଗସ୍ତ ଓ ଅନୁଧ୍ୟାନ ବେଳେ ଡିଆରଏମ: ଶ୍ରୀ ଶତପଥୀ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ନିର୍ମାଣ କାର୍ଯ୍ୟର ଯନ୍ତ୍ରୀ ଓ ଠିକାଦାର ମାନଙ୍କ ସହିତ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ପରେ ଡିଆରଏମ: ଶ୍ରୀ ଶତପଥୀ ଷ୍ଟେସନର ବିଭିନ୍ନ ମୌଳିକ ସୁବିଧା ଉପରେ ଅଞ୍ଚଳବାସୀ ଙ୍କ ସହ ଆଲୋଚନା କରିବା ସହ ତାକୁ ତ୍ୱରାନ୍ୱିତ କରିବା ପାଇଁ ତାଙ୍କ ଦୃଷ୍ଟିକୁ ଆଣିଥିଲେ ।
ପରେ ଡିଆରଏମ: ଶ୍ରୀ ଶତପଥୀ ଷ୍ଟେସନ ଠାରେ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ , ମୁଁ ୱାଲଟିଅର ରେଳ ଡିଭିଜନ\’ର ଡିଆରଏମ: ଦାୟିତ୍ଵ ନେବା ପରେ ଏ ଅଞ୍ଚଳରେ ଅନେକ ଉନ୍ନୟନ ମୂଳକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।
ପାରଳାଖେମୁଣ୍ଡି ଠାରେ ଥିବା ଏହା ଏମିତି ଏକ ଷ୍ଟେସନ , ଯେଉଁଟା କି , କେନ୍ଦ୍ର ସରକାର\’ଙ୍କ \”ଅମ୍ରିତ ଭାରତ\” ଯୋଜନା କାର୍ଯ୍ୟକ୍ରମରେ ନିଆ ହୋଇଛି ଏବଂ ଏହା ବିଭାଗୀୟ ସବ-ଗ୍ରେଡେସନ ପାଇବା ପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରା ହୋଇଛି । ଏଠାକାର ଯେଉଁ ସବୁ ଐତିହ୍ୟ ରହିଛି , ତାକୁ ଆଧାର କରି ଏହା ଏକ ସୁନ୍ଦର ଷ୍ଟେସନ ହେବା ପାଇଁ ପରିକଳ୍ପନା କରା ଯାଇଛି ।
ଅନ୍ୟପକ୍ଷରେ ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନର ଯେଉଁ ଗ୍ରେଡ ଷ୍ଟେସନ ସବୁ ରହିଛି , ପାରଳାଖେମୁଣ୍ଡି ରେଳ ଷ୍ଟେସନ\’ର ନାମ ସେଥିରେ ସାମିଲ ଅଛି , କାରଣ ଅପ୍ ଗ୍ରେଡେସନ ହେବା ପାଇଁ ।
ନିକଟ ଭବିଷ୍ୟତରେ ଏଠାକୁ ଅନ୍ୟ ଏକ ତଥା ୨ୟ ରେଳ-ଲାଇନ ସମେତ ଆଉ ଏକ ପ୍ଲାଟ-ଫର୍ମ ମଧ୍ୟ ଆସିବ । ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ଯେଉଁ ଷ୍ଟେସନ ନିର୍ମାଣ କାର୍ଯ୍ୟ ଚାଲିଛି , ତାର କେତେ ଦୂର ଅଗ୍ରଗତି ହୋଇଛି , ତାର ଅନୁଧ୍ୟାନ ଓ ତଦାରଖ କରିବା ପାଇଁ ମୋର ଆଜିର ଏହି ଗ୍ରସ୍ତ ।
ଏଠାରେ ଯାହା କିଛି ସବୁ ନିର୍ମାଣ କାର୍ଯ୍ୟ ଚାଲିଛି , ସେ ସବୁ ସ୍ଥାୟୀ ବ୍ୟବସ୍ଥା ପାଇଁ । ବର୍ତ୍ତମାନ ବିଲଡିଙ୍ଗ ଓ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ନବୀକରଣ କାର୍ଯ୍ୟ ମଧ୍ୟରେ ପ୍ଲାଟଫର୍ମ ଉଚ୍ଚତା ବୃଦ୍ଧି ଓ ଆଉ ଗୋଟିଏ ୨ୟ ରେଳ ଲାଇନ ହେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ମୌଳିକ ସୁବିଧା ବ୍ୟବସ୍ଥା କରାଯିବ ।
ପାରଳାଖେମୁଣ୍ଡି ଓ ଗୁଣୁପୁର ଅଞ୍ଚଳବାସୀ ବିଭିନ୍ନ ସମୟରେ ଷ୍ଟେସନର ରହିଥିବା ବିଭିନ୍ନ ମୌଳିକ ସମସ୍ୟା ଉପରେ ସମାଧାନ ପାଇଁ ଆମ ନଜରକୁ ଆଣିଛନ୍ତି।
ଆମେ ମଧ୍ୟ ସେମାନଙ୍କୁ ଉତ୍ସାହିତ କରିଥାଉ , କାରଣ ସୁବିଧା ଓ ଅସୁବିଧା ଉପରେ ଅଞ୍ଚଳବାସୀ ଓ ରେଳ ବିଭାଗ ମଧ୍ୟରେ ଭାବ ଆଦାନ ପ୍ରଦାନ ହେଲେ ହିଁ , ସମସ୍ୟାର ସମାଧାନ ପାଇଁ ବାଟ ଖୋଲିଥାଏ ।
ଗୁଣୁପୁର-ଥେରୁବାଲି ରେଳ ଲାଇନ ସଂଯୋଗୀକରଣ ସମ୍ପର୍କରେ ଡିଆରଏମ: ଶ୍ରୀ ଶତପଥୀ କହିଥିଲେ ଯେ , ଏ ଦିଗରେ ଟଙ୍କା ମଞ୍ଜୁର ହୋଇ ସର୍ଭେ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ରହିଛି । ଏ ଦିଗରେ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ କାର୍ଯ୍ୟ ଆଉ ଟିକେ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି । ଜମି ମିଳିଗଲେ ନିଶ୍ଚିତ ଭାବେ ଥେରୁବାଲି ପାଇଁ ରେଳ ଲାଇନ ସଂଯୋଗୀକରଣ ପଥ ସୁଗମ ହୋଇପାରିବ ।
ଏହି ରେଳ-ଲାଇନରେ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକର ଗତି (ସ୍ପିଡ)କୁ ବୃଦ୍ଧି କରାହେଉଛି । ଏହାଦ୍ବାରା ଏହି ଲାଇନରେ ଅଧିକ ସଂଖ୍ୟକ ଟ୍ରେନ ଚଳାଚଳ କରିପାରିବ ଏବଂ ଏହା ଭବିଷ୍ୟତରେ ଅଞ୍ଚଳବାସୀଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ ହୋଇପାରିବ ବୋଲି ଡିଆରଏମ: ଶ୍ରୀ ଶତପଥୀ କହିଥିଲେ ।
ଏହି ଅବସରରେ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ଶ୍ରୀ ଲୋକନାଥ ମିଶ୍ରଙ୍କ ନେତୃତ୍ୱରେ ମହାବୀର ହନୁମାନ ମନ୍ଦିରକୁ ନେଇ ଏକ ସ୍ମାରକପତ୍ର ଡିଆରଏମ: ଶ୍ରୀ ଶତପଥୀଙ୍କୁ ପ୍ରଦାନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930