Indus Valley Times

ଗଜପତି: ପ୍ରକୃତି-ବନ୍ଧୁ ପୁରସ୍କାର ପ୍ରାପ୍ତ ପଣ୍ଡିତ ନରସିଂହ ଗୌଡଙ୍କୁ ଭବ୍ୟ ସମ୍ୱର୍ଦ୍ଧନା

 Breaking News

ଗଜପତି: ପ୍ରକୃତି-ବନ୍ଧୁ ପୁରସ୍କାର ପ୍ରାପ୍ତ ପଣ୍ଡିତ ନରସିଂହ ଗୌଡଙ୍କୁ ଭବ୍ୟ ସମ୍ୱର୍ଦ୍ଧନା

February 03
13:07 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୩ : ପାରଳାଖେମୁଣ୍ଡି ସହରର ଅଗ୍ରଣୀ ମହିଳା ସଙ୍ଗଠନ “ପ୍ରଗତି” ଏବଂ “ୟୁ-ଟେକ କମ୍ପ୍ୟୁଟର ଏଜୁକେଶନ” ର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନର ସଭାଗୃହ ଠାରେ ପରିବେଶ ସଚେତନତା କର୍ମଶାଳାରେ ସମ୍ପ୍ରତି ଜିଲ୍ଲା ପ୍ରଶାସନଙ୍କ ଠାରୁ ଜନରାଜ୍ୟ ଦିବସ ଅବସରରେ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା ସେବାନିବୃତ୍ତ ଶିକ୍ଷକ ପଣ୍ଡିତ ନରସିଂହ ଗୌଡଙ୍କ ନିମନ୍ତେ ଏକ ଭବ୍ୟ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କର୍ଯ୍ୟକ୍ରମରେ ପଣ୍ଡିତ ନରସିଂହ ଗୌଡ଼ଙ୍କୁ ତାଙ୍କର କୃତିତ୍ୱ ଯୋଗୁଁ ତାଙ୍କୁ ମିଳିତ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ମାନପତ୍ର ଦେଇ ଭବ୍ୟ ସମ୍ଭର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ଏହି ଅବସରରେ “ପିଲାଟିଏ ଗଛଟିଏ” ସମ୍ପର୍କୀତ ଏକ ତର୍କ ପ୍ରତିଯୋଗିତା ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିଲା । ପରିବେଶ ସହ କୋଭିଡ ମୁକାବିଲା ଓ ସତର୍କତା ନିମନ୍ତେ ଆମେ ଆମ ସ୍ତରରେ କି କି ପଦକ୍ଷେପ ନେଇପାରିବା ସେ ସମ୍ପର୍କରେ ଅନୁଷ୍ଠାନର ସଭାନେତ୍ରୀ ସୁଶ୍ରୀ ଡି. ପ୍ରିୟଙ୍କା ତାଙ୍କ ବକ୍ତବ୍ୟ’ରେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ମହିଳା ସ୍ନାତ୍ତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ , ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଏକାଡେମୀ’ର ଗଜପତି ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ସଂଯୋଜକ ଭାବେ ୟୁ-ଟେକ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ଶ୍ରୀ ଲୋକନାଥ ମିଶ୍ର , ସମ୍ମାନିତ ଅତିଥି ଭାବେ ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। “ପ୍ରଗତି” ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥି , ଉପ ସଭାନେତ୍ରୀ ଶ୍ରୀମତୀ ମାନସୀ ପଣ୍ଡା , ସଭ୍ୟା ପ୍ରଫୁଲ୍ଲ ବେବର୍ତ୍ତା , ମୋହିନୀ ପ୍ରଧାନ , ସତ୍ୟ କାର୍ଜୀ , ନନ୍ଦିନୀ ଲିମା , ସବିତା ପଣ୍ଡିତ ପ୍ରମୁଖ ଯୋଗଦେଇ କାର‌୍ୟ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ତର୍କ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ବଣ୍ଟନ କରା ଯାଇଥିଲା ।ଏହି ତର୍କ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଶ୍ରୀ ଦେବଦତ୍ତ ବେବର୍ତ୍ତା ଏବଂ ଶ୍ରୀ ଜଗନ୍ନାଥ ରାଓ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031