Indus Valley Times

ଗଜପତି: ପୋଲିସ , ଅବକାରୀ ବିଭାଗର ମିଳିତ ଚଢ଼ାଉରେ ପ୍ରାୟ ୪ ଲକ୍ଷ ଟଙ୍କାର ବିଦେଶୀ ମଦ ଓ ଗୁଟଖା ଜବତ

 Breaking News

ଗଜପତି: ପୋଲିସ , ଅବକାରୀ ବିଭାଗର ମିଳିତ ଚଢ଼ାଉରେ ପ୍ରାୟ ୪ ଲକ୍ଷ ଟଙ୍କାର ବିଦେଶୀ ମଦ ଓ ଗୁଟଖା ଜବତ

ଗଜପତି: ପୋଲିସ , ଅବକାରୀ ବିଭାଗର ମିଳିତ ଚଢ଼ାଉରେ ପ୍ରାୟ ୪ ଲକ୍ଷ ଟଙ୍କାର ବିଦେଶୀ ମଦ ଓ ଗୁଟଖା ଜବତ
November 01
14:16 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧/୧୧: ଦୀର୍ଘ ଦିନ ଧରି ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଗୁମ୍ମାଗଡା ନିକଟସ୍ଥ ଏମଆରଏଫ ଟାୟାର ସୋ-ରୁମ ପଛପାଖ ଏକ ବନ୍ଦ କୋଠରୀକୁ ଗୋଦାମ ଭଳି ବ୍ୟବହାର କରି ବହୁ ପରିମାଣର ବିଦେଶୀ ମଦ ଓ ଗୁଟଖା ମହଜୁଦ ରଖି ବେଆଇନ କାରବାର ଚାଲି ଆସୁଥିଲା ।
ଏଭଳି କାରବାର ପ୍ରତି ପୋଲିସ କି ଅବକାରୀ ବିଭାଗ କେହି ତାର ଟେର ପାଇଁ ପାରୁ ନ ଥିଲେ । ଏମିତିକି ମୁଖ୍ୟରାସ୍ତା କଡରେ ହିଁ ଏହି କୋଠରୀରେ ଏଭଳି କାରବାର ଚାଲି ଆସୁଥିଲା । ପ୍ରତିଦିନ ପୋଲିସ ଓ ଅବକାରୀ ବିଭାଗର ବହୁ ଅଧିକାରୀ ସେହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ ଏଭଳି ବେଆଇନ ମହଜୁଦ ଓ କାରବାରର କୋଣସି ଟେର ପାଇପାରୁ ନ ଥିଲେ । ସୋମବାର ଏ ସମ୍ପର୍କରେ ହଠାତ ପାରଳାଖେମୁଣ୍ଡି ପୁଲିସକୁ ଆନ୍ଧ୍ର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଜଣାଇବା ପରେ ସେହି ବନ୍ଦ କୋଠରୀ ଉପରେ ପୋଲିସ ଓ ଅବକାରୀ ବିଭାଗ ସମେତ ଆନ୍ଧ୍ର ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ ମାନଙ୍କ ପକ୍ଷରୁ ମାଜିଷ୍ଟ୍ରେଟ ଅଚ୍ୟୁତାନନ୍ଦ ଜାନୀଙ୍କ ଉପସ୍ଥିତିରେ ମିଳିତ ଚଢ଼ାଉ କରା ଯାଇଥିଲା ।
ଚଢ଼ାଉ ବେଳେ ସେହି ବନ୍ଦ କୋଠରୀ ଗୋଦାମରୁ ବେଆଇନ ଭାବେ ମହଜୁଦ ରଖା ଯାଇଥିବା ୫୩ଟି କେସ ବିଦେଶୀ ମଦ( ନିପୁ ମଦ ଗୋଟିଏ କେସରେ ୪୮ଟି ରହିଥିବା ) ଏବଂ ବଡ ଜରି(ଲାର‌୍ୟ ସାଇଜ) ଗୁଟଖା ପ୍ୟାକିଙ୍ଗ ୧୫ଟି ବ୍ୟାଗ ଜବତ କରା ଯାଇଥିଲା । ଯାହାର କି ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଛି । ଆନ୍ଧ୍ର ପୋଲିସର ସୁଚନା ପ୍ରକାରେ ଆନ୍ଧ୍ର- ଓଡିଶା ପୋଲିସ ଓ ଅବକାରୀ ବିଭାଗ ର ମିଳିତ ଚଢ଼ାଉରେ ଏହି ମାଦକ ଦ୍ରବ୍ୟ ଗୁଡିକୁ ଜବତ କରା ଯାଇଥିବା ସୂଚନା ରହିଛି ।
ସବୁଠୁ ବଡ ଆଶ୍ଚର୍ଯ୍ୟର ବିଷୟ ଯେ ପାରଳାଖେମୁଣ୍ଡି ଅଞ୍ଚଳରେ ଏଭଳି କାରବାର ବହୁ ଦିନରୁ ଚାଲି ଆସୁଥିବା ବେଳେ ଏ ସମ୍ପର୍କରେ କୌଣସି ସୂଚନା କାହା ପାଖରେ ନଥିଲା । ବର୍ତ୍ତମାନ ଏହି ମାଦକ ଦ୍ରବ୍ୟ ଗୁଡିକୁ ପୁଲିସ ଏବଂ ଅବକାରୀ ବିଭାଗ ଜବତ କରିବା ସହ ତଦନ୍ତ ଅଭିଯାନ ଆରମ୍ଭ କରିଛି ।
ଏବେ ପର୍ଯ୍ୟନ୍ତ ଏ ସବୁ କାହାର କିଏ ଏହି କୋଠରି ମଧ୍ୟରେ ରଖିଥିଲା ତାହା ତଦନ୍ତ ପରେ ହିଁ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି ।
ଏହି ମିଳିତ ଚଢ଼ାଉରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନାଧିକାରୀ ଶ୍ରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ଅବକାରୀ ବିଭାଗର ଇନିସ୍ପେକ୍ଟର ଶ୍ରୀ ବାଳକୃଷ୍ଣ ପରିଡା ଓ ଇନିସ୍ପେକ୍ଟର ଶ୍ରୀ ପ୍ରକାଶ ସାହୁ ଓ ଇନିସ୍ପେକ୍ଟର ଶ୍ରୀ ବୃନ୍ଦାବନ ମଣ୍ଡଳ ସମେତ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031