Indus Valley Times

ଗଜପତି : ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଅନ୍ତର୍ଜାତୀୟ ପିତୃ ଦିବସ ଓ ରଜୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଅନ୍ତର୍ଜାତୀୟ ପିତୃ ଦିବସ ଓ ରଜୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଅନ୍ତର୍ଜାତୀୟ ପିତୃ ଦିବସ ଓ ରଜୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
June 16
19:44 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୬/୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ -ଟେକ୍ କମ୍ପ୍ୟୁଟର ଏଡୁକେସନ୍ (ରାଜ ବାଟି ପରିସରରେ) ଅଗ୍ରଣୀ ଅନୁଷ୍ଠାନ “ପ୍ରଗତି ମହିଳା ସଙ୍ଗଠନ” ପକ୍ଷରୁ ଅନ୍ତର୍ଜାତୀୟ ପିତୃ ଦିବସ ଏବଂ ରଜ ଉତ୍ସବ-୨୦୨୫ ମହା ଆଡ଼ମ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶୁଭଶ୍ରୀ ଭୁକ୍ତା ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ନେହା ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟତଃ ପିତାଙ୍କୁ ସବୁବେଳେ ସଶ୍ରଦ୍ଧା ଭକ୍ତିଭାବ ସମ୍ମାନ ଦେଇ ତାଙ୍କର ସମସ୍ତ ସେବା କରି ତାଙ୍କୁ ଜଣେ ଚଳନ୍ତି ପ୍ରତିମା ବା ଭଗବାନ ଭଳି ମାନିବା ନିତ୍ୟାନ୍ତ ଆବଶ୍ୟକ ତଥା ଆମର ମାନବିକ କର୍ତ୍ତବ୍ୟ ହେବା ଉଚିତ୍ ବୋଲି ବକ୍ତା ମାନେ କହିଥିଲେ ।
ପିତୃ ପୂଜା କାର୍ଯ୍ୟକ୍ରମ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ମନୋଜ ପଟ୍ଟନାୟକ , ଡ: ନରସିଂହ ଗୌଡ , ଶ୍ରୀ ଭାଗବତ ପାଢୀ , ଶ୍ରୀ ଲୋକନାଥ ମିଶ୍ର , ଶ୍ରୀ ହରିମୋହନ ପଟ୍ଟନାୟକ ପ୍ରମୁଖ ବ୍ୟକ୍ତି ବିଶେଷ ମଞ୍ଚାସୀନ ଥିଲେ ଏବଂ ସେମାନଙ୍କୁ ଭକ୍ତିଭାବ ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନ ଦିଆ ଯାଇଥିଲା।
ସଂଗଠନର ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ତନୂଜା ଶତପଥି କାର୍ଯ୍ୟକ୍ରମ ପାଳନ ସମ୍ପର୍କରେ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ।
ଏହି ଅବସରରେ ଓଡ଼ିଆ ତର୍କ , ଅଳତା ପରିଧକ୍ଷନ , ନୃତ୍ୟ , ରଜ କୁଇନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏଥିରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ବଣ୍ଟନ କରା ଯାଇଥିଲା।
ଶେଷରେ ରଜ ପାନ, ଓଡ଼ିଆ ପାରମ୍ପାରିକ କାକରା ପିଠା , ମୁଗ ବରା ପୋଡ ପିଠା ପ୍ରଭୃତି ପରିବେଷଣ ଓ ଉପସ୍ଥିତ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା।
ଶେଷରେ ସଂଗଠନର ସଦସ୍ୟା ରାଜେଶ୍ୱରୀ ସ୍ୱାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031